ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର ,ସରକାର ନେଲେ ବଡ଼ ନିଷ୍ପତି Student ମାନେ ଘରେ ରହି ଅନଲାଇନରେ କରିବେ କ୍ଲାସ

ଏବେ ଏବେ ଆସିଲା ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ବଡ ଘୋଷଣା ତେବେ ଯାହାବି କିଛି ନୂଆ ଅପଡେଟ ଆସିଛି ତାହା ସମସ୍ତେ ଜାଣିରଖିବା ଜରୁରୀ । ତେବେ ଆସନ୍ତୁ ଜାଣିବା କଣ ଆସୁଛି ନୂଆ ଖବର ପ୍ରଚଣ୍ଡ ଖରା ପାଇଁ ରାଜ୍ୟ ସରକାର ଆଗୁଆ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି । ତେବେ ଏହି ଛୁଟି ସମୟରେ ଯେପରି ପିଲାଙ୍କର ପାଠପଢ଼ାରେ ବାଧା ସୃଷ୍ଟି ନ ହେବ ସେଥୁପ୍ରତି ଧ୍ୟାନ ଦିଆଯିବ।

ଖରା ଛୁଟିରେ ଅବକାଶକାଳୀନ ଶିକ୍ଷା ଦିଆଯିବ। ଏଥିପାଇଁ ସ୍ବତନ୍ତ୍ର ସିଲାବସ୍ ପ୍ରସ୍ତୁତ କରାଯିବ। ଶ୍ରେଣୀ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ନେଇ ହ୍ବାଟସ୍‌ଆପ୍‌ରେ ଅବକାଶକାଳୀନ ସିଲାବସ୍ ଅନୁସାରେ କେତେ ପାଠପଢ଼ା ହୋଇଛି, ସେନେଇ ଅଭିଭାବକଙ୍କ ସହ ଆଲୋଚନା କରିବେ ଶିକ୍ଷକ। ଛୁଟିରେ ଶିକ୍ଷା ସହିତ ଜଡ଼ିତ ରହିବାକୁ ଏପରି ଯୋଜନା କରାଯାଉଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ସ୍ବତନ୍ତ୍ର ଗାଇଡଲାଇନ ସ୍କୁଲକୁ ଦିଆଯିବ।

ଖରା ଛୁଟି ସମୟରେ ଶିକ୍ଷା ନଷ୍ଟ ନକରିବାକୁ ଅଧିକ ଗୁରୁତ୍ୱ ଦିଆଯିବ। ସୂଚନାଯୋଗ୍ୟ, ପ୍ରାଥମିକ ଓ ମାଧ୍ଯମିକ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ ନିୟୋଜିତ ରଖୁବା ପାଇଁ ‘ଅବକାଶ ଗୃହକାର୍ଯ୍ୟ’ ଆରମ୍ଭ ହେବ। ଗ୍ରୀଷ୍ମ ଅବକାଶ ସମୟରେ ଛାତ୍ରଛାତ୍ରୀ ଅଭିଭାବକଙ୍କ ସହାୟତାରେ ଏହି ଗୃହ କାର୍ଯ୍ୟ ସଂପାଦନ କରିବେ । ଫଳରେ ପିଲାମାନେ ଖରା ଛୁଟି ଉପଭୋଗ କରିବା ସହ ପାଠ୍ୟପୁସ୍ତକ ସହ ସଂଯୁକ୍ତ ହୋଇ ରହିବେ ।

ଗତବର୍ଷ ମଧ୍ୟ ‘ଅବକାଶକାଳୀନ ଗୃହକାର୍ଯ୍ୟ’ କାର୍ଯ୍ୟକ୍ରମ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ତ୍ବରାନିତ କରିବା ପାଇଁ ପ୍ରତି ଜିଲ୍ଲା ସ୍ତରରେ ହେକ୍ଟ ଡେସ୍କ କମ୍ କଲ୍ ସେଣ୍ଟରର ପ୍ରଚଳନ କରାଯାଇଥିଲା। ଏହାକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ପରିଚାଳନା କରିଥିଲେ। ଅବକାଶ ଗୃହ କାର୍ଯ୍ୟ ସଂପର୍କିତ କୌଣସି ଅସୁବିଧାର ସହାୟତା ପାଇଁ ଛାତ୍ର ଛାତ୍ରୀ ମାନେ ଏହାର ସହାୟତା ନେଇଥିଲେ।

Leave a Reply

Your email address will not be published. Required fields are marked *