Chanakya neeti: ଏହି 4ଟି କଥା ମରିଗଲେ ବି କାହାକୁ କୁହନ୍ତୁ ନାହିଁ ଜୀବନରେ ଆସିବ ଭୟଙ୍କର ଦାରିଦ୍ର୍ୟ ହୋଇଯିବେ ଭିକାରି

ନମସ୍କାର ବନ୍ଧୁଗଣ ଆଜିର ବିଷୟରେ ଆମେ ଜାଣିବା ଚାଣକ୍ୟ ଙ୍କ ନୀତି ଅନୁସାରେ ଏହି ଚାରୋଟି କଥା କାହାକୁ କହିବା ଉଚିତ୍ ନୁହେଁ । ଆଜିର ସମୟରେ ଅନେକ ଲୋକମାନେ ଚାଣକ୍ୟ ଙ୍କ ତରଫରୁ କୁହା ଯାଇଥିବା ନିୟମ କୁ ପାଳନ କରନ୍ତି ରାଜନୀତିର ଜ୍ଞାନ ପାଇବା ପାଇଁ ଲୋକେ ତାଙ୍କ ପୁସ୍ତକ ପଢ଼ିବା ପାଇଁ ପସନ୍ଦ କରିଥାନ୍ତି । ଏକ ସୁନ୍ଦର ଜୀବନ ଯାପନ ପାଇଁ ଚାଣକ୍ୟ ନୀତି ସାହାଯ୍ୟ କରିଥାଏ ବନ୍ଧୁଗଣ ଆଜିର ବିଷୟରେ ଚାଣକ୍ୟ ଙ୍କର ଏଭଳି ଚାରୋଟି କଥା ବିଷୟରେ କହିବୁ ଯାହାକୁ ବିଶେଷ କରି ଯଦି ପୁରୁଷ ମାନେ ପାଳନ କରନ୍ତି ତାହେଲେ ତାଙ୍କ ଜୀବନରେ କୌଣସି ବଡ଼ ଧରଣର ସମସ୍ୟା ଦେଖା ଯିବ ନାହିଁ ।

ପ୍ରଥମେ ରହିଛି ଅର୍ଥ ସମ୍ପର୍କିତ ସୂଚନା ଯଦି କୌଣସି ବ୍ୟକ୍ତି ଧନ ସମ୍ବଡିୟ କ୍ଷତି ବା ଫାଇଦା ବିଷୟରେ ଅନ୍ୟ କୌଣସି ଦ୍ୱିତୀୟ ବ୍ୟକ୍ତି ଠାରୁ ପରାମର୍ଶ ନିଅନ୍ତୁ ନାହିଁ ଏହି କଥାକୁ ନିଜ ଭିତରେ ରଖନ୍ତୁ । କାରଣ ବାହାର ବ୍ୟକ୍ତି ଆପଣଙ୍କ କ୍ଷତି ରେ ସାହାଯ୍ୟ କରିବାକୁ ଆସିବେ ନାହିଁ ତେଣୁ କେବେବି ନିଜ ଧନ ସମ୍ପର୍କ କାହା ଆଗରେ କୁହନ୍ତୁ ନାହିଁ ।

ଦ୍ଵିତୀୟରେ ରହିଛି ନିଜ ସମସ୍ୟା ସମ୍ପର୍କରେ କୁହନ୍ତୁ ନାହିଁ ବହୁ ଲୋକଙ୍କ ଅଭ୍ୟାସ ରହିଛି ନିଜ ସମସ୍ୟା ଏବଂ ଦୁଃଖକୁ ବାହାର ଲୋକଙ୍କ ଆଗରେ କହି ଦେଇଥାନ୍ତି କିନ୍ତୁ ଆପଣଙ୍କୁ ଏହି କଥାର ଧ୍ୟାନ ରଖିବା ଦରକାର କୌଣସି ବ୍ୟକ୍ତି ଆଜିକା ସମୟରେ ଆପଣଙ୍କ କଥାକୁ ଠିକ୍ ଭାବରେ ଶୁଣିବେ ନାହିଁ ଯଦି ସେ ଶୁଣି ଥାଏ ତେବେ ଅନ୍ୟମାନଙ୍କ ଆଗରେ ନେଇ ଥଟ୍ଟା ପରିହାସ କରିଥାଏ ।

ତୃତୀୟରେ ରହିଛି ପତ୍ନୀ ବିଷୟରେ ଅଭିଯୋଗ – କିଛି ଲୋକଙ୍କ ଅଭ୍ୟାସ ରହିଛି ନିଜ ପତ୍ନୀ ବିଷୟରେ ଛୋଟ ଛୋଟ ଅଭିଯୋଗ ଅନ୍ୟମାନଙ୍କ ଆଗରେ କହିବାର ତେବେ ଭୁଲ ରେ କେବେବି ଏଭଳି କରନ୍ତୁ ନାହିଁ । କାରଣ ଏଭଳି କଥା ଆପଣଙ୍କ ଘରେ ନକରାତ୍ମକ କଥାର ପ୍ରଭାବ ପକାଇଥାଏ ବାହାର ଲୋକ ମାନେ ଆପଣଙ୍କ ଘର କଥାକୁ ନେଇ ପରିହାସ କରିଥାନ୍ତି ଏଭଳି କରିବା ଫଳରେ ଆପଣଙ୍କ ଭବିଷ୍ୟତ ରେ ଅସୁବିଧା ହୋଇଥାଏ ।

ଚତୁର୍ଥରେ ରହିଛି ଯଦି ଆପଣଙ୍କୁ କେହି ଅପମାନ କରିଥାଏ ଜୀବନରେ ଆପଣ କେବେ ଯଦି ଅପମାନ କରିଥାନ୍ତି ତେବେ ସେ ସଂପର୍କରେ ବାହାର କୌଣସି ବ୍ୟକ୍ତିଙ୍କୁ କୁହନ୍ତୁ ନାହିଁ ଏଭଳି କରିବା ଫଳରେ ଆପଣଙ୍କ ସମ୍ମାନ କମି ଯାଇଥାଏ ।

Leave a Reply

Your email address will not be published. Required fields are marked *