ମଶା ଘର ଛାଡ଼ି ଚାଲିଯିବେ କରନ୍ତୁ ଏହି ଘରୋଇ ଉପାୟ ଆପଣଙ୍କ ଆଖ ପାଖରେ ଗୋଟିଏ Mosquito ରହିବେ ନାହିଁ

ଦର୍ଶକ ବନ୍ଧୁ ଆପଣମାନେ ନିହାତି ଜାଣିଥିବେ ଯେ ମଶା କାମୁଡିବା ଫଳରେ ଆପଣଙ୍କୁ ଓ ଆପଣଙ୍କ ପିଲାମାନଙ୍କୁ ଅନେକ ରୋଗ ହେବାର ସମ୍ଭାବନା ରହିଥାଏ ଓ ସେଥି ପାଇଁ ଆପଣମାନେ ବଜାରରୁ ଯେଉଁ ମଶା ଧୂପ ବ୍ୟବହାର କରିଥାନ୍ତି ତାହା ଦ୍ଵାରା ମଧ୍ୟ ଆପଣଙ୍କ ପିଲାଙ୍କର ଅନେକ ଶ୍ୱାସ ଜନିତ ରୋଗ ହେବାର ସମ୍ଭାବନା ଥାଏ |

ସେଥି ପାଇଁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘରୋଇ ମଶା ଧୂପ ବିଷୟରେ କହିବାକୁ ଯାଉଛୁ ଯାହାକୁ ବ୍ୟବହାର କଲେ ଆପଣଙ୍କ ଘରେ ଗୋଟେ ହେଲେ ମଶା ରହିବେ ନାହିଁ ଆସନ୍ତୁ ଜାଣିବା ଏହାକୁ ଆପଣ ପ୍ରସ୍ତୁତ କିପରି କରିବେ । ଯଦି ଆପଣ ଏହାକୁ ଅଳ୍ପ ମାତ୍ରାରେ ବନାଇବାକୁ ଚାହୁଁଛନ୍ତି |

ତାହେଲେ ପ୍ରଥମ ସାମଗ୍ରୀ ଆପଣଙ୍କୁ ଆବଶ୍ୟକତା ପଡିବ ତାହା ହେଲା ନଡ଼ିଆ ତେଲ ଆପଣ ପାଞ୍ଚ ଚାମଚ୍ ନଡ଼ିଆ ତେଲରେ ଦୁଇ ଚାମଚ୍ ନିମ୍ବ ତେଲ ପ୍ରୟୋଗ କରନ୍ତୁ ଏହାକୁ ଭଲ ଭାବେ ମିଶାଇବା ପରେ ଆପଣ ଏହି ତେଲରେ କିଛି କର୍ପୁର ମିଶାଇ ଦିଅନ୍ତୁ |

ଏହାକୁ ମିଶାଇବା ପରେ ଆପଣ ଏହି ତେଲରେ ଏକ ସନ୍ଧ୍ୟା ବାତି ପକାଇ ଦିଅନ୍ତୁ ଏବେ ପ୍ରସ୍ତୁତ ହୋଇଗଲା ଆମର ଚମତ୍କାର ଉପଚାର ଏବେ ଆପଣ ଏହାକୁ ଅଧିକ ମଶା ଉଡୁଥିବା ଜାଗାରେ ପ୍ରୟୋଗ କରିପାରିବେ ଯାହା ଫଳରେ ଘର ଛାଡ଼ି ପାଲେଇଯିବେ ସବୁ ମଶା ।

Leave a Reply

Your email address will not be published. Required fields are marked *