ମୁମ୍ବାଇ ଇଣ୍ଡିଆନ ଫ୍ୟାନମନଙ୍କୁ ଲାଗିପାରେ ବଡ଼ ଝଟକା ୩ ଖେଳାଳି ଛାଡ଼ି ପାରନ୍ତି ଦଳ । IPL ର ପୂର୍ବ ସିଜନ୍ ଭଲ ନଥିଲା ୨୦୨୪ ଶେଷ ପୁର୍ବରୁ ମୁମ୍ବାଇକୁ ବଡ଼ ଝଟକା ଲାଗିପାରେ। ଏକ ରିପୋର୍ଟ ଅନୁଯାଇ ରୋହିତ ଶର୍ମା ସହିତ ଆଉ ଦୁଇଜଣ ଖେଳାଳି ଛାଡ଼ି ପାରନ୍ତି ବୁମରା ଓ ସୂର୍ୟକୁମାର ଯାଦବ ମଧ୍ୟ ଦଳ ଛାଡ଼ି ପାରନ୍ତି। କିନ୍ତୁ ଏ ସମ୍ପର୍କରେ କୌଣସି ସରକାରୀ ସୂଚନା ପ୍ରାପ୍ତ ହୋଇନାହିଁ ।
ମୁମ୍ବାଇ ଗତ ସିଜନରେ ଦଳର ଭାର ହାର୍ଦିକ ପାଣ୍ଡିଆକୁ ଦିଆଯାଇଥିଲା ଆଉ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ପଦବୀରୁ ହଟାଇ ଦିଆଯାଇଥିଲ ଆଉ ଏହାକୁ ନେଇ ଫ୍ୟାନସ୍ ମାନେ ସୋସିଆଲ ମିଡ଼ିଆରେ ବିରୋଧର ମଧ୍ୟ କରାଇଥିଲେ ଆଉ ଏହା ସହିତ ଦଳର ଅନ୍ୟ ଖେଳାଳି ମାନେ ମଧ୍ୟ ଖୁସି ନଥିଲେ ଯାହା ଦ୍ୱାରା ଟିମ୍ ତାର ଖେଳ ହରାଇଥିଲା ଆଉ ଏହାର ପ୍ରଭାବ ଆର ସିଜନ୍ ରେ ନିହତିଭବରେ ପଡ଼ିବ ।
ମୁମ୍ବାଇ ପାଇଁ ଏହି ତିନିଜଣ ଖେଳାଳି ବୋହୁତ ଗୁରୁତ୍ବ ପୂର୍ଣ୍ଣ କିନ୍ତୁ ସେମାନେ ଟିମରୁ ଅଲଗା ହେବା ଦିଗରେ ଗତି କରୁଛନ୍ତି । ରୋହିତଙ୍କ ସହିତ ବୁମର ଓ ସୂର୍ଯ୍ୟଙ୍କର ଭଲ ବଣ୍ଡିଂ ଅଛି ଯଦି ଏହି ତିନିଜଣ ଖେଳାଳି ମୁମ୍ବାଇ ଟିମ ରୁ ବାହାରିଯାଆନ୍ତି ତେବେ ଟିମ ବଡ଼ କ୍ଷତି ସହିବ । ଯଦି ରୋହିତ ମୁମ୍ୱାଇ ଟିମ ଛାଡନ୍ତି ତେବେ ସେ ଗୁଜୁରାଟ ଟାଇଟନ କିମ୍ୱା ଦିଲ୍ଲୀ କ୍ୟାପିଟାଲରେ ଯୋଗ ଦେଇପାରନ୍ତି ।