ଏହି ରୋଡ଼ ଦୁନିଆର ସବୁଠାରୁ ଖତରନାୟକ ଜାଗା ,ଯିଏ ଏହି ରାସ୍ତା ଦେଇ ଯାଏ ନିଜ ଜୀବନକୁ ପାଣି ଛଡ଼େଇ ଗାଡ଼ି ଚଳାଇବା ସମାନ

ନମସ୍କାର ଦର୍ଶକବନ୍ଧୁ ତେବେ ଆପଣ ମାନେ ନିଜ ଜୀଵନ ରେ ଅନେକ ରାସ୍ତା ଦେଖିଥିବେ। ଅନେକ ହାଇୱେ ମଧ୍ୟ ଦେଖିଥିବେ ତେବେ ରାସ୍ତା କିମ୍ବା ହାଇୱେରେ ଗାଡି ଯିବା ଏକ ସାଧାରଣ କଥା ତା ସହ ଆପଣ ଏହି ରାସ୍ତାରେ ଦୁର୍ଘଟଣା ହେବା ମଧ୍ୟ ବର୍ତ୍ତମାନ ସାମାନ୍ୟ ହୋଇ ଗଲାଣି। ତେବେ କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏଭଳି ରାସ୍ତା ବିଷୟରେ କହିବୁ ଯାହାକୁ ଦୁନିଆର ସବୁଠାରୁ ଖତରନାକ ରାସ୍ତା ବୋଲି ମଧ୍ୟ କୁହାଯାଏ ଯେଉଁଠି ଯାଇ କି ଫେରିବାକୁ ମୃ-ତ୍ୟୁ ମୁଖରୁ ଫେରିବା ସହ ତୁଳନା କରାଯାଏ ତେବେ ଆସନ୍ତୁ ଜାଣିନେବା ସେହି ରାସ୍ତା ମାନଙ୍କ ବିଷୟରେ।

୧- ପ୍ରଥମରେ ହେଉଛି ପାଶେଜ ଡୁ ଗୋଇସ ଏହି ରୋଡ଼ ଫ୍ରାନ୍ସରେ ଅଛି। ତେବେ ପ୍ରଥମେ ଏହି ରାସ୍ତାରେ ଯିବା ସମୟରେ ଆପଣଙ୍କୁ କିଛି ବି ଫରକ ଜଣା ପଡିବ ନାହିଁ କିନ୍ତୁ ଆପଣ ଟିକେ ଆଗକୁ ଗଲେ ଜାଣି ପାରିବେ କି ରାସ୍ତାଟି ସମ୍ପୁର୍ଣ୍ଣ ଅଦୃଶ୍ୟ ହୋଇ ଯାଇଛି।

୨- ଦ୍ଵିତୀୟ ରେ ହେଉଛି ସ୍କିପର କ୍ୟାନିୟନ ରୋଡ଼ ନିୟୁଜିଲାଣ୍ଡ। ତେବେ ଏହି ରାସ୍ତାଟିକୁ ଦେଖିଲେ ବହୁତ ସୁନ୍ଦର ଦେଖାଯିବ କିନ୍ତୁ ଏହି ରାସ୍ତାଟି ପଥରକୁ କାଟି କରି ବନା ଯାଇଛି ଏବଂ ଏହାର ଓସାର ଏତେ କମ ଯେ ଆପଣ ଥରେ ଏହି ରାସ୍ତା ରେ ନିଜ ଗାଡି ନେଇଗଲା ପରେ ଆଉ ଫେରି ପାରିବେ ନାହିଁ। ତେବେ ଏହି ରାସ୍ତାରେ ଏତେ ଦୁର୍ଘଟଣାରେ ହେବାରୁ ସରକାର ଏହି ରାସ୍ତାକୁ ଗୋଟିଏ ଦିନ ପାଇଁ ବନ୍ଦ କରି ଦେଇଥିଲେ କିନ୍ତୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଏହି ଗୋଟିଏ ରାସ୍ତା ଥିବାରୁ ଏହି ପ୍ରତିବନ୍ଧକକୁ ହଟା ଯାଇଥିଲା।

୩- ତୃତୀୟରେ ହେଉଛି ଜେମ୍ସ ଡେଲଟନ ହାଇୱେ ଅଲାସ୍କା। ତେବେ ୬୬୫ କି.ମି ର ନା କିଛି ଖାଲ ନା କୌଣସି ଖତରନାକ ସମୁଦ୍ର କିନ୍ତୁ ସବୁ ଡ୍ରାଇଭର ଏଠାରେ ଯିବାକୁ ଭୟ କରନ୍ତି କାରଣ ଏହି ସ୍ଥାନରେ ସବୁବେଳେ ବରଫ ଏବଂ କୁହୁଡି ହୋଇ ଥିବାରୁ ଏହି ଜାଗା ଟି ବହୁତ ଖସଡ଼ା ହୋଇଥାଏ ଏବଂ ଏଠାରେ ଫସି ଗଲେ କୌଣସି ସାହାର୍ୟ୍ଯ ମଧ୍ୟ ମିଳି ନଥାଏ।

୪- ଚତୁର୍ଥରେ ହେଉଛି କାରାକୋରମ ହାଇୱେ ପାକିସ୍ତାନ। ତେବେ ଏହି ହାଇୱେ କୁ ପାହାଡ଼ କୁ କାଟି ବନା ଯାଇଛି ଏବଂ ଏହା ବହୁତ ଉଚ୍ଚ ଏବଂ ଇଣ୍ଟରନେସନାଲ ହାଇୱେ। ତେବେ ଏହି ରାସ୍ତା ଟି ବହୁତ ଖତରନାକ ଏବଂ ଏହା ସହ ଏହି ରାସ୍ତାରେ ବେଳେ ବେଳେ ପାଣି ଜମିବାରୁ ଆହୁରି ଖତରନାକ ହୋଇ ଯାଏ ଏହା ସହ ଏଠାରେ ଆତଂକବାଦୀ ର ମଧ୍ୟ ଭୟ ରହିଛି। ତେଣୁ ଏଠାକୁ ଯିବା ପାଇଁ ଲୋକମାନେ ଭୟ କରିଥାନ୍ତି।

୫- ପଞ୍ଚମରେ ହେଉଛି ଯୋଜିଲା ପାସ ଭାରତ ତେବେ ଏହି ରାସ୍ତା ଟି ଲଦାଖ ରୁ କାଶ୍ମୀର ଯିବା ବେଳେ ପଡ଼ିଥାଏ ତେବେ ଏହାକୁ ମୃ-ତ୍ୟୁ ର ରାସ୍ତା ମଧ୍ୟ କୁହାଯାଏ ଏବଂ ଯିଏ ନିଜର କାମ ସାରି ଏହି ରାସ୍ତା ଦେଇ ଫେରି ଆସେ ତାକୁ ମୃ-ତ୍ୟୁ ମୁଖରୁ ଆସିବା ପାଇଁ କୁହାଯାଏ ତେବେ ଖରା ଦିନ ଛଡା ଅନ୍ୟ ଦିନରେ ଏହି ରାସ୍ତା ଏତେ ଖସଡ଼ା ହୋଇଥାଏ କି ଆପଣଙ୍କ ଗାଡି ଭାରସାମ୍ୟ ହରାଇ ବସିବ ତାସହ ରାତିରେ ଯିବା ବହୁତ ବିପଦ ଜନକ କାରଣ ଏଠାରେ କୌଣସି ଲାଇଟ ନଥିବାରୁ ଏହାର ଟ୍ରନିଂ ପଏଣ୍ଟ ଦେଖାଯାଏ ନାହିଁ ଏବଂ ଗାଡି ସିଧା ତଳେ ପଡ଼ିଯିବାର ସମ୍ଭାବନା ଥାଏ

Leave a Reply

Your email address will not be published. Required fields are marked *