ବନ୍ଧୁଗଣ ଘରେ ହେଉଥିବା ଛୋଟ ଛୋଟ କଥାରେ କେତେ ସବୁ ସଙ୍କେତ ଲୁଚି କରି ରହିଥାଏ ଏହି ସଙ୍କେତ ଗୁଡ଼ିକୁ ଯଦି ବୁଝି ନିଆଯାଏ ବା ଆମେ ଜାଣିପାରିବା ଯେ ଭବିଷ୍ୟତରେ ଆସିବାକୁ ଥିବା ସମୟ କିପରି ହେବାର ଅଛି ଏବଂ ସମସ୍ୟାରୁ ବଞ୍ଚି ପାରିବା | ଜ୍ୟୋତିଷ ଅନୁସାରେ ଯେବେ ଦରିଦ୍ର ବଢ଼ିବାର ସମ୍ଭାବନା ହୋଇଥାଏ ତେବେ ଘରେ ଛୋଟ ଛୋଟ ଘଟଣା ଆମକୁ ସଙ୍କେତ ଦେଇଥାଏ | ଆଜିର ବିଷୟରେ ଆମେ ଆପଣଙ୍କୁ କହିବୁ କି ଗରିବି ବଢ଼ିବାର କଣ କଣ ସବୁ ସଙ୍କେତ ଆପଣଙ୍କୁ ମିଳିଥାଏ ଏବଂ ଖରାପ ସମୟ ଆସିବା ପୂର୍ବରୁ କେଉଁ ସବୁ ସଙ୍କେତ ମିଳିଥାଏ | ସେଥିପାଇଁ ବିଷୟଟିକୁ ଶେଷ ଯାଏ ନିଶ୍ଚୟ ଦେଖନ୍ତୁ |
ନମ୍ବର 1 ତୁଳସୀ ଗଛ ଶୁଖିବା – ଘରର ପ୍ରାଙ୍ଗଣରେ ତୁଳସୀକୁ ଆମେ ମା ଦେବୀ ଭାବରେ ପୂଜା କରିଥାଉ ଯଦି ତୁଳସୀ ଗଛ ଶୁଖିବାରେ ଆପଣ ଦେଖୁଛନ୍ତି ତେବେ ଜାଣନ୍ତୁ ଯେ ଘରକୁ ଆର୍ଥିକ ସଙ୍କଟ ମାଡ଼ି ଆସୁଛି ଏହାକୁ ଆପଣ ରୀତି ନୀତି ଅନୁସାରେ ପୂଜା କରନ୍ତୁ
ନମ୍ବର 2 କାଚ ଭାଙ୍ଗିବା – ଘରେ ବାରମ୍ବାର କାଚ ଭାଙ୍ଗିବା ଧନହାନୀ ଏବଂ ଆର୍ଥିକ ସମସ୍ୟାର ସଙ୍କେତ ହୋଇପାରେ । ଚାଣକ୍ୟ ନୀତି ଅନୁଯାୟୀ, କାଚ ଭାଙ୍ଗିବା ଦୁର୍ଭାଗ୍ୟର ସଙ୍କେତ ହୋଇପାରେ ଏବଂ ଏହା ଦାରିଦ୍ର୍ୟକୁ ମଧ୍ୟ ସୂଚାଇଥାଏ। ଯଦି କାହାର ଘରେ ବାରମ୍ବାର କାଚ ଗ୍ଲାସ ଭାଙ୍ଗୁଛି, ତେବେ ସେମାନେ ସତର୍କ ହେବା ଉଚିତ । ତେଣୁ ଏଥିପ୍ରତି ଆରମ୍ଭରୁ ଦୃଷ୍ଟି ଦେବାକୁ ହେବ
ନମ୍ବର 3 ବୟସ୍କ ଲୋକଙ୍କୁ ସମ୍ମାନ – ଯେଉଁ ଘରେ ଗୁରୁଜନ ମାନଙ୍କୁ ସମ୍ମାନ କରାଯାଏ ନାହିଁ କଟୁ ଭାଷାରେ ସେମାନଙ୍କୁ କଥା କଥାରେ ଗାଳି କରାଯାଏ ସେହି ଘରେ ମା ଲକ୍ଷ୍ମୀ କଦାପି ରହିନଥାନ୍ତି |ତେଣୁ ସେମାନଙ୍କୁ ସର୍ବଦା ସମ୍ମାନ ଦେବା ଉଚିତ୍ ।