ଆଜିବି ମଧ୍ୟ ଭାରତକୁ ସୁରକ୍ଷା ଦେଉଛି ସହିଦ ବାବା ହରଭଜନ ସିଂହଙ୍କ ଆତ୍ମା ,ପ୍ରକୃତ କାହାଣୀ ଜାଣିଲେ ଆପଣଙ୍କ ଦେହ ଶୀତେଇ ପଡ଼ିବ

ନମସ୍କାର ଦର୍ଶକବନ୍ଧୁ ଆମ ଦେଶ ଭାରତର ସୈନିକମାନେ ଜୀବିତ ଥିବାବେଳେ ନିଜ ଦେଶକୁ ସୁରକ୍ଷା ତ ଦିଅନ୍ତି, କିନ୍ତୁ କିଛି ସୈନିକଙ୍କ ହୃଦୟରେ ଦେଶ ସେବା କରିବାର ଉତ୍ସାହ ଏତେ ଦୂର ଯାଏ ଯେ ମୃ-ତ୍ୟୁ ପରେ ମଧ୍ୟ ସେମାନଙ୍କ ଆ-ତ୍ମା ​​ଦେଶକୁ ସୁରକ୍ଷା ଦେଇ ଚାଲିଥାଏ। ସେଥିମଧ୍ୟରୁ ପଞ୍ଜାବ ରେଜିମେଣ୍ଟର ଜଣେ ସୈନିକ ହରଭଜନ ସିଂହ। ଏହି ଯବାନଙ୍କ ଆତ୍ମା ​​ଗତ 52 ବର୍ଷ ଧରି ସୀମାରେ ଦେଶକୁ ସୁରକ୍ଷା ଦେଇଆସୁଛି।

ହରଭଜନ ସିଂହ 30 ଅଗଷ୍ଟ 1946 ରେ ଜିଲ୍ଲା ଗୁଜରାନୱାଲାରେ ଜନ୍ମଗ୍ରହଣ କରିଥିଲେ, ଯାହା ବର୍ତ୍ତମାନ ପାକିସ୍ତାନର ଏକ ଅଂଶ ଅଟେ। ସେ 1966 ମସିହାରେ ପଞ୍ଜାବ ରେଜିମେଣ୍ଟର 24 ତମ ବାଟାଲିୟନରେ ଭର୍ତ୍ତି ହୋଇଥିଲେ। ସେ ଦେଶ ସେବା କରିବାର ଦୁଇ ବର୍ଷ ପରେ ହିଁ ଏକ ଦୁର୍ଘଟଣାରେ ସହିଦ ହୋଇଥିଲେ। ବାସ୍ତବରେ, ଯେତେବେଳେ ହରଭଜନ ସିଂ ଖଚର ଉପରେ ବସି ନଦୀ ପାର ହେଉଥିଲେ, ସେତେବେଳେ ସେ ଖଚର ସହିତ ନଦୀରେ ଭାସି ଯାଇଥିଲେ ଏବଂ ଦୁଇ ଦିନ ପର୍ଯ୍ୟନ୍ତ ତାଙ୍କ ମୃ-ତଦେହ ମିଳି ନଥିଲା।

କୁହାଯାଏ ଯେ ଯେତେବେଳେ ତାଙ୍କ ମୃତଦେହ ଦୁଇ ଦିନ ମିଳିନଥିଲା, ସେତେବେଳେ ସେ ନିଜେ ଆସି ତାଙ୍କ ମୃ-ତ ଦେହ ବିଷୟରେ କହିଥିଲେ ଏହା ପରେ ତାଙ୍କ ଶରୀରକୁ ଚିହ୍ନଟ କରାଯାଇଥିଲା ଏବଂ ତାଙ୍କର ଶେଷ ରୀତିନୀତି କରାଯାଇଥିଲା।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, 1968 ମସିହାରେ ହରଭଜନଙ୍କ ମୃ-ତ୍ୟୁ ପରେ ଗତ 52 ବର୍ଷ ଧରି ତାଙ୍କ ଆ-ତ୍ମା ​​ଦେଶ ସୀମାରେ ଭାରତୀୟ ମାନଙ୍କୁ ସୁରକ୍ଷା ଦେଇ ଆସୁଥିଲା। ଭାରତୀୟ ସୈନିକମାନେ କହିଛନ୍ତି ଯେ ଚୀନ୍‌ ହମଲା ବିଷୟରେ ହରଭଜନଙ୍କ ଆ-ତ୍ମା ​​ସେମାନଙ୍କୁ ଆଗରୁ ଚେତାବନୀ ଦେଇଥାଏ ଏତିକି ଯେ ଚାଇନାର ସୈନିକମାନେ ନିଜେ ଏହାକୁ ବହୁତ ବିଶ୍ୱାସ କରନ୍ତି।

ମୃ-ତ୍ୟୁ ପରେ ମଧ୍ୟ ଭାରତର ସେବା କରୁଛି ସୈନିକ ଆତ୍ମା ସିକିମର ଲୋକ ଏବଂ ସେଠାରେ ଥିବା ଲୋକଙ୍କୁ ଯଦି ପଚାରିବେ ସେମାନେ କହିବେ ହଁ ଆଜିବି ସୈନିକଙ୍କ ଆତ୍ମା ଦେଶକୁ ସୁରକ୍ଷା ଦେଉଛି |ଯେତେବେଳେ ଦୁଇ ସୈନିକ ଇଣ୍ଡିଆ ଚାଇନାର ବର୍ଡର କରୁଥିଲେ ସେତେବେଳେ ଅଧିକ ଥଣ୍ଡା କାରଣରୁ ଟିକେ ଶୋଇ ଯାଇଥିଲେ ଦୁଇ ସୈନିକଙ୍କ ଗାଲରେ ଜୋରରେ ଦୁଇଟି ଚାପୁଡ଼ା ପଡ଼ିଥିଲା |

ଯେତେବେଳେ ସେ ଉଠିଥିଲେ ଦେଖିଲେ ଏକ ସୈନିକ ଜୋରରେ ପାଟି ତୁମ ମାନଙ୍କ ପାଇଁ କେମିତି ଦେଶ ସୁରକ୍ଷିତ ରହିବ ଯଦି ତୁମ ମାନେ ଶୋଇବ ତାହେଲେ ଦେଶ ବିପଦରେ ପଡ଼ିଯିବ ଏକଥା ଶୁଣି ଦୁଇ ସୈନିକ ଭୁଲ ମାଗିଥିଲେ କହିଲେ ବାବା ଆମକୁ କ୍ଷମା କରିଦିଅ ଅସଲରେ ଇଏ ବାବା କେହି ନଥିଲେ ଇଏ ହେଉଛନ୍ତି ହରଭଜନ ସିଂହ |

Leave a Reply

Your email address will not be published. Required fields are marked *