ମଣିଷ ଶରୀର ପାଇଁ ସବୁଠୁ ବଡ ଚିନ୍ତା ଅତ୍ୟଧିକ ମୋଟାପଣ । ଆପଣମାନେ ନିଜ ଦୈନନ୍ଦିନ ଜୀବନରେ ଅନେକ ଜିନିଷ ସେବନ କରୁଥିବେ । କିନ୍ତୁ ମୋଟାପଣ ପାଇଁ ଅନେକ ଖାଦ୍ୟ ଖାଇବା ପାଇଁ ନିଜ ମନକୁ ଅଟକାଉଥିବେ । ହେଲେ ଏହି ମୋଟପଣ କମିବାର ନାଁ ହିଁ ଧରୁନାହିଁ । କେମିତି ଓ କେଉଁ ଉପାୟରେ ମୋଟାପଣ କମିବ ଦି ସେହି ଚିନ୍ତାରେ ଆପଣମାନେ ବି ଅଛନ୍ତି ।
ତାହାଲେ ଏହି ଆର୍ଟିକିଲ୍ କୁ ଶେଷ ଯାଏଁ ପଢନ୍ତୁ ଓ ତାର ଏକ ସହଜ ଓ ଘରୋଇ ଉପାୟ ଆଜି ହିଁ ଆପଣାନ୍ତୁ । ପ୍ରତ୍ୟେକ ଘରେ ଜୁଆଣି ଏକ ଜରୁରୀ ଜିନିଷ । ଯାହା ଅଧିକାଂଶ ଜିନିଷରେ ବ୍ୟବହାର ହୁଏ । ଜୁଆଣି ଖାଇବା ପେଟ ପାଇଁ ବହୁତ ଭଲ। ଜୁଆଣି ପାଣି ପିଇବା ଦ୍ୱାରା ଗ୍ୟାସ୍, ବଦହଜମି, ପେଟ ଯନ୍ତ୍ରଣା ଏବଂ କୋଷ୍ଠକାଠିନ୍ୟ ଦୂର ହୋଇଥାଏ। ଜୁଆଣି ଆୟୁର୍ବେଦିକ ଗୁଣରେ ପରିପୂର୍ଣ୍ଣ ।
ଜୁଆଣି ପାଣି ସେବନ ଦ୍ୱାରା ଓଜନ ମଧ୍ୟ ନିୟନ୍ତ୍ରଣରେ ରହିପାରେ। ଜୁଆଣିରେ ପ୍ରୋଟିନ୍, ଫ୍ୟାଟ୍, ମିନେରାଲ୍ସ, ଫାଇବର ଏବଂ କାର୍ବୋହାଇଡ୍ରେଟ୍ ରହିଛି। ଏହା ବ୍ୟତୀତ କ୍ୟାଲସିୟମ୍, ଥିଏମାଇନ୍, ରାଇବୋଫ୍ଲାଭିନ, ଫସଫରସ୍, ଆଇରନ୍ ଏବଂ ନିୟାସିନ୍ ମଧ୍ୟ ରହିଛି। ଜୁଆଣି ଖାଇବା ଦ୍ୱାରା ଶରୀରକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ମିଳିଥାଏ। ଜୁଆଣି ପାଣିର କଣ କଣ ଉପକାରିତା ଅଛି ଆସନ୍ତୁ ଜାଣିବା ।
ଜୁଆଣିରେ ଆଣ୍ଟି-ହାଇପରଲିପିଡେମିକ୍ ଉପାଦାନ ରହିଛି। ଜୁଆଣି ପାଣି ପିଇବା ଦ୍ୱାରା ଶରୀରର କୋଲେଷ୍ଟ୍ରଲ, LDL- କୋଲେଷ୍ଟ୍ରଲ, ଟ୍ରାଇଗ୍ଲେସିରାଇଡ ଏବଂ ମୋଟ ଲିପିଡ କମିଯାଏ। ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଶରୀରରେ ଚର୍ବି ବୃଦ୍ଧି ହେତୁ ମେଦବହୁଳତା ସମସ୍ୟା ଦେଖାଦେଇଥାଏ। ମେଦବହୁଳତା ସମସ୍ୟାକୁ ହ୍ରାସ କରିବା ପାଇଁ ଜୁଆଣି ପାଣି ପିଇପାରିବେ। ସକାଳେ ଖାଲି ପେଟରେ ଜୁଆଣି ପାଣି ପିଇ ଓଜନ ସହଜରେ ନିୟନ୍ତ୍ରଣ କରିପାରିବେ ।