Malika : ଆରମ୍ଭ ହେଲା କଳିଯୁଗର ମହାଭାରତ ,ଯାହା ଲେଖା ଥିଲା ତାହା ସବୁ ଘଟୁଛି ଗୋଟି ଗୋଟି ସତ ହେଉଛି ମାଳିକା

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ମାଳିକା ବଚନ ବିଷୟରେ ଆସୁଥିବା ଖବର ସବୁ ଶୁଣୁଥିବେ । ଆପଣମାନେ ସମସ୍ତେ ମାଳିକା ବିଷୟରେ ଅର୍ଥାତ୍ ମାଳିକାରେ ଲେଖାଥିବା କଥା ସବୁ ଜାଣି ପାରୁଥିବେ ମାଳିକାରେ ଯାହା ଲେଖା ହୋଇଛି ତାହା ଦିନେ ନ ଦିନେ ସତ ହେବ | ୨୦୨୩ ମସିହା ଠାରୁ ୨୦୨୪ ମସିହା ଆହୁରି ଭୟଙ୍କର ଅଟେ । ୨୦୨୪ ମସିହା ଠାରୁ ୨୦୨୫ ମସିହା ଆହୁରି ଭୟଙ୍କର ହେବ ।

୨୦୨୭ ମସିହା ପର୍ଯ୍ୟନ୍ତ ଭୟଙ୍କର ରହିବ ମୀନ ପାଖକୁ ଶନି ଯାଉଛି ଆଉ ଏହା ଫଳରେ ଭୟଙ୍କର ରୂପ ସୃଷ୍ଟି ହେବ ମହା ଯୁଦ୍ଧ ହେବ ବୋଲି ମଧ୍ୟ ଜଣାପଡିଛି । ପାଞ୍ଚୋଟି ଦଳ ଗଢି ଉଠିବ ଆଉ ଅନେକ କ୍ଷୟକ୍ଷତି ହେବ ଏହି ଯୁଦ୍ଧ ଭୟଙ୍କର ରୁପ ନେବ । କିଛି ଦେଶ ପୃଥିବୀ ମାନଚିତ୍ରରୁ ହଟି ଯିବ ।ସୌର ଝଡ ହେବ ମୋବାଇଲ୍ ଆଦି ସବୁ ନଷ୍ଟ ହୋଇଯିବ ନେଟ ବ୍ୟାଙ୍କିଙ୍ଗ ସୁବିଧା କାମ କରିବ ନାହିଁ ।

ଗୋଳା ବାରୁଦ ଆଉ ବନ୍ଧୁକ ଦ୍ଵାରା ଯୁଦ୍ଧ ହେବ ମାଳିକାରେ ଏହି କଥା ମଧ୍ୟ ଲେଖାଯାଇଛି । ପରମାଣୁ ଧ୍ଵଂସ ହୋଇଯିବ ସେ ସବୁ ଖେଳନା ହୋଇଯିବ ୨୦୨୫ ମସିହାରେ ମୀନ ଶନି ଯୋଗ ଆସୁଛି । ମହାପୁରୁଷ ଏହି ସବୁ ଲେଖିଛନ୍ତି ଶନିର ଗୁରୁ ହେଉଛନ୍ତି ବୃହସ୍ପତି । ବୃହସ୍ପତି ମୀନ ଘରକୁ ଗଲେ ବା ତା ସାଙ୍ଗରେ ରହିଲେ ଶନିର ପ୍ରଭାବ ଏତେ ପଡେ ନାହିଁ ।

ବିନାଶ ସମୟ ପାଖେଇ ଆସିଲାଣି ବର୍ତ୍ତମାନ ଘୋର ଅନ୍ୟାୟ ଚାଲିଛି । ବର୍ତ୍ତମାନ ସାରା ସଂସାରରେ ଝଗଡ଼ା ହେଉଛି ପୂର୍ବରୁ ଏହା ସବୁ ନଥିଲା ବେଳେ ବେଳେ ଝଗଡ଼ା ହୋଇଥାଏ । ଆଉ ଏବେ ସଂସାରରେ ଭୂମି ପାଇଁ ଝଗଡ଼ା ହେଉଛି ଭଗବାନଙ୍କୁ ଡାକ ଆଉ ସେ ହିଁ ରକ୍ଷା କରିବେ ।

Leave a Reply

Your email address will not be published. Required fields are marked *