ଶନିବାର ଦିନ ଭୁଲରେବି କରନ୍ତୁ ନାହିଁ ଏହି ୪ଟି କାମ, ପ୍ରଭୁ ହନୁମାନ କରିଦେବେ ଦାଣ୍ଡର ଭିକାରୀ ଦାରିଦ୍ରତା କେବେବି ପିଛା ଛାଡ଼ିବ ନାହିଁ

ବନ୍ଧୁଗଣ ହନୁମାନ ଏକ ଏମିତି ଦେବତା ଅଟନ୍ତି ଯିଏ ନିଜ ଭକ୍ତ ମାନଙ୍କ ରକ୍ଷା ପାଇଁ ତୁରନ୍ତ ପହଁଚି ଯାଆନ୍ତି ନିଜ ଭକ୍ତର ସବୁ ଅସୁବିଧା ଦୂର କରିବା ଵାଲା ପ୍ରଭୁ କଷ୍ଟ ସିଦ୍ଧିର ସ୍ୱାମୀ ଅଟନ୍ତି ପ୍ରଭୁ ତାଙ୍କ ଭକ୍ତଙ୍କ ସବୁ ମନସ୍କାମନା ପୁରା କରିଥାଆନ୍ତି | ଯେଉଁ ମଣିଷ ପ୍ରତ୍ୟକ ଦିନ ହନୁମାନ ଚାଳିଶା ପଢ଼ିଥାଏ ବା ଶ୍ରୀ ରାମ ନାମ ଜପ କରିଥାଏ ସେହି ମଣିଷ ଜୀବନ ଉପରେ କେବେବି ଖରାପ ଶକ୍ତିର ପ୍ରଭାବ ପଡ଼ିନଥାଏ |

ଯେଉଁ ଘରର ଲୋକଙ୍କର ଭଗବାନଙ୍କ ଉପରେ ବିଶ୍ୱାସ ନଥାଏ ଏବଂ ଭଗବାନଙ୍କ ସୁଲଭ ଆରାଧନା ହୁଏ ନାହିଁ ସେହି ଘରେ କେବେବି ଭଗବାନ ହନୁମାନ କିମ୍ବା ମାତା ଲକ୍ଷ୍ମୀଙ୍କ ବାସ ହୁଏନାହିଁ । ସେହି ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସି ନଥାଏ । ଯେଉଁ ଘରେ ଭଗବାନ ରାମଚନ୍ଦ୍ରଙ୍କୁ ଅପମାନ କରାଯାଏ ସେହି ଘରର ଲୋକଙ୍କ ଉପରେ ହନୁମାନ କେବେବି କୃପା କରନ୍ତି ନାହିଁ । ଯେଉଁ ଘରର ଲୋକେ ସର୍ବଦା ମାଂସ ସେବନ କରନ୍ତି ସେହି ଘରେ ହନୁମାନଙ୍କ ବାସ ହୁଏନାହିଁ ।

ମାତା ଲକ୍ଷ୍ମୀ ମଧ୍ୟ ଚାଲି ଯାଆନ୍ତି ସେହି ଘରର ଲୋକଙ୍କ ଭାଗ୍ୟ କେବେ ସୁଧୁରି ନଥାଏ । ଯେଉଁ ଲୋକେ ମଦ ସେବନ କରନ୍ତି ସେମାନଙ୍କ ଉପରେ ଭଗବାନଙ୍କ କୃପା ବର୍ଷା ହୁଏନାହିଁ । ଯେଉଁ ଘରେ ମହିଳାଙ୍କ ଅପମାନ ହୋଇଥାଏ ସେହି ଘରେ ହନୁମାନ ଏବଂ ମାତା ଲକ୍ଷ୍ମୀଙ୍କ ବାସ ହୋଇ ନଥାଏ ।ସେପରି ବ୍ୟକ୍ତିଙ୍କୁ ଭଗବାନ ହନୁମାନ ଦଣ୍ଡ ଦିଅନ୍ତି ।

ମୃ-ତ୍ୟୁ ପରେ ଏହି ବ୍ୟକ୍ତି ମାନେ ନର୍କକୁ ଯାଇଥାନ୍ତି । ଯେଉଁ ଘରେ ପରିବାର ସଦସ୍ୟଙ୍କ ମଧ୍ୟରେ ଲଢେ଼ଇ ଝଗଡ଼ା କଳହ ହୋଇଥାଏ , ସେହି ଘରେ ହନୁମାନଙ୍କ ବାସ ହୋଇ ନଥାଏ । ସେହି ଘରେ ସୁଖ ସମୃଦ୍ଧି ମଧ୍ୟ ରହେ ନାହିଁ । ଘରେ ପ୍ରତ୍ୟେକ ସଦସ୍ୟଙ୍କ ମଧ୍ୟରେ ପ୍ରେମ , ସମ୍ମାନ ଏବଂ ଏକତା ରହିବା ଉଚିତ । ସେପରି ଘରେ ଭଗବାନଙ୍କ ସାକ୍ଷାତ ଉପସ୍ଥିତି ମଧ୍ୟ ରହିଥାଏ ।

Leave a Reply

Your email address will not be published. Required fields are marked *