କଣ ଆପଣ ଜାଣିଛନ୍ତି ରାମ ନବମୀ ର କାହାଣୀ, ତେବେ ଜାଣନ୍ତୁ ଐତିହାସିକ ଓ ପୌରାଣିକ କାହାଣୀ |

ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ଦେଶସାରା ରାମନବମୀ ଭାବରେ ଧୂମଧାମରେ ପାଳନ କରିଥାନ୍ତି। ସନାତନ ଧର୍ମ ଅନୁସାରେ ରାମନବମୀ ଦିନ ତ୍ରେତୟା ଯୁଗରେ ମହାରାଜା ଦଶରଥଙ୍କ ଘରେ ବିଷ୍ଣୁଙ୍କ ଅବତାର ଭାବେ ପ୍ରଭୁ ଶ୍ରୀରାମ ଜନ୍ମ ନେଇଥିଲେ । ଲଙ୍କାପତି ରାବଣର ଅତ୍ୟାଚାରକୁ କମ୍ କରିବା ପାଇଁ ଭଗବାନ ବିଷ୍ଣୁ ଧରାପୃଷ୍ଠରେ ଭଗବାନ ରାମଙ୍କ ରୂପରେ ଅବତାର ନେଇଥିଲେ। ଧର୍ମ ଶାସ୍ତ୍ର ଅନୁଯାୟୀ ଚୈତ୍ର ମାସର ୯ ଦିନ ରାମ ନବମୀ ଉତ୍ସବ ପାଳନ କରାଯାଇଥାଏ। ଏହି ଦିନ ଭଗବାନ ବିଷ୍ଣୁଙ୍କ ଜନ୍ମ ଅଯୋଧ୍ୟାର ରାଜା ଦଶରଥଙ୍କ ଜ୍ୟେଷ୍ଠ ପୁତ୍ର ରାମଙ୍କ ରୂପରେ ହୋଇଥିଲା।

ରାମଙ୍କ ଜନ୍ମର ମୂଳ ଉଦେଶ୍ୟ ଥିଲା ରାବଣର ଦୃଷ୍ଟ ଆତ୍ମାକୁ ବିନାଶ କରିବା । ଏହି କାରଣରୁ ଶାସ୍ତ୍ରରେ ଶକ୍ତିର ମହିମା ଏବଂ ଭଲ ଓ ଖରାପ ମଧ୍ୟରେ ସଂଘର୍ଷ ଦର୍ଶାଇଥାଏ, ଏହି ଦିନ ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଥାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ନବମୀ ତିଥିର ଆଗମନ ପୁଷ୍ୟା ନକ୍ଷତ୍ରରେ ହୋଇଥାଏ। ଶାସ୍ତ୍ର ଅନୁଯାୟୀ ଯଦି ଚୈତ୍ୟ ଶୁକ୍ଳ ନବମୀ ପୁଷ୍ପ ନକ୍ଷତ୍ର ସହ ସଂଯୋଗ ଥାଏ ତେବେ ଏହା ସମସ୍ତ ଅର୍ଥରେ ପୁଣ୍ୟଦାୟୀ ହୋଇଥାଏ। ରାମ ନବମୀ ଦିନ ଅନେକ ଲୋକମାନେ ମଧ୍ୟ ଉପବାସ କରିଥାନ୍ତି।

ଚୈତ୍ର ମାସର ୯ ଦିନରେ ରାମ ନବମୀ ପଡ଼ିଥାଏ। ଏହା ନବରାତ୍ରୀର ଶେଷ ଦିନ ହୋଇଥାଏ। ଏହି କାରଣରୁ ହିନ୍ଦୁ ମାନଙ୍କ ପର୍ବରେ ରାମ ନବମୀର ବିଶେଷ ମହତ୍ବ ରହିଥାଏ। ରାମ ନବମୀ ଦିନ ମନ୍ଦିରରେ ଭଜନ-କୀର୍ତ୍ତନର ଆୟୋଜନ କରାଯାଇଥାଏ।  ରାମ ନବମୀ ଦିନ ଭଗବାନଙ୍କୁ ପ୍ରସାଦ ରୂପେ ପଞ୍ଚାମୃତ, ଶ୍ରୀ ଖଣ୍ଡ, କ୍ଷୀର ବା ହାଲୁଆ ଆଦି ଭୋଗ ଲଗାଯାଇଥାଏ। ଭଗବାନ ରାମଙ୍କ ପୂଜାରେ ବିଶେଷ ରୂପେ କ୍ଷୀର ଏବଂ ଘିଅର ବ୍ୟବହାର କରାଯାଇଥାଏ। ଏହି କାରଣରୁ ରାମ ନବମୀ ଭଳି ଶୁଭ ଦିନରେ ଘିଅରେ ପ୍ରସ୍ତୁତ ହୋଇଥିବା ମିଠା ପ୍ରସାଦ ରୂପେ ସେବନ କରାଯାଇଥାଏ।

Leave a Reply

Your email address will not be published. Required fields are marked *