ମାଟ୍ରିକ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର ,ଏହି ତାରିକରେ ପ୍ରକାଶ ପାଇବ ସବୁ Student ମାନଙ୍କ ପରୀକ୍ଷା ଫଳାଫଳ

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ମାଟ୍ରିକ ରେଜଲ୍ଟ ଘୋଷଣାକୁ ନେଇ ଆସିଲା ବଡ଼ ଖବର କେଉଁ ତାରିକରେ ମାଟ୍ରିକ ରେଜଲ୍ଟ ଫଳାଫଳ ପ୍ରକାଶ ପାଇବ ଏହା ଛଡ଼ା କେଉଁ ୱେବସାଇଟ ଯୋଗେ ସର୍ବ ପ୍ରଥମେ ମାଟ୍ରିକ ରେଜଲ୍ଟ ଦେଖିପାରିବେ ତେବେ ଏନେଇ ବୋର୍ଡ ପକ୍ଷରୁ ଜାରି ହେଲା ନୂଆ ନିଷ୍ପତି | ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ୱାରା ପରିଚାଳିତ ବାର୍ଷିକ ମାଟ୍ରିକ ପରୀକ୍ଷା ଫଳ ମେ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ତେବେ ମିଳୁଥିବା ସୂଚନା ମୁତାବକ ମେ ମାସ 10 ତାରିକରେ ପ୍ରକାଶ ପାଇବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ ପାଇଛି |

ତେବେ ଉତ୍ତର ଖାତା ମୂଲ୍ୟାୟନ ଜାଞ୍ଜ ଏବଂ ସଂଶୋଧନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଛି ତେବେ ଚଳିତ ବର୍ଷ ତ୍ରୁଟି ଶୂନ୍ୟ ଫଳାଫଳ ପ୍ରକାଶ ନେଇ ବୋର୍ଡ ଗୁରୁତ୍ୱ ଦେଇଛି | ତେବେ ଏଥର ପ୍ରଥମ ଥର ପାଇଁ ମାଟ୍ରିକ ଛାତ୍ର ଛାତ୍ରୀଙ୍କୁ ଡିଜିଟାଲ ସାର୍ଟିଫିକେଟ ପ୍ରଦାନ କରାଯିବ ତେବେ ପରୀକ୍ଷା ଫଳ ପ୍ରକାଶ ପାଇବା ଦିନକ ମଧ୍ୟରେ ଛାତ୍ର ଛାତ୍ରୀ ବୋର୍ଡ ୱେବସାଇଟରୁ ଡିଜିଟାଲ ସାର୍ଟିଫିକେଟ ଡାଉନଲୋଡ କରିପାରିବେ

ତେବେ ଏଥିଲାଗି ଆଡମିଟ କାର୍ଡର ନକଲ ପ୍ରଦାନ କରାଯିବ ତେବେ ଉକ୍ତ ଅନଲାଇନ ପ୍ରମାଣ ପତ୍ର ସମସ୍ତ କ୍ଷେତ୍ରରେ ଗ୍ରହଣୀୟ ହେବ ଯଦି କୌଣସି କାରଣରୁ ଅନଲାଇନ ପ୍ରମାଣ ପତ୍ର ହଜିଯାଏ ତେବେ ପୁନଃ ଅନଲାଇନ ଯୋଗେ ନକଲ ପ୍ରମାଣ ପତ୍ର ଲାଗି 500 ଟଙ୍କା ଜମା କରିବାକୁ ପଡ଼ିବ |

ଫଳ ପ୍ରକାଶ ପାଇବା ମାସକ ମଧ୍ୟରେ ପ୍ରଧାନ ଶିକ୍ଷକଙ୍କ ପାଖରୁ ଛାତ୍ର ଛାତ୍ରୀ ମାନେ ପ୍ରିଣ୍ଟ କପି ପାଇପାରିବେ ତେବେ ଅନଲାଇନ ଯୋଗେ ପ୍ରମାଣ ପତ୍ର ପ୍ରଦାନ କରିବାକୁ ଥିବା ଘରୋଇ ସଂସ୍ଥା ସହ ଆଲୋଚନା ଜାରି ରହିଛି ତେବେ ଖୁବ ଶୀଘ୍ର ପ୍ରମାଣ ପତ୍ର ଅପ୍ଲୋଡ ଆରମ୍ଭ ହେବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି |

Leave a Reply

Your email address will not be published. Required fields are marked *