ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର , ଗ୍ରୀଷ୍ମ ଛୁଟିରେ ରହି ଏପରି କରିପାରିବେ ଅନଲାଇନ କ୍ଲାସ ସବୁ Student ମାନେ ଜାଣିରଖନ୍ତୁ

ଏବେ ଏବେ ଆସିଲା ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଘୋଷଣା ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା କଣ ଆସିଛି ଅପଡେଟ | ଗ୍ରୀଷ୍ମ ଛୁଟିରେ ଯେପରି ପିଲାଙ୍କ ପାଠପଢ଼ା ନଷ୍ଟ ନହେବ ସେଥିଲାଗି ଅଣ୍ଟା ଭିଡି଼ଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଜାରି ହୋଇଛି ହୋମୱାର୍କ ଟାସ୍କ । ଶିକ୍ଷକମାନେ ହିକ୍ଷା ଆପ୍‌ରେ ଥିବା ପ୍ରଶ୍ନପତ୍ରକୁ ପିଲାଙ୍କୁ ପ୍ରାକ୍ଟିସ କରାଇବେ । ଏନେଇ ମଙ୍ଗଳବାର ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ କାରି ହୋଇଛି। ଏଥିସହ ହୋମୱାର୍କ ପାଇଁ ପାଠ ମଧ୍ଯ ଦିଆଯାଇଛି। ସୂଚନାଯୋଗ୍ୟ, ଗୁରୁବାରଠୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ହେବ। ଭୀଷଣ ଖରା ପାଇଁ ଆଗୁଆ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରାଯାଇଛି।

ଖରାଛୁଟି ସମୟରେ ଯେପରି ପିଲାଙ୍କର ପାଠପଢ଼ା ନଷ୍ଟ ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କୁ ପିଲାଙ୍କ ପାଇଁ ହୋମୱାର୍କ ସିଟ୍ ଦିଆଯାଇଛି। ଯେଉଁଥିରେ ଏକ ଆସାଇନ୍‌ମେଣ୍ଟ ସିଟ୍ ପିଲାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଦେବେ। ଏହି ଆସାଇନ୍‌ମେଣ୍ଟକୁ ପିଲାମାନେ କରୁଛନ୍ତି କି ନାହିଁ ତା ଉକ୍ତ କ୍ଲାସ ଶିକ୍ଷକ ତଦାରଖ କରିବେ । ପିଲାମାନେ ପାଠ କରିବା ସମୟରେ ନିଜର ଶିକ୍ଷକଙ୍କୁ ଯୋଗାଯୋଗ କରି ବୁଝି ପାରିବେ। ପିଲାଙ୍କ ଡାଉଟକୁ ଶିକ୍ଷକମାନେ ଦୂର କରିବେ ବୋଲି ଓସେପା ପକ୍ଷରୁ ସ୍ପଷ୍ଟ ଭାବେ ନିର୍ଦେଶ ଦିଆଯାଇଛି।

ଯଦି ପିଲା ପାଖରେ ମୋବାଇଲ୍ ଫୋନ ନଥିବ, ପାଖ ପଡ଼ିଶା ଘରର ପିଲା ପଢୁଥିଲେ ସେଠାରେ ଏକାଠି ପଢିବା ସହିତ ନିଜର ପାଠପଢ଼ା ବିଷୟର ଶିକ୍ଷକଙ୍କୁ ଅଗବତ କରାଇବେ । ସେହିପରି ଏସ୍‌ସିଇଆର୍‌ଟି ପକ୍ଷରୁ ଦୀକ୍ଷା ଆପ୍‌ରେ ପ୍ରଶ୍ନପତ୍ର ବ୍ୟାଙ୍କ କରାଯାଇଛି। ଯାହାକୁ ଶିକ୍ଷକ ଡାଉନ୍‌ଲୋଡ କରି ପିଲାଙ୍କୁ ଅଭ୍ୟାସ ପାଇଁ ପଠାଇବେ। ଏହାଦ୍ଵାରା ଆଗାମୀ ପରୀକ୍ଷାରେ ପିଲାମାନେ ଭଲ କରିବେ। ଶିକ୍ଷକଙ୍କ ପାଇଁ ବିଭାଗ ପକ୍ଷରୁ ଏକ ଦୀକ୍ଷାର ଲିଙ୍କ ଦିଆଯାଇଛି।

ସ୍କୁଲ ଛୁଟି ପୂର୍ବରୁ ଆସନ୍ତାକାଲି ଏହି ହୋମୱାର୍କ ଦିଆଯିବ। ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ ପିଲାଙ୍କୁ ଭାଷା, ଗଣିତ ଏବଂ ପରିବେଶ ପାଠର ହୋମୱାର୍କ ଦିଆଯିଏ । ସେହିପରି ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପିଲାଙ୍କୁ ଭାଷା, ଇଂରାଜୀ, ଗଣିତ ଏବଂ ପରିବେଶ ପାଠ ଦିଆଯିବ। ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଭାଷା, ଇଂରାଜୀ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ବିଷୟରୁ ପାଠ ଦିଆଯିବ।

Leave a Reply

Your email address will not be published. Required fields are marked *