ନିଜ ଭକ୍ତକୁ ଦର୍ଶନ କରାଇ ନମ୍ବର ଦେଲେ କିନ୍ତୁ ଫୋନ ଲାଗିଲାନି ପ୍ରଭୁଙ୍କ ଫୋନ ,ପ୍ରକୃତ ସତ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ

ନମସ୍କାର ବନ୍ଧୁଗଣ ରାଉଲକେଲାରୁ ୨୦୨୦ ମସିହା ଫେବୃୟାରୀ ୨୮ ତାରିଖରେ ସପରିବାରେ ପୁରୀ ବୁଲିବାକୁ ଆସିଥିଲେ ମମତା ବେହେରାଙ୍କ ପରିବାର ମମତାଙ୍କ ମନରେ ଗୋଟିଏ ଆଗ୍ରହ ଥାଏ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଦେଖିବାକୁ ଅନେକ ଭକ୍ତଙ୍କ ଠାରୁ ଶୁଣିଛନ୍ତି ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଖୁବ୍ ମନୋହର ତେଣୁ ମହାପ୍ରଭୁଙ୍କୁ ସେହି ବେଶରେ ଦର୍ଶନ କରିବାକୁ ମନେ ମନେ ବଡ଼ ଆଶା କରିଥାନ୍ତି ସପରିବାରେ ସକାଳୁ ଟ୍ରେନ ଯୋଗେ ପୁରୀ ଆସିଲେ ପୁରୀର ଗୋଟେ ହୋଟେଲରେ ରହି ଦୁଇ ଛୁଆଙ୍କୁ ହୋଟେଲରେ ଛାଡି ରାତିରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ମନସ୍ଥ କଲେ ମନ୍ଦିରରେ ପହଞ୍ଚିଲା ବେଳକୁ ରାତି ୮ଟା ବାଜି ସାରିଥିଲା ସେତେବେଳକୁ ମନ୍ଦିର ଭିତରେ ସାମାନ୍ୟ ଗହଳି ଥିଲା ଭିଡ଼କୁ କାଟି ମମତା ଆଉ ତାଙ୍କ ସ୍ଵାମୀ ମନ୍ଦିର ଭିତରକୁ ପ୍ରବେଶ କରିବା ବେଳକୁ ମନ୍ଦିର ପହଡ ପଡ଼ି ସାରିଥାଏ ମମତାଙ୍କ ମନ ଶୁଖିଗଲା ସାଙ୍ଗେ ସାଙ୍ଗେ ସ୍ବାମୀଙ୍କୁ କହିଲେ ଏତେ ବାଟରୁ ବଡ଼ସିଂହାର ବେଶ ଦେଖିବାକୁ ଆସିଲି କିନ୍ତୁ ଦେଖୁନା କେମିତି କବାଟ କିଳୀ ବସିଛି ମମତାଙ୍କ ସ୍ଵାମୀ ବୁଝାଇ ଦେଇ କହିଲେ ତମେ କାଇଁ ଆଧର୍ଯ୍ୟ ହେଉଛ କହିଲ ଟିକେ ପରେ ପୁଣି ଦ୍ଵାର ଫିଟା ହେବ ଆଉ ବଡ଼ସିଂହାର ବେଶ ଦେଖିବାକୁ ଯିବା ଚାଲ ଏବେ ବାଇଶି ପାହାଚରେ ଟିକେ ବସିଥିବା।

ମନ୍ଦିରରେ ଅନେକ ଭକ୍ତ କମିବାକୁ ଲାଗିଲେଣି ମାମଲା ବାଇଶି ପାହାଚରେ ବସି କହିଥାନ୍ତି ଜଲ୍ଦୀ ବେଶ ହେଉନୁ ଆମେ ଟିକେ ଦେଖିକି ଯିବୁ ତୁ ଏମିତିରେ ବୋହୁତ ସୁନ୍ଦର ହଠାତ୍ ତାଙ୍କ ସାମ୍ନାରେ ଜଣେ ସ୍ତ୍ରୀ ଲୋକ ଆସି ଛିଡା ହୋଇ ପଚାରିଲେ ବଡ଼ସିଂହାର ବେଶ ଦେଖିବାକୁ ଯିବୁ ମମତା ଦେଖିଲେ ଜଣେ ବୟସ୍କ ମହିଳା ତାଙ୍କ ସାମ୍ନାରେ ଛିଡ଼ା ହୋଇଛନ୍ତି ସେ ଦେଖିବାକୁ ପୁରା ଦେବୀ ପରି ମମତା ହଁ କହିଲେ ବୃଦ୍ଧ ମହିଳା ଜଣଙ୍କ କହିଲେ ହୋଉ ଆଉ ଟିକିଏ ଅପେକ୍ଷା କରିଥା ଏତିକି କହି ମହିଳା ଜଣଙ୍କ ଚାଲିଗଲେ କିଛି ସମୟ ପରେ ଆଉ ଜଣେ ବୟସ୍କ ଲୋକ ଆସି ମମତାଙ୍କ ପାଖରେ ବସିଗଲେ ମମତାଙ୍କୁ ଦେଖି କହିବାକୁ ଲାଗିଲେ କୋଉଠୁ ଆସିଛୁରେ ମାଆ ମମତା କହିଲେ ମୁଁ ରାଇଲକେଲରୁ ଆସିଛି ବ୍ୟକ୍ତି ଜଣଙ୍କ କହିଲେ ଆଉ ଟିକେ ଅପେକ୍ଷା କରିଯା ବଡ଼ସିଂହାର ବେଶ ଦର୍ଶନ କରି ଘରକୁ ଯିବୁ ଏତିକି କହି ବ୍ୟକ୍ତି ଜଣଙ୍କ ଅବଢ଼ା ଟିକେ କାଢି ମମତା ଆଉ ତାଙ୍କ ସ୍ବାମୀଙ୍କୁ ଦେଲେ ଆଉ ସେଠାରୁ ଚାଲିଗଲେ।

ଏମିତି ବାଇଶି ପାହାଚ ଉପରେ ଅନେକ ସମୟ ବସିଲେଣି ରାତି ୧୧ ଟା ପାର୍ ହୋଇଗଲାଣି ମମତା ଉଠିକି କହିଲେ ସେ ହଟିଆ ଠାକୁର ଦର୍ଶନ ଦେବନି ମୁଁ ଜାଣିଛି ତୁମେ ଉଠ ଆମେ ହୋଟେଲକୁ ପଳାଇବା ନଚେତ୍ ସେପଟେ ପିଲା ଦୁଇଟା ଉପବାସ ରେ ଶୋଇ ପଡ଼ିବେ ତାଙ୍କ ସ୍ଵାମୀ କହିଲେ ଆମେ ଯେମିତି ହେଉ ଦର୍ଶନ କରିକି ଯିବା ଏତିକି ବେଳେ ପଛ ପଟରୁ ଦୁଇଜଣ ବାଳକ ଡାକିଲେ ଆପଣ ଯାଆନ୍ତୁ ନାହିଁ ଆପଣଙ୍କ ଠାକୁର ବେଶ୍ ହୋଇ ସାରିଲେଣି ମମତା ପଛକୁ ବୁଲି ଦେଖିଲେ ଆଉ ପଚାରିଲେ ଆଉ କେତେ ସମୟ ଲାଗିବ ହେଇ ପା ଆରମ୍ଭ ହେଲା ଦମ୍ପତ୍ତି ସେହି ପିଲାଙ୍କ ପଛେ ପଛେ ଗଲେ ଆଉ ବଡ଼ସିଂହାର ବେଶ ଦର୍ଶନ କରି ବାହାରକୁ ଆସିଲେ ଆଉ ପିଲା ଦୁଇଜଣକୁ କହିଲେ ତୁମେ ଦୁଇଜଣଙ୍କ ପାଇଁ ଆମେ ଏତେ ପାଖରୁ ବଡ଼ସିଂହାର ବେଶ ଦେଖିଲୁ ତମ ନାଁ କଣ କିନ୍ତୁ ପିଲା ଦୁଇଜଣ ନିଜ ନାଁ କହିଲେ ନାହିଁ ଯେତେ ବୁଲେଇ ବଙ୍କେଇକି ପଚାରିଲେ ମଧ୍ୟ ପିଲା ଦୁଇଜଣ ନିଜ ନାଁ କହିଲେ ନାହିଁ ମମତାଙ୍କ ସ୍ଵାମୀ କହିଲେ ହଉ ନାଁ ନକହିଲ ନାହିଁ ତମ ଫୋନ୍ ନମ୍ୱର୍ ଟା ନହେଲେ ଦିଅ ତମେ ଆଜି ଆମର ବଡ ଉପକାର କରିଛ ଆମେ ତମ ସହ କଥା ହେବୁ ବାଧ୍ୟ କରିବାକୁ ପିଲା ଦୁଇଜଣ ଏକ ନମ୍ବର୍ ଦେଲେ ମମତାଙ୍କୁ କିନ୍ତୁ ଲାଗୁଥିଲା ପିଲା ଦୁଇଜଣ କୌଣସି ସାଧାରଣ ପିଲା ନୁହଁନ୍ତି।

ଏହାପରେ ଉଭୟ ଦମ୍ପତି ହୋଟେଲରେ ପହଞ୍ଚିଲେ ଖାଇସାରିବା ପରେ ମମତା ତାଙ୍କ ସ୍ବାମୀଙ୍କୁ କହିଲେ ସେହି ନମ୍ବର୍ ରେ କଲ୍ କରିବା ପାଇଁ କିନ୍ତୁ ତାଙ୍କ ସ୍ବାମୀ କହିଲେ ସକାଳେ ଫୋନ୍ କରିବା ସକାଳେ ମମତା ଆଉ ତାଙ୍କ ସ୍ଵାମୀ ସେହି ନମ୍ବରରେ ଫୋନ୍ କଲେ କିନ୍ତୁ ସେପଟୁ ଶୁଭିଲା ଆପଣ ଯେଉଁ ନମ୍ବରରେ କଲ୍ କରିଛନ୍ତି ତାହା ବୈଧ ନୁହେଁ ଏହାଶୁଣି ମମତା ଭାବବିହ୍ୱଳ ହୋଇ କହିବାକୁ ଲାଗିଲେ ମୁଁ ଜାଣିଥିଲି ସେମାନେ ମଣିଷ ନଥିଲେ ସେ ଥିଲେ ସ୍ଵୟଂ ପ୍ରଭୁ ଜଗନ୍ନାଥ।

Leave a Reply

Your email address will not be published. Required fields are marked *