ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ଖୁସିର ଖବର ,ସରକାରଙ୍କ ବଡ଼ ନିଷ୍ପତି ସବୁ ଛାତ୍ର ଛାତ୍ରୀ ମାନଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନର ଖର୍ଚ୍ଚ

ଏଇ ଏବେ ଏବେ ଆସିଲା ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ବହୁତ ବଡ ଅପଡେଟ ଯାହାକୁ ସମସ୍ତେ ଜାଣିବା ନିହାତି ଜରୁରୀ, ତେବେ ଆସନ୍ତୁ ଜାଣିବା କଣ ଆସିଛି ଅପଡେଟ | ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷର ଆଗଆ ସ୍କଲ ଛଟି ଘୋଷଣା ଓ କରାଯାଇଛି । ଏହି ସମୟର ମଧ୍ୟାହ୍ନଭୋଜନ ଖର୍ଚ୍ଚ ସହ ଚାଉଳ ସ୍କୁଲ ପିଲାଙ୍କୁ ଦିଅଯିବ।

ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ପିଲାଙ୍କୁ ଦିଆଯିବ । ଏନେଇ ପିଏମ୍ ପୋଷଣ ରାଜ୍ୟ ନୋଡାଲ ଅଫିସର ରଘୁରାମ ଆର ଆୟାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ସୂଚନାଯୋଗ୍ୟ, ଗ୍ରୀଷ୍ମ ପ୍ରବାହ ପାଇଁ ଗତ ୧୮ ତାରିଖରୁ ୨୦ ଯାଏ ସ୍କୁଲ ବନ୍ଦ ଥିଲା। ଏକାଡେମିକ କ୍ୟାଲେଣ୍ଡର ଅନଯାୟୀ ସ୍କୁଲ ଛୁଟି ମେ ୬ର ହେବା କଥା।

ମାତ୍ର ଖରାର ପ୍ରକୋପ ପାଇଁ ରାଜ୍ୟ ସରକାର ଆସନ୍ତା ୨୫ ତାରିଖରୁ ସ୍କୁଲ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। ୨୫ରୁ ମେଁ ୪ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୯ଦିନର ଖାଦ୍ୟ ପିଲାଙ୍କୁ ଦିଆଯିବ । ମୋଟ ୧୨ ଦିନର ଛୁଟି ପାଇଁ ଅଭିଭାବକଙ୍କୁ ମଧ୍ୟାହ୍ନଭୋଜନ ସାମଗ୍ରୀର ଖର୍ଚ୍ଚ ସହ ଚାଉଳ ବଣ୍ଟନ କରାଯିବ।

ରୋଷେଇ ଖାଦ୍ୟ ସାମଗ୍ରୀର ଖର୍ଚ୍ଚ ସିଧାସଳଖ ପିଲା କିମ୍ବା ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ୧୫ ଦିନ ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ କୁହାଯାଇଛି। ତେବେ ଦର୍ଶକବନ୍ଧୁ ଆପଣଙ୍କ ଜିଲ୍ଲା କେଉଁଟା କମେଣ୍ଟ କରିକି ଜଣାନ୍ତୁ |

Leave a Reply

Your email address will not be published. Required fields are marked *