ଘରର ଦୁଆର ମୁହଁରେ କେଉଁ କାମ କରିବା ଦ୍ଵାରା ଘରେ ଦେବତା ମାନଙ୍କର ଘରକୁ ଆଗମନ ହୋଇଥାଏ |

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେବ।

୧. ଚାଣକ୍ୟ ନୀତି ଅନୁସାରେ ଯେଉଁ ପୁରୁଷ ଓ ସ୍ତ୍ରୀ ଲୋକଙ୍କର ସନ୍ଧାନ ଆଜ୍ଞାକାରୀ ହୋଇଥାନ୍ତି ସେମାନେ ନିଜ ଜୀବନରେ ଭାଗ୍ୟବାନ୍ ଓ ଧନବାନ୍ ସ୍ବଭାବର ହୋଇଥାନ୍ତି ।

୨. ଘର ପାଇଁ ଭୂମି ପ୍ରାପ୍ତ କରିବାକୁ ଚାହୁଁଥ‌ିବା ଲୋକମାନେ ଓଁ ନମଃ ଶ୍ରୀ ବରାହାୟ ଧାରୁଣୁଦ୍ଧାରଣାୟ ସ୍ବାହା ଏହି ମନ୍ତ୍ର ନିୟମିତ ଜପ ଜପକଲେ ଭୂମି ପ୍ରାପ୍ତ ହେ ହାଇଥାଏ ।

୩. ଘର କରୁଥିବା ଭୂମି ଭିତରେ ଯଦି ଗାଇହାଡ଼ ରହିଥାଏ ତେବେ ରା ବ ରାଜଭୟ ଦେଖାଦିଏ ଏବଂ ଘୋଡ଼ାର ହାଡ଼ଥିଲେ ରୋଗଭୟ ଦେଖା ଦେଇଥାଏ ।

୪. ଘର କରୁଥିବା ଭୂମିତଳେ ଯଦି କୁକୁର ହାତ ରହିଥାଏ ତେବେ ଘରେ କଳହ ଦେଖା ଦେଇଥାଏ ଏବଂ ମୃତ୍ୟୁ ଭୟ ସର୍ବଦା ଲାଗି ରହିଥାଏ ।

୫. ଭୂମିର ଏକପୁରୁଷ ଅର୍ଥାତ୍ ଶହେ କୋଡିଏ ଆଙ୍ଗୁଳ ମାଟି ତଳେ ଯଦି କୌଣସି ହାଡ ରହିଥାଏ ତେବେ କୌଣସି ଘରପାଇଁ କ୍ଷତି ହୋଇନଥାଏ ।

୬. ଘରକରିବା ସମୟରେ ଏକ ପୁରୁଷ ମାଟି ତାଡ଼ିବାପରେ ନୂତନ ମାଟି ଭର୍ତ୍ତିକରି ଘର କରିବା ଉଚିତ୍ ଏହା ମଙ୍ଗଳକାରି ହୋଇଥାଏ ।

୭. ଝାଡ଼ିବା, ଲିପିବା, ଗଙ୍ଗାଜଳ ଛିଞ୍ଚିବା, ଉପରମାଟି ଖୋଳି ବାହାରକରିବା ଏବଂ ଗାଇକୁ ଗୋଟେ ଦିନ ଏବଂ ଗୋଟେ ରାତି ସେଠାରେ ରଖୁବାଦ୍ବାରା ଘରପାଇଁ ଭୂମି ଶୁଦ୍ଧ ହୋଇଥାଏ ।

୮. ଯେଉଁ ଘର ଉତ୍ତରରୁ ଦକ୍ଷିଣଆଡକୁ ଲମ୍ବିଥାଏ ତାକୁ ଚନ୍ଦ୍ରବୋଧୂ ଘର କୁହାଯାଏ ଏହାଦ୍ବାରା ଶୁଭ ଏବଂ ଧନବୃଦ୍ଧି ହୋଇଥାଏ ।

୯. ଘରେ କେବେବି ଫୁଟା ବାସନ, ଭଙ୍ଗା ଖଟ ରଖୁବା ଉଚିତ୍ ନୁହେଁ ଏହା ଦ୍ବାରା ଘରେ କଳି ଏବଂ ଧନହାନି ଦେଖା ଦେଇଥାଏ ।

୧୦. କେବେବି ବର୍ଗାକାର କ୍ଷେତ୍ର ବିଶିଷ୍ଟ ଘର କରିବା ଉଚିତ୍ ନୁହେଁ ଏହାଦ୍ବାରା ଘରେ ଧନହାନି ହୋଇଥାଏ ।

Leave a Reply

Your email address will not be published. Required fields are marked *