ନମସ୍କାର ବନ୍ଧୁଗଣ ଓଡ଼ିଶା ମନ୍ଦିର ମାଳିନୀ ରାଜ୍ୟ ନାମରେ ସାରା ଦୁନିଆରେ ପରିଚିତ ଓଡ଼ିଶାରେ ବୋହୁତ ଗୁଡ଼ିଏ ମନ୍ଦିର ରହିଛି ତେବେ ଆଜି ଆସନ୍ତୁ ଜାଣିବା ଓଡ଼ିଶାର ୫ ଟି ପ୍ରସିଦ୍ଧ ଶିବ ମନ୍ଦିର ଓ ତାର ରହସ୍ୟ।
ଲିଙ୍ଗରାଜ ମନ୍ଦିର
ଓଡ଼ିଶାର ପ୍ରସିଦ୍ଧ ମନ୍ଦିର ଭିତରେ ଭୁବନେଶ୍ୱର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ଆସିଥାଏ ଲିଙ୍ଗରାଜ ମନ୍ଦିର ଭୁବନେଶ୍ଵରର ସବୁଠାରୁ ବଡ଼ ମନ୍ଦିର ଲିଙ୍ଗରାଜ ମନ୍ଦିରର ଉଚ୍ଚତା ୧୮୦ ଫୁଟ ଲିଙ୍ଗରାଜ ମନ୍ଦିର ପାଖାପାଖି ୧୦୦୦ AD ର ମନ୍ଦିର ଏହି ମନ୍ଦିରକୁ ତିନି ରାଜା ନିର୍ମାଣ କରିଥିଲେ ଯଯାତି କେଶରୀ ଲଲାଟ କେଶରୀ ଅନନ୍ତ କେଶରୀ ଏହି ମନ୍ଦିର ନିର୍ମାଣ କରିଛନ୍ତି ଲିଙ୍ଗରାଜ ମନ୍ଦିରରେ ଭଗଵାନ ଶିବଙ୍କ ସହ ବିଷ୍ଣୁ ଲକ୍ଷ୍ମୀ ସୂର୍ଯ୍ୟଦେବ ମଧ୍ୟ ପୂଜା ପାଇଥାନ୍ତି ଲିଙ୍ଗରାଜ ମନ୍ଦିରର ପରିବେଶ ସୁନ୍ଦର ହୋଇଥାଏ ଅନ୍ୟ ମନ୍ଦିରର ଶିବଲିଙ୍ଗ ଅପେକ୍ଷା ଏହି ମନ୍ଦିରର ଶିବଲିଙ୍ଗ ଟିକେ ଅଲଗା ଶିବଲିଙ୍ଗର ଉଚ୍ଚତା ୧ ଫୁଟ ହୋଇଥାଏ ଓ ମୋଟ ମଧ୍ୟ ୧ ଫୁଟ ହୋଇଥାଏ ଲିଙ୍ଗରାଜ ମନ୍ଦିରକୁ ଶ୍ରଦ୍ଧାଳୁ ଦୂରଦୁରନ୍ତରୁ ଆସିଥାନ୍ତି।
ପଞ୍ଚଲିଙ୍ଗେଶ୍ୱର ମନ୍ଦିର
ବାଲେଶ୍ବରରେ ଥିବା ପଞ୍ଚଲିଙ୍ଗେଶ୍ୱର ଏକ ପ୍ରସିଦ୍ଧ ମନ୍ଦିର କୁହାଯାଏ ଏହି ମନ୍ଦିରରେ ୫ ଟି ଶିବଲିଙ୍ଗ ରହିଅଛି ନୀଳଗିରି ପର୍ବତ ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ରହିଛି ଦେବଗିରି ପର୍ବତ ଏହି ପର୍ବତ ଉପରେ ପ୍ରାକୃତିକ ପରିବେଶରେ ପୂଜା ପାଉଛନ୍ତି ବାବା ପଞ୍ଚଲିଙ୍ଗେଶ୍ୱର ମନ୍ଦିରରେ ମଣି ନାଗେଶ୍ଵର ବାଣେଶ୍ୱର ଗଡ଼ଗଡେଶ୍ୱର ଖଜୁରୀଶ୍ୱର ବାଡେଶ୍ୱର ଏହି ୫ ଲିଙ୍ଗ ପୂଜା ପାଇଥାନ୍ତି ଏହି ୫ ଟି ନାଁରେ ଭଗଵାନ ଶିବ ପୂଜା ପାଇଥାନ୍ତି ପୁରାଣ ଅନୁସାରେ ପ୍ରଭୁ ରାମ ମାତା ସୀତା ଓ ଲକ୍ଷ୍ମଣ ତିନିଜଣ ଯାକ ବନବାସ ସମୟରେ ଦେବଗିରି ପର୍ବତକୁ ଆସିଥିଲେ ପର୍ବତ ଉପରେ ମାତା ସୀତା ଭଗଵାନଙ୍କୁ ପୂଜା କରିବା ପାଇଁ ଇଚ୍ଛା କରିଥିଲେ ସେଥିପାଇଁ ମାତା ସୀତା ୫ ଟି ଲିଙ୍ଗ ସ୍ଥାପନ କରିଥିଲେ ସେହି ପୌରାଣିକ କଥା ଅନୁସାରେ ଆଜିବି ଏହି ଜାଗାରେ ଭଗଵାନ ଶିବଙ୍କୁ ପୂଜା କରାହୋଇଥାଏ।
ହୁମାବକ୍ର ମନ୍ଦିର
ସମ୍ବଲପୁର ଠାରୁ ୨୩ କିଲୋମିଟର ଦୂରରେ ହେଉଛି ଏହି ଶିବ ମନ୍ଦିର ଏହି ମନ୍ଦିର ସବୁ ମନ୍ଦିର ଠାରୁ ନିଆରା କାରଣ ଯେତେ ମନ୍ଦିର ଅଛି ସବୁ ମନ୍ଦିର ସିଧା ହୋଇ ଛିଡା ହୋଇଛି କିନ୍ତୁ ଏହି ମନ୍ଦିର ଟିକିଏ ଗୋଟିଏ ସାଇଡକୁ ବେଣ୍ଡ ହୋଇ ରହିଛି ଭକ୍ତ ଦୂରଦୂରାନ୍ତରୁ ଏଠାକୁ ଆସିଥାନ୍ତି କିମ୍ବଦନ୍ତୀ ଅନୁସାରେ ରାଜା ବାଲିଆର ସିଂ ଏହି ମନ୍ଦିରକୁ ନିର୍ମାଣ କରିଥିଲେ।
କପିଳାସ ମନ୍ଦିର
କପିଳାସ ମନ୍ଦିର ଢେଙ୍କାନାଳ ଜିଲ୍ଲାରେ ରହିଅଛି ଢେଙ୍କାନାଳ ସହର ଠାରୁ ପ୍ରାୟ ୨୬ କିଲୋମିଟର ଦୂରରେ ରହିଛି କପିଳାସ ମନ୍ଦିର କପିଳାସ ମନ୍ଦିର ସମୁଦ୍ର ପତନ ଠାରୁ ପ୍ରାୟ ୨ ହଜାର ଫୁଟ ଉଚ୍ଚରେ ଅବସ୍ଥିତ କପିଳାସ ମନ୍ଦିର ଉଚ୍ଚତା ୬୦ ଫୁଟ ମନ୍ଦିରକୁ ଯିବା ପାଇଁ ୨ ଟି ରାସ୍ତା ରହିଛି ଗୋଟିଏ ୧୩୫୨ ପାହାଚ ଦେଇ ଯାଇପାରିବେ ଓ ଆଉଗୋଟେ ରାସ୍ତା ବାରବାଙ୍କି ଏହି ଦୁଇ ରାସ୍ତା ମାଧ୍ୟମରେ ଆପଣ ମନ୍ଦିର ଭିତରେ ପହଞ୍ଚି ପାରିବେ ପ୍ରାୟ ଲୋକ ୧୩୫୨ ପାହାଚ ଦେଇ ଯାଇଥାଏ କୁହାଯାଏ ଯଦି ୧୩୫୨ ପାହାଚ ଦେଇ ସେହି ମନ୍ଦିରକୁ ଯିବେ ତେବେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଭଗଵାନ ଶିବଙ୍କର ଶୁଭ ଦୃଷ୍ଟି ରହିଥାଏ କିମ୍ବଦନ୍ତୀ ଅନୁସାରେ ଏହି ମନ୍ଦିରକୁ ଗଙ୍ଗ ବଂଶର ରାଜା ନରସିଂହଦେବ ତିଆରି କରିଥିଲେ।
ଗୁପ୍ତେଶ୍ୱର ମନ୍ଦିର
ଗୁପ୍ତେଶ୍ୱର ମନ୍ଦିର କୋରାପୁଟ ଜିଲ୍ଲାରେ ରହିଅଛି ଜୟପୁର ଠାରୁ ପ୍ରାୟ ୫୫ କିଲୋମିଟର ଦୂରରେ ରହିଛି ଏହି ମନ୍ଦିରର ମୁଖ୍ୟ ଆକର୍ଷଣ ବିଶାଳ ଶିବଲିଙ୍ଗ ଭକ୍ତ ଦୂର ଦୁରାନ୍ତରୁ ଭଗଵାନ ଶିବଙ୍କ ଦର୍ଶନ କରିବା ପାଇଁ ଆସିଥାନ୍ତି କିମ୍ବଦନ୍ତୀ ଅନୁସାରେ ଭଗଵାନ ଶିବଙ୍କୁ ପ୍ରଭୁ ରାମ ବନବାସ ସମୟରେ ଏହି ଜାଗାରେ ଗୁପ୍ତ ଭାବରେ ପୂଜା କରିଥିଲେ ସେଥିପାଇଁ ଏହି ଜାଗାକୁ ଗୁପ୍ତେଶ୍ୱର ମନ୍ଦିର କୁହାଯାଏ ଏଠି ଗୁମ୍ଫା ଅଛି ଏହି ଗୁମ୍ଫାରେ ୨୦୦ ରୁ ଅଧିକ ଶିବଲିଙ୍ଗ ରହିଛି ଭକ୍ତଙ୍କୁ ଏହି ଜାଗାରେ ଅନ୍ୟ ଦେବଦେବୀଙ୍କ ମଧ୍ୟ ଦର୍ଶନ କରିବାର ସୁଯୋଗ ମିଳିଥାଏ।