ବନ୍ଧୁଗଣ ମା ତାରିଣୀ କିଏ ଓ କାହିଁକି ମା ଦୂର୍ଗା ଏବେ ପଥର ହୋଇ ପୂଜା ପାଉଛନ୍ତି ତାରିଣୀ ରୂପେ, ପୁରୀରୁ କେନ୍ଦୁଝର କେମିତି ଆସିଲେ ମା ତାରିଣୀ ସେହି ବିଷୟରେ ଆଜି ଆମେ ଆପଣଙ୍କ ସହ ଆଲୋଚନା କରିବାକୁ ଯାଉଛୁ । ଆଜି ଜାଣିବା ମା ତାରିଣୀଙ୍କ ଗୁପ୍ତ ରହସ୍ୟ ବିଷୟରେ ବିସ୍ତାର ଭେବ । ଓଡିଶାରେ କେନ୍ଦୁଝର ଜିଲ୍ଲାରେ ମା ତାରିଣୀଙ୍କ ଭବ୍ୟ ମନ୍ଦିର ଅବସ୍ଥିତ । ମଙ୍ଗଳାମୟୀ ମା ତାରିଣୀଙ୍କ କୃପା ପାଇବାକୁ କାହିଁ କେତେ ଦୂରରୁ ହଜାର ହଜାର ଶ୍ରଦ୍ଧାଳୁ ଧାଇଁ ଆସିଥାନ୍ତି । ପୁରାଣ ଅନୁଯାୟୀ ତ୍ରେତୟା ଯୁଗରେ ଭଗବାନ ରାମ ବନବାସ ଯାଇଥିଲେ, ମାତା ସିତାଙ୍କୁ ରାବଣ ହରଣ କରିନେଇଥିଲେ, ଠିକ ସେତିକି ବେଳେ ରାମଚନ୍ଦ୍ର ମା ଦୁର୍ଗତିନାସିନୀ ମା ଦୂର୍ଗାଙ୍କୁ ଆରାଧନା କରିଥିଲେ । ପୂଜାରେ ସନ୍ତୁଷ୍ଟ ହୋଇ ମା ଶୂନ୍ୟବାଣୀ କରି କହିଥିଲେ ତୁମ ସମୁଖରେ ମା ତାରିଣୀ ରୂପରେ ଆବିର୍ଭାବ ହେବି ।
ଯଦି ତୁମେ ମୋତେ ଦେଖି ଦେଲା ତେବେ ମୁଁ ପଥର ପାଲଟିଜୀବୀ ବୋଲି ମା ରାମଚନ୍ଦ୍ରଙ୍କୁ କହିଥିଲେ । ଏତିକି କହିବା ପରେ ପ୍ରଭୁ ରାମଚନ୍ଦ୍ର ମା ଙ୍କୁ ମୁଣ୍ଡିଆ ମାରି ଛିଡା ହେବ ସମୟରେ ତାଙ୍କର ହଠାତ ଆଖି ପଲକ ଖୋଲିଗଲା ଓ ସେ ମା ଙ୍କୁ ଦର୍ଶନ କରିଦେଲେ । ମା ଦେଇଥିବା ବାକ୍ୟ ସତ୍ଯରେ ପରିଣତ ହୋଇ ପଥର ପାଲଟିଗଲେ । ସେହି ଦିନ ଠାରୁ ମା ଙ୍କୁ ତାରିଣି ରୂପରେ ପୂଜା କରିବାରେ ଲାଗିଲେ । ଇତିହାସ ଅନୁଯାୟୀ କେନ୍ଦୁଝର ରାଜା ଥିଲେ ତ୍ରିଲୋଚନ ଭଞ୍ଜ । ତାଙ୍କ ପୁଅଙ୍କ ନାମ ଗୋବିନ୍ଦ ଭଞ୍ଜ । ୧୪୮୦ ରେ ରାଜାଙ୍କର ମୃ-ତ୍ୟୁ ପରେ ରାଜ୍ଯଭାର ପୁତ୍ର ଗୋବିନ୍ଦ ସମ୍ଭାଳିଥିଲେ ।
ସେ ହେଉଛନ୍ତି ମାଙ୍କର ପରମ ଭକ୍ତ ସେ ରାଜ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ମା ଙ୍କୁ ପୁରୀରୁ କେନ୍ଦୁଝରକୁ ଆଣିପାରୁ ନ ଥିଲେ । ସେଥିପାଇଁ ସେ ଦୁଖୀ ହେଉଥିଲେ । କିଛି ଦିନ ପରେ ରାଜା ଗୋବିନ୍ଦ ଭଞ୍ଜ କହିଲେ କାଞ୍ଚିରୁ ଆଣିଥିବା ମା ତାରିଣୀଙ୍କୁ ନିଜ ସହ କେନ୍ଦୁଝରକୁ ନେଇଯିବ ଏପାଇଁ । ଏହା ଶୁଣିବା ପରେ ରାଜା ପୁରୁଷୋତ୍ତମ ଦେବ କହିଲେ ମା ତାରିଣୀ ହେଉଛନ୍ତି ପାତାଳୀ । ଯାହା ଶୁଣିବା ପରେ ରାଜା ମା ଙ୍କର ରାତି ସାରା ପୂଜାଅର୍ଚ୍ଚନା କରିଲେ ।
ଠିକ ସେହି ରାତିରେ ପୁରୁଷୋତ୍ତମଙ୍କ ସ୍ଵପ୍ନରେ ମା ତାରିଣୀ ଆସି କହିଲେ ଗୋବିନ୍ଦ ହେଉଛି ମୋର ପରମ ଭକ୍ତ ତା ସହ ମୁଁ କେନ୍ଦୁଝର ଯିବୀ ତାକୁ ତୁମେ ଅନୁମତି ଦିଅ । ତା ପର ଦିନ ସକାଳେ ପୁରୁଷୋତ୍ତମ ଗୋବିନ୍ଦଙ୍କୁ ନେବା ପାଇଁ ଅନୁମତି ଦେଲେ । କିନ୍ତୁ କେମିତି ନେବେ ବୋଲି ଭାବି ଗୋବିନ୍ଦ ମା ଙ୍କୁ ସ୍ମରଣ କରିଲେ ଆଉ ସେତିକିବେଳେ ଶୂନ୍ୟବାଣୀ ହେଲା ଯେଉଁ ଘୋଡାରେ ବସି ମା ପୁରୀରୁ କାଞ୍ଚି ଆସିଥିଲେ
ସେମିତି କେନ୍ଦୁଝର ଯିବେ ଏତିକି ଶୁଣିବା ପରେ ପର ଦିନ ରାଜା କେନ୍ଦୁଝର ଅଭିମୁଖେ ବାହାରିଥିଲେ ଆଉ ତାଙ୍କ ପଛରେ ମା ଘୋଡାରେ ବସିକି ଆସୁଥିଲେ । ସେହି ସମୟରେ କେନ୍ଦୁଝରର ମଧ୍ୟ ଭାଗରେ ମା ତାରିଣୀ ଅବସ୍ଥାପନ କରିଲେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ଧନ୍ୟବାଦ ।