ସୁନା ପ୍ରେମୀ ମାନଙ୍କ ପାଇଁ ଆସିଲା ଖୁସି ଖବର ,ପୁଣି ଶସ୍ତା ହେଲା ସୁନା (Gold )ଦର ଜାଣିଲେ ଖୁସିରେ ପାଦ ତଳେ ଲାଗିବ ନାହିଁ

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ସୁନା ରୂପା ଦରକୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର ଯାହାକି ସୁନା ରୂପା ଦର ଖସିଲା ସୁନା 1500 ଏବଂ ରୂପା 2500 ଟଙ୍କା କମିଲା ତେବେ ଆସନ୍ତୁ ଜାଣିବା ଆପଣଙ୍କ ସହରରେ କେତେ କମିଛି ସୁନା ରୂପା ଦର |ତେବେ ସୁନା ରୂପା ଦରରେ ଗତ କାଲି ପୁରା ହ୍ରାସ ଦେଖିବାକୁ ମିଳିଛି ଭୁବନେଶ୍ୱର ବଜାରରେ 10 ଗ୍ରାମ ପିଛା ସୁନା ଦର ଗତ କାଲି 1500 ରୁ 1600 ଟଙ୍କା କମିଥିବା ବେଳେ ରୂପା ଦର କିଲୋଗ୍ରାମ ପିଛା 2500 ଟଙ୍କା କମିଛି |

ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରେ କେତେକ ସୋ ରୁମରେ 22 କ୍ୟାରେଟ ସୁନା 10 ଗ୍ରାମ ପିଛା 1500 ଟଙ୍କା ଖସିଛି ଗତ କାଲି 24 କ୍ୟାରେଟ ସୁନାର ଦର 10 ଗ୍ରାମ ପିଛା 73,600 ଟଙ୍କା ରହିଥିବା ବେଳେ ଆଜି 72 ,160 ଟଙ୍କା ସ୍ତରକୁ ଖସି ଆସିଛି |ସେହିଭଳି 22 କ୍ୟାରେଟ ସୁନା 10 ଗ୍ରାମ ପିଛା 1400 ଟଙ୍କା କମି 67 ,500 ଟଙ୍କା ରହିଥିବା ବେଳେ ତାହା 66,150 ଟଙ୍କା କମିଛି |

ତେବେ ଅନ୍ୟ କେତେକ ପ୍ରମୁଖ ସୋ ରୁମରେ ସୁନା ଦର 1600 ଟଙ୍କା କମିଛି 24 କ୍ୟାରେଟ ସୁନା 72 ,000 ତଳକୁ ଖସି 71 ,900 ଟଙ୍କା ରହିଛି |ସେହିଭଳି 22 କ୍ୟାରେଟ ସୁନା 1900 କମି 10 ଗ୍ରାମ ପିଛା 65,550 ଟଙ୍କା ରହିଛି | ରୂପା ଦର କିଲୋଗ୍ରାମ ପିଛା 2500 ଟଙ୍କା କମି 86,500 ଟଙ୍କାରେ ବିକ୍ରୟ ହୋଇଛି |

ଉଲେଖ ଯୋଗ୍ୟ ଚଳିତ ମାସ 16 ତାରିକରେ ଭୁବନେଶ୍ୱରରେ ରୂପା ଦାମ ରେକର୍ଡ 90,500 ରେ ପହଁଚି ଥିଲା କିନ୍ତୁ ଆଜିର ଦରକୁ ଦେଖିଲେ ଗତ ଆଠ ଦିନ ଭିତରେ ଏଥିରେ 4,000 ଟଙ୍କା ହ୍ରାସ ଘଟିଛି |24 କ୍ୟାରେଟ ସୁନାର ଦାମ ମଧ୍ୟ ଚଳିତ ମାସ 19 ତାରିକରେ ରେକର୍ଡ 74,340 ଟଙ୍କା ଏବଂ 22 କ୍ୟାରେଟ ସୁନାର ଦାମ 68,150 ଟଙ୍କାରେ ପହଁଚି ଥିଲା

Leave a Reply

Your email address will not be published. Required fields are marked *