ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ସରକାର ଦେଲେ ବଡ଼ ଖୁସିରେ ,ଗ୍ରୀଷ୍ମ ଛୁଟିରେ ଘରେ ରହି ପାଇବେ ଚାଉଳ ଏବଂ ଟଙ୍କା ,ସବୁ Student ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ବହୁତ ବଡ଼ ଅପଡେଟ ଯାହାକି ଛାତ୍ର ଛାତ୍ରୀ ମାନଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ କଣ ଆସିଛି ଅପଡେଟ ଆଜିର ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଆମେ ଆପଣଙ୍କୁ ଜଣାଇ ଦେବୁ ଜାଣିବା ପାଇଁ ବିଷୟଟିକୁ ଶେଷ ଯାଏ ଦେଖନ୍ତୁ |ଆସନ୍ତା ଏପ୍ରିଲ 25 ତାରିକରୁ ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା ହୋଇଛି ରାଜ୍ୟରେ ବଢୁଥିବା ଖରାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି |ଏପ୍ରିଲ 25 ରୁ ଦ୍ୱାଦଶ ଶ୍ରେଣୀ ଯାଏ ସ୍କୁଲରେ ଗ୍ରୀଷ୍ମ କାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର

ଏହି ସମୟରେ ସ୍କୁଲ ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ସହ ଚାଉଳ ଏନେଇ ପିଏମ ପୋଷଣ ରାଜ୍ୟ ନୋଡାଲ ଅଫିସର ରଘୁରାମ ଆର ଆୟରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି ସେପଟେ ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ ଏବଂ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ଚଳିତ ଏପ୍ରିଲ 22 ରୁ 24 ତାରିକ ପର୍ଯ୍ୟନ୍ତ ସକାଳ 6.30 ରୁ 10.30 ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି |
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 18 ରୁ 20 ତାରିକ ଯାଏ ସ୍କୁଲ ବନ୍ଦ ଥିଲା ତେବେ ଏକାଡେମିକ କ୍ୟାଲେଣ୍ଡର ଅନୁଯାଇ ମେ 6 ରୁ ସ୍କୁଲ ଛୁଟି ହେବା କଥା କିନ୍ତୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ସରକାର ଏପ୍ରିଲ 25 ରୁ ରାଜ୍ୟର ସବୁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି

ତେବେ 25 ଏପ୍ରିଲ ମେ 4 ପର୍ଯ୍ୟନ୍ତ ଅର୍ଥାତ 9 ଦିନର ଖାଦ୍ୟ ପିଲାଙ୍କୁ ଦିଆଯିବ ମୋଟ ବାରଦିନ ଛୁଟିର ଅଭିଭାବକ ମାନଙ୍କୁ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ସହ ଚାଉଳ ବଣ୍ଟନ କରାଯିବ ରୋଷେଇ ଜିନିଷର ଟଙ୍କା ସିଧା ସଳଖ ଅଭିଭାବକ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ |

Leave a Reply

Your email address will not be published. Required fields are marked *