Vastu tips : ଝାଡୁ ଲଗେଇବାର ସଠିକ ନିୟମ ଭୁଲରେ ଘରେ ଏହି ସମୟରେ ଲଗାନ୍ତୁ ନାହିଁ ଝାଡୁ ନଚେତ ବରବାଦ ହୋଇଯିବେ ଆପଣ

ମାମସ୍କାର ଆମେ ମାନେ ନିଜ ଘରେ ଝାଡୁ ରଖିଥାଉ । ଝାଡୁ ମାଧ୍ୟମରେ ଆମେମାନେ ନିଜ ଘରକୁ ସଫା ସୁତୁରା ରଖିଥାଉ । ଏହା ସହିତ ଝାଡୁର କୌଣସି ଏକ ଛୋଟ ଉପାୟ ଆପଣଙ୍କ ଜୀବନର ସମସ୍ତ ଦୁଃଖ କଷ୍ଟକୁ ଦୂର କରିଥାଏ ।ହିନ୍ଦୁଧର୍ମ ଅନୁସାରେ ଯେଉଁ ଘରର କୋଣ କୋଣ ସାଫା ରହିଥାଏ ସେହି ଘରେ ମା ଲକ୍ଷ୍ମୀଙ୍କର ବାସ ରହିଥାଏ । ସେହି ଘରେ କେବଳ ସକାରାତ୍ମକ ଊର୍ଜାର ପ୍ରଭାବ ରହିଥାଏ ଓ ଘରେ କୌଣସି ବାସ୍ତୁଦୋଷ ରହିନଥାଏ । ବନ୍ଧୁଗଣ ଝାଡୁ ସହିତ ଜଡିତ କେତେକ ଉପାୟ ରହିଛି ଯାହାକୁ କରି ଆପଣ ନିଜ ଜୀବନରେ ସୁଖ ସମୃଦ୍ଧି ଆଣିପାରିବେ ।ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସବୁ ନିୟମ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ନିୟମ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଝାଡୁ ଲଗାଇବା ସମୟରେ ମଉନ ରହିବା ଉଚିତ । ଯଦି ଆପଣ ଝାଡୁ ଲଗାଇବା ସମୟରେ କଥା ବାର୍ତା ହେବେ ତା ହେଲେ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହେବେ । ଆପଣଙ୍କର ଏହି ଭୁଲ ପାଇଁ ଆପଣଙ୍କୁ ଦରିଦ୍ରତା ଭୋଗ କରିବାକୁ ପଡିପାରେ । ଏହା ସହିତ ବନ୍ଧୁଗଣ ଧ୍ୟାନ ରଖିବେ ଯେପରି ଝାଡୁ ଲଗାଇବା ସମୟରେ ଆପଣଙ୍କ ଗୋଡ ଝାଡୁରେ ନଲାଗେ । ଝାଡୁରେ ଗୋଡ ଲାଗିବା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ଓ ଆପଣଙ୍କୁ ଘର ଛାଡି ଚାଲିଯାଇଥାନ୍ତି ।

୨. ବନ୍ଧୁଗଣ ଆପଣ ସୂର୍ଯ୍ୟଉଦୟ ପୂର୍ବରୁ କିମ୍ବା ସୂର୍ଯ୍ୟଉଦୟ ସମୟରେ ଝାଡୁ କରିପାରିବେ । ଏହା ସହିତ ଆପଣ ସୂର୍ଯ୍ୟଅସ୍ତ ହେବା ପୂର୍ବରୁ କିମ୍ବା ସୂର୍ଯ୍ୟ ଅସ୍ତ ହେବାର ୧୦ ମିନିଟ ପରେ ଆପଣ ଝାଡୁ ଲଗାଇ ପାରିବେ । କିନ୍ତୁ ବନ୍ଧୁଗଣ ଭୁଲ ସେ ମଧ୍ୟ ଆପଣ ସଜ୍ଞା ପରେ କିମ୍ବା ରାତିରେ ଝାଡୁ ଲଗାନ୍ତୁ ନାହିଁ ଏହା କରିବା ଦ୍ଵାରା ଘର ଉପରେ ସଙ୍କଟ ଆସିଥାଏ ।

୩. ବନ୍ଧୁଗଣ ଘରେ ପୂଜା କରିସାରିବା ପରେ, ଖାଦ୍ୟ ସେବନ କରି ସାରିବା ପରେ ଓ ଲୋକେ କର୍ମକୁ ଯିବାର କିଛି ସମୟ ପରେ ଝାଡୁ ଲଗାନ୍ତୁ ନାହିଁ । ଏହି ଭୁଲ କରିବା ଦ୍ଵାରା ଆପଣଙ୍କ ଘର ସଦସ୍ୟ ମାନେ ବିଭିନ୍ନ ପ୍ରକାରର ସମସ୍ଯାର ସମ୍ମୁଖୀନ ହେବେ । ତେଣୁ ବନ୍ଧୁଗଣ ଏହି ପ୍ରକାରର ଭୁଲ କରନ୍ତୁ ନାହିଁ ।

୪. ଝାଡୁକୁ ସର୍ବଦା ଲୁଚାଇ ରଖନ୍ତୁ ଝାଡୁକୁ ଏକ ଏପରି ସ୍ଥାନରେ ରଖନ୍ତୁ ଯାହାଦ୍ୱାରା ଅନ୍ୟ କୌଣସି ବାହାର ବ୍ୟକ୍ତି ଝାଡୁକୁ ଦେଖିପାରିବେ ନାହିଁ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ସୁଖ ସମୃଦ୍ଧିର ବୃଦ୍ଧି ହେବ ଓ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *