ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ସରକାର କଲେ ବଡ଼ ଘୋଷଣା ,ସବୁ student ମାନଙ୍କ ବିଦ୍ୟାଳୟ ଯିବା ନେଇ ହୋଇଛି ବଡ଼ ପରିବର୍ତ୍ତନ

ନମସ୍କାର ଦର୍ଶକବନ୍ଧୁ ପୁଣି ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ ଯାହାକୁ ଆପଣମାନେ ସମସ୍ତେ ଜାଣିରଖିବା ଜରୁରୀ | ଏବେ ରାଜ୍ୟ ସରକାରଙ୍କ ତରଫରୁ ଜାରିହେଲା ବଡ଼ ଘୋଷଣା, ସ୍କୁଲରେ ପାଣିପିଇବାକୁ ବାଜିବ ଘଣ୍ଟି | ତେବେ କ୍ଲାସ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତିନିଥର ପିଇବେ ପିଲା ପାଣି ଏହାଛଡ଼ା ଜାରିହେଲା ଏକ ନୂଆ ସୁବିଧା | ତେବେ ଆସନ୍ତୁ ଜାଣିବା…ସ୍କୁଲରେ ପାଣିପିଇବାକୁ ନିୟମିତ ବ୍ୟବଧାନରେ ବାଜିବ ଘଣ୍ଟି | ଜଳ ବିରତି ଘଣ୍ଟି ବଜାଇବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନେଇଛି ନିଷ୍ପତ୍ତି।

ଏନେଇ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧ୍ବକାରୀ ଅର୍ଥାତ ଡିଇଓ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଇଓଙ୍କୁ ଚିଠି ଲେଖି ଜଣାଇଛି । ତେବେ ତାପମାତ୍ରା ବୃଦ୍ଧି ହେତୁ ନିର୍ଜଳୀକରଣ (ଡିହାଇଡ୍ରେସନ) ଜନି ସମସ୍ୟାକୁ ପୂର୍ବାନୁମାନ କରି ରାଜ୍ୟର ସମସ୍ତ ବିଦ୍ୟାଳୟରେ ‘ଜଳ ବିରତି ଘଣ୍ଟି ଲାଗୁ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି | ଏଥିରେ ଉଲ୍ଲେଖ କରାଯାଇଛି, ଦୈନିକ କ୍ଳାସ ସମୟରେ ୩ ଥର ଜଳ ବିରତି ଘଣ୍ଟି ବାଜିବ | ତେବେ ସକାଳ ୮ଟା ୩୦, ୧୦ଟା ଏବଂ ୧୧ଟାରେ ବାଜିବ ଜଳ ବିରତି ଘଣ୍ଟି |

ତେବେ ଜଳ ବିରତି ଘଣ୍ଟି ବାଜିଲେ କ୍ଲାସରେ ଥ‌ିବା ପିଲା ପାଣି ପିଇବେ। ସମସ୍ତ ଛାତ୍ରଛାତ୍ରୀ ଉଦ୍ଦିଷ୍ଟ ସମୟରେ ପାଣି ପିଉଛନ୍ତି ନା ନାହିଁ, ଏହାକୁ ଶିକ୍ଷକ-ଶିକ୍ଷୟିତ୍ରୀମାନେ ତଦାରଖ କରିବେ । ଏହା ସହିତ ସ୍କୁଲ ଯିବା ଆସିବା ସମୟରେ ଛତା କିମ୍ବା ଟୋପି ବ୍ୟବହାର କରିବା ପାଇଁ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେବେ ବୋଲି ଚିଠିରେ ଲେଖା ଯାଇଛି | ତେବେ ନିଜ ନିଜ ଜିଲ୍ଲାର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହାୟତାରେ ଜଳବିରତି ଘଣ୍ଟିକୁ ବାଧ୍ୟତା ମୂଳକ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅନୁରୋଧ କରିଛି ବିଭାଗ |

ତେବେ ଏହି ପଦକ୍ଷପ ଗ୍ରୀଷ୍ମ ଦିନରେ ଛାତ୍ର ଛାତ୍ରୀଙ୍କ ସୁସ୍ଥତା ନିମନ୍ତେ ବିଶେଷ ସହାୟତା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି | ତେବେ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ପାଣିପିଇବାପାଇଁ ମାନେ ପକାଇଦେବାକୁ ଆଉ ନିଜକୁ ହାଇଡ୍ରେସନ ରଖିବାପାଇଁ | ସଚେତନ କରାଇବା ଜଳବିରତି ଘଣ୍ଟିର ମୁଖ୍ୟ ଉଦେଶ୍ୟ ବୋଲି ବିଭାଗ ପକ୍ଷରୁ ଡିଇଓ ଏବଂ ବିଇଓଙ୍କ ନିକଟକୁ ପାଠ ଯାଇଥିଲା ଚିଠିର ଉଲେଖ | ଏପଟେ ସୂଚନା ଯୋଗ୍ୟଯେ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାକୁ ସମସ୍ତ ସ୍କୁଲକୁ ଏପ୍ରିଲ 2 ତାରିଖରୁ ସକାଳୁଆ ହୋଇଛି |

Leave a Reply

Your email address will not be published. Required fields are marked *