ଅମ୍ପିୟାର ସହିତ ଯୁକ୍ତି କରି ପଚାଶ ପ୍ରତି ଫାଇନ ଦେଲେ କିଙ୍ଗ କୋହଲି ,ଏପରି କଥା କହିଥିଲେ ଶୁଣିଲେ ବିଶ୍ୱାସ ହେବ ନାହିଁ

ନୋ’ ବଲ୍ ବିବାଦରେ ଅମ୍ପାୟାରଙ୍କୁ ଗାଳିଗୁଲଜ କରିବା କିଂବଦନ୍ତି ବ୍ୟାଟର୍ ବିରାଟ କୋହଲିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଭଳି ଉଗ୍ର ଆଚରଣ ଲାଗି ତାଙ୍କୁ ନିଜ ମ୍ୟାଚ୍ ପାଉଣାର ୫୦ ପ୍ରତିଶତ ହରାଇବାକୁ ପଡ଼ିଛି | ପ୍ରଶଂସକ ଓ ବିଶେଷଜ୍ଞମାନେ ମଧ୍ୟ ତାଙ୍କ ଆଚରଣକୁ ନାପସନ୍ଦ କରିଛନ୍ତି।

ରବିବାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଆର୍‌ସିବି-କେକେଆର୍ ମ୍ୟାଟ୍‌ର ତୃତୀୟ ଓଭରରେ ଶରୀର ଆଡ଼କୁ ଆସୁଥିବା ହର୍ଷିତ ରାଣାଙ୍କ ଫୁଲ୍‌ସ୍‌କୁ ବେପରୁଆ ଭାବେ ବ୍ୟାଟ୍ ଦେଖାଇ କୋହଲି ଆଉଟ୍ ହୋଇଥିଲେ।

ହର୍ଷିତ ନିଜ ଫଲୋ ଥୁ’ରେ କ୍ୟାଚ୍ ନେଇ ଅପିଲ୍ କରିବା ପରେ ଅମ୍ପାୟାର କୋହଲିଙ୍କୁ ଆଉଟ୍ ଘୋଷଣା କରିଥିଲେ। ତେବେ ବଲ୍ ଅଣ୍ଟା ଉପରେ ଥିବା ଭାବି କୋହଲି ତୁରନ୍ତ ରିଭ୍ୟୁ ନେଇଥିଲେ। ତୃତୀୟ ଅମ୍ପାୟାର ରିପ୍ଲେ ଦେଖିବା ପରେ ଏହା ଏକ ବୈଧ ବଲ୍ ଥିଲା ବୋଲି ସଙ୍କେତ ଦେଇଥିଲେ।

Leave a Reply

Your email address will not be published. Required fields are marked *