ଆଣ୍ଠୁଗଣ୍ଠି ବିନ୍ଧା,ହାର୍ଟ-ଶିର ବ୍ଲକେଜ୍, କୋଲେଷ୍ଟ୍ରଲ, ଲିଭର ସମସ୍ୟା,ଡାଇବେଟିସ ସବୁ ଦୂର ହୋଇଯିବ ନିଶ୍ଚୟ କରିକି ଦେଖନ୍ତୁ ଦେଖିବେ ଚମତ୍କାର

ଡାଲଚିନି ଯାହା ଆମ ସମସ୍ତଙ୍କ ରୋଷେଇ ଘରେ ଏକ ଜରୁରୀ ଜିନିଷ । ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ବେଳେ ଡାଲଚିନିର ବ୍ୟବହାର ଆମେ ଯେଉଁମାତ୍ରାରେ କରିଥାଉ । ଠିକ୍ ସେମିତି ନିଜ ଶରୀରର ବିଭିନ୍ନ ଅସୁବିଧା ପାଇଁ ବି ଆମେ ଡାଲଚିନିର ବ୍ୟବହାର କରିପାରିବା । ଆପଣମାନେ ହୁଏତ ଜାଣିନଥିବେ ଡାଲଚିନି କେବଳ ଖାଇବା ଦ୍ବାରା ନୁହେଁ ବରଂ ଲଗେଇବା ଦ୍ବାରା ବି ଅନେକ ଲାଭ ମିଳିଥାଏ । ତାହାଲେ ଆଜିର ସ୍ବାସ୍ଥ୍ୟ ସଂଞ୍ଜିବନୀରେ ଜାଣିବା ଡାଲଚିନିର ଉପକାରିତା ଓ କେଉଁ କେଉଁ ଭଳି ଉପାୟରେ ଡାଲଚିନି କୁ ବ୍ୟବହାର କଲେ ମିଳିବ ଲାଭ । ଡାଲଚିନିରେ ଅନେକ ପ୍ରାକୃତିକ ଓ ଔଷଧୀୟ ଗୁଣ ରହିଛି

ଏହା ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ। ଶରୀରରେ ମେଟାବୋଲିଜିମ୍ ହାର ବି ବଢାଇଥାଏ ଏବଂ ବଡି ଫ୍ୟାଟ୍‌କୁ କମାଇଥାଏ। ଯଦି ଆପଣ ବଢୁଥିବା ଓଜନ ଓ ହାଇ ବ୍ଲଡ୍ ପ୍ରେସର ଆଦି ସମସ୍ୟାର ସାମ୍ନା କରୁଛନ୍ତି। ତେବେ ନିହାତି ଭାବେ ଡାଲଚିନିକୁ ନିଜ ରୁଟିନ୍‌ରେ ସାମିଲ କରନ୍ତୁ। ଡାଲଚିନିରେ ଅନେକ ଜରୁରୀ ପୋଷକ ତତ୍ତ୍ବ ରହିଛି। ଏହା ଆମ ଶରୀର ପାଇଁ ଅନେକ ଗୁଣରେ ଲାଭଦାୟକ ହୋଇଥାଏ। ଏଥିରେ ମ୍ୟାଗ୍ନେସିୟମ୍, ଆଇରନ୍, ଫସଫରସ୍, କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, କ୍ୟାଲସିୟମ, କପର, ଜାଁଙ୍କ, ନିଆସିନ୍, ଥାୟାମିନ୍ ଏବଂ ଲାଇକୋପିନ୍ ଆଦି ଶରୀର ପାଇଁ ଆବଶ୍ୟକୀୟ ପୋଷକ ତତ୍ତ୍ବ ରହିଛି।

ତେବେ ଚାଲନ୍ତୁ ଜାଣିବା ଡାଲଚିନିରେ ପ୍ରସ୍ତୁତ ଚା ପିଇବା ଦ୍ବାରା ଶରୀର ପାଇଁ କେଉଁ କେଉଁ ଫାଇଦା ହୋଇଥାଏ। ଡାଲଚିନି ଚା ପିଇବା ଦ୍ବାରା ଆମ ମସ୍ତିଷ୍କକୁ ଚିନ୍ତା ତଥା ମାନସିକ ଚାପଠୁ ଲଢିବାକୁ ସାହାଯ୍ୟ ମିଳିଥାଏ। ଏହା ଆମ ମୁଣ୍ଡକୁ ଶାନ୍ତି ରଖେ ଓ ବ୍ରେନ୍ ଫଙ୍କସନ୍ କୁ ବଢାଇଥାଏ। ଏହା ସ୍ମରଣଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଆଜିକା ସମୟରେ ମୋଟାପଣ ଏକ ଗମ୍ଭୀର ସମସ୍ୟା ଯଦି ଆପଣ ନିଜ ବଢୁଥିବା ମୋଟାପଣକୁ ନେଇ ଚିନ୍ତିତ ଏବଂ ଏହାକୁ ଦୂର କରିବାକୁ ଚାହୁଁଛନ୍ତି

ତାହେଲେ ପ୍ରତିଦିନ ଡାଲଚିନିର ଚା ପିଅନ୍ତୁ। ଏହା ଫ୍ୟାଟ୍ ବର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ପ୍ରାକୃତିକ ଗୁଣ ଓଜନ କମାଇବାରେ ବେଶ୍ ସହାୟକ ହୋଇଥାଏ। ଏହା ମେଟାବୋଲିଜିମ୍ ହାର ବଢାଇବା ସାଙ୍ଗକୁ ବଡି ଫ୍ୟାଟ୍ କମ୍ କରିଥାଏ। ନିୟମିତ ଭାବେ ଡାଲ୍ମିନି ଚା ପିଇବାଦ୍ବାରା କେବଳ ବ୍ଲଡ୍ ପ୍ରେସର ନିୟନ୍ତ୍ରଣ ହୁଏ ତା ନୁହେଁ, ହାଇ ବ୍ଲଡ୍ରେସର୍ କମ୍ କରିବାରେ ମଧ୍ୟ ବିଶେଷ ସାହାଯ୍ୟ କରିଥାଏ।

ମହିଳାମାନେ ଋତୁସ୍ରାବ ସମୟର କିଛି ଦିନ ପୂର୍ବରୁ ଯଦି ନିୟମିତ ଭାବେ ଡାଲଚିନି ଚା ପିଅନ୍ତି ତେବେ ଋତୁସ୍ରାବ ସମୟରେ ହେଉଥିବା ପି.ଏମ୍.ଏସ୍. ସମସ୍ୟା ତଥା ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଡାଲଚିନିରେ ଥିବା ଆଣ୍ଟିଅକ୍ସିଡେଣ୍ଡୁ ଶରୀରରେ ଥିବା ଟକ୍ସିନ୍ସ ଓ ଫ୍ରି ରେଡିକାଲ୍କୁ ସାଙ୍ଗେ ଲଢିବାକୁ ଶରୀରକୁ ଶକ୍ତି ଦେଇଥାଏ। ଏହା କଳା ଚିହ୍ନ, ଦାଗ ଆଦି କମ୍ କରିବାରେ ବି ବେଶ୍ ଲାଭବାନ୍ ହୋଇଥାଏ।

Leave a Reply

Your email address will not be published. Required fields are marked *