Weather Alert : ୨୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କଲା ଭୁବନେଶ୍ଵର ପାଣିପାଗ ବିଜ୍ଞାନ କେନ୍ଦ୍ର |

ନମସ୍କାର ଦର୍ଶକବନ୍ଧୁ ଆଜିଠୁ ବଢିବ ବର୍ଷା ବନ୍ୟା ଆଶଙ୍କା ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଆଗାମୀ 4ଦିନ ପାଇଁ ହଳଦିଆ ଚେତାବନୀ ଦେଲା ପାଣିପାଗ ବିଭାଗ | ଆଜି ରାଜ୍ୟର 16 ଜିଲ୍ଲାରେ ସକ୍ରିୟ ମୌସୁମୀ ଓ ଘୂଷ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି । ଆସନ୍ତାକାଲି ମଧ୍ୟ ୫ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଭୁବନେଶ୍ଵର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାଣ୍ଡିଂ ଜାରି ମୁଖ୍ୟସଚିବଙ୍କ ସ୍ଥିତି ସମୀକ୍ଷା ଆବଶ୍ୟକ ସ୍ଥଳେ ଛୁଟି ବାତିଲ ହୋଇଛି।

ଗତକାଲି ଘୂଣ୍ଡିବଳୟ ପ୍ରଭାବରେ ମୟୂରଭଞ୍ଜ ଓ ବାଲେଶ୍ଵର ଜିଲାରେ ପ୍ରବଳ ବର୍ଷା ହୋଇଥିବାବେଳେ ହୀରାକୁଦ ଜଳଭଣ୍ଡାରରେ ଅଧିକ ଫାଟକ ଖୋଲାଯିବ। ଯୋଗୁଁ ମହାନଦୀ ଫୁଲୁଛି । ଗତ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜର ରାସଗୋବିନ୍ଦପୁରରେ ସର୍ବାଧିକ ୧୨୮ ମି.ମି., ବାଲେଶ୍ଵର ଜିଲା ରାଜଘାଟରେ ୧୧୧.୪ ମି.ମି., ଭୋଗରାଇରେ ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ ଯେ, ବର୍ଷା ଋତୁରେ ବିଭିନ୍ନ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଲେ ବିଭାଗ ଦ୍ବାରା ଅନୁସରଣ କରାଯାଉଥିବା ରୁଲ୍ କର୍ଭ ବିଭିନ୍ନ ନଦୀ ଅବବାହିକାର ଉପର ମୁଣ୍ଡରେ ଜଳ ପ୍ରବେଶର ସୂଚନା ଏବଂ ବିଭିନ୍ନ ନଦୀରେ ଜଳ ପ୍ରବାହର କ୍ଷମତା ଆଧାରରେ ନଦୀରେ ଜଳ ଛଡା ଯାଇଥାଏ।

ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଭିନ୍ନ ଜଳଭଣ୍ଡାରର ଜଳସ୍ତର ସ୍ଥିତି, ନଦୀରେ ଜଳ ପ୍ରବାହ ସ୍ଥିତି ସଂପର୍କରେ ଉପସ୍ଥାପନ କରିଥିଲେ। ସ୍ବତନ୍ତ୍ର ରିଲିଫ ଆୟୁକ୍ତ ସତ୍ୟବ୍ରତ ସାହୁ କହିଛନ୍ତି ଯେ, ବିଭିନ୍ନ ନଦୀରେ ଜଳ ପ୍ରବାହ ହେଉଥିବା ଯୋଗୁଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ବିଶେଷ କରି ନଦୀରେ ପାଣି ପ୍ରବାହ ଦେଖୁବାକୁ ଯାଉଥିବା ବ୍ୟକ୍ତିମାନଙ୍କୁ ସାଥ୍‌ରେ ଛୋଟପିଲାମାନଙ୍କୁ ନଦୀ କୂଳକୁ ନ ଛାଡିବା, ଗାଈ ଗୋରୁମାନଙ୍କୁ ନଦୀକୁ ନଛାଡିବା, ବିପଜ୍ଜନକ ଭାବେ ସେଲଫ୍ ନେବାରୁ ନିବୃତ ରହିବାକୁ ସଚେତନତା ପାଇଁ ଜିଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ।

ଚିଲିକାରେ ଡଙ୍ଗା ବା ଲଞ୍ଚ ଚଳାଚଳ ବେଳେ ସଂଖ୍ୟାଧିକ ଯାତ୍ରୀ ପରିବହନ ଉପରେ ଏସଆରସି ପୁରୀ ଜିଲାପାଳଙ୍କୁ ସତର୍କ ଦୃଷ୍ଟି ରଖୁବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ଲଗାଣ ବର୍ଷାଜନିତ ପ୍ରଭାବର ମୁକାବିଲା ସ୍ଥିତିରେ ସଂପୃକ୍ତ ଜିଲାମାନଙ୍କରେ ଅଧିକାରୀ ଓ କର୍ମଚାରୀମାନଙ୍କୁ ଛୁଟି ନ ନେବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *