ପୁଣି ସମଦ୍ରରେ ବଳ ଗୋଟାଇ ଶକ୍ତିଶାଳୀ ହେଉଛି ଆଉ ଏକ ଲଘୁଚାପ, ଏହି ସମୟରୁ ଘରୁ ବାହାରିବାକୁ ୧୪ ଜିଲ୍ଲାକୁ ସତର୍କ ସୂଚନା !

ଦର୍ଶକ ବନ୍ଧୁ ଏବେ ଏବେ ପାଣିପାଗ କେନ୍ଦ୍ର ତରଫରୁ ଆସିଲା ବହୁତ୍ ବଡ଼ ଅପଡେଟ ଯାହା ବିଷୟରେ ଜାଣିଲେ ଆପଣମାନେ ହୋଇଯିବେ ଆଶ୍ଚର୍ଯ୍ୟ ତାହେଲେ କଣ ରହିଛି ସେହି ଆଶ୍ଚର୍ଯ୍ୟ କଲା ଭଳି ଅପଡେଟ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଭାବରେ।

ଦକ୍ଷିଣପୂର୍ବ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ଅବପାତର ରୂପ ନେଇପାରେ । ଏହାକୁ ଦୃଷ୍ଟିରେ ରଖି ୧୪ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଅବପାତ ଯୋଗୁ ରାଜ୍ୟରେ ୧୩ରୁ ୧୬ ତାରିଖ ଯାଏ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

୧୩ ତାରିଖରେ ଉତ୍ତର ଓଡ଼ିଶା ଓ ଏହାର ପାଶ୍ୱର୍ବତ୍ତୀ ଜିଲ୍ଲା ସହ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ସେହିପରି ୧୪ରୁ ୧୬ ଯାଏ ପଶ୍ଚିମ ଓଡ଼ିଶା ଏବଂ ଛତିଶଗଡ଼ରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ନବରଂଗପୁର, ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

Leave a Reply

Your email address will not be published. Required fields are marked *