ବିରାଟ କୋହିଲିଙ୍କୁ ନେଇ ମୁହଁ ଖୋଲିଲେ Gautam Gambhir, କହିଲେ ଏମିତି କଥା ଦେଖନ୍ତୁ !!

କୋହିଲିଙ୍କ ସହିତ କିମିତି ରହିଛି ସମ୍ପର୍କ ବିରାଟଙ୍କୁ ନେଇ ଏମିତି କହିଲି ଗମ୍ଭୀର । କହିଲେ କୋହିଲିଙ୍କ ସହ ନାହିଁ କୌଣସି ସମ୍ପର୍କ । ଭରତୀୟ ଦଳର ଶ୍ରୀଲଙ୍କା ଗସ୍ତ ପୁର୍ବରୁ ଚର୍ଚ୍ଚାରେ ଗୌତମ ଗମ୍ଭୀରଙ୍କ ପ୍ରତିକ୍ରିୟା । ଦଳର ଷ୍ଟାର ଖେଳାଳିଙ୍କୁ ନେଇ ଦେଲେ ବଡ଼ ମନ୍ତବ୍ୟ । ଟିମ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ ପୁର୍ବରୁ ଦଳ ମୁଖ୍ୟ କୋଚ ଦାୟିତ୍ୱ ସମ୍ଭାଳିଛନ୍ତି ଗୌତମ ଗମ୍ଭୀର।

ଏଥି ସହିତ ପ୍ରଥମ ପ୍ରେସ ମିଟିଂ କରି ଦଳକୁ ନେଇ ପ୍ରସ୍ତୁତି ସମ୍ପର୍କରେ କହିଛନ୍ତି । ବିଶେଷ କରି କୋହିଲିଙ୍କୁ ନେଇ ଦେଉଛନ୍ତି ନିଜର ମତ। IPL ୨୦୨୩ ସମୟର ବିରାଟ ଓ ଗମ୍ଭୀର ଙ୍କ ମଧ୍ୟାରେ ବିବାଦ ଥିବା ସମସ୍ତେ ଜାଣନ୍ତି। ଏବେ ଗମ୍ଭୀର ବିରାଟଙ୍କ ସହିତ ସମ୍ପର୍କ ପ୍ରକାଶ କରିଛନ୍ତି । ଟିମ ଇଣ୍ଡିଆର ମୁଖ୍ୟ କୋଚ ହେବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ପ୍ରକାଶ କରିଥିଲେ।

ଗମ୍ଭୀର କହିଛନ୍ତି ଟିଆରପି ପାଇଁ ବିରାଟଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ । ୨୭ ଜୁଲାଇରୁ ହେବାରୁ ଥିବା କ୍ରିକେଟ ସିରିଜ ପାଇଁ ସୋମବାର ଶ୍ରୀଲଙ୍କା ଗସ୍ତ କରିଛି ଟିମ୍ ଇଣ୍ଡିଆ। ନୂତନ କୋଚ୍ ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ ଟିମ ଶ୍ରୀଲଙ୍କା ଗସ୍ତ କରିଛି। ସେଠାରେ ଦଳ ତିନୋଟି T୨୦ ଓ ତିନିଟି ଏକ ଦିନିକିଆ ମ୍ୟାଚ୍ ଖେଳିବ ।

ପ୍ରଥମ ଥର ପାଇଁ କୋଚ୍ ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ ଭାରତ ଖେଳିବ ମ୍ୟାଚ୍। T ୨୦ ବିଶ୍ଵକପ ଓ ଜିମ୍ବାବେ ସିରିଜରେ ଦମଦାର ପ୍ରଦର୍ଶନ ପରେ ଶ୍ରୀଲଙ୍କାରେ ବିଜୟ ବନା ଉଡାଇବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ ।

Leave a Reply

Your email address will not be published. Required fields are marked *