ସରକାର ଆଣିଲେ ଓଟିଟି ଆପ୍:ମିଳିବ ମନୋରଞ୍ଜନର ସମ୍ପୂର୍ଣ୍ଣ ଖୋରାକ

ଓଟିଟିରେ ଯେଉଁଠି ପୂର୍ବରୁ ନେଟଫିକ୍ସ, ଜିଓ ସିନେମା, ଆମାଜନ ପ୍ରାଇମ ଭିଡିଓ ଏବଂ ଡିଲ୍ଲୀ ପ୍ଲସ୍ ହଟଷ୍ଟାର ଭଳି ପ୍ଲାଟଫର୍ମ ଭରି ରହିଥ‌ିବାବେଳେ ଏବେ ଆଉ ଏକ ଓଟିଟି ଆପ୍ ଆସିଯାଇଛି। ଭାରତ ସରକାର ଆଣିଛନ୍ତି ଏକ ନୂଆ ଆପ୍, ଯାହାର ନାଁ ରହିଛି ୱେଭ୍(Waves)। ଏହାକୁ ଗୋଆରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଲଥ୍ କରାଯାଇଛି।

ଏଥୁରେ ଆପଣ ମନୋରଞ୍ଜନର ସମ୍ପୂର୍ଣ୍ଣ ଖୋରାକ ପାଇପାରିବେ।ପ୍ରସାର ଭାରତୀର ଆପ୍ Wavesକୁ ‘ପାରିବାରିକ ମନୋରଞ୍ଜନର ନୂତନ ତରଙ୍ଗ’ ଭାବେ ପ୍ରଚାର କରାଯାଉଛି। ଏହା ios ଓ ଆଣ୍ଡ୍ରଏଡ୍‌ରେ ଉପଲବ୍ଧ। ତେବେ ଏହି ଆପ୍ ପାଇଁ ସବସ୍କ୍ରିପସନ୍ ନେବାକୁ ପଡ଼ିବ। ଏଥ‌ିପାଇଁ ଆପଣ Waves.pb ୱେବସାଇଟ୍‌କୁ ଯାଇ ପେମେଣ୍ଟ କରିପାରିବେ। ପୌରାଣିକ ଚଳଚ୍ଚିତ୍ର ଓ ସିରିଜ୍ ବ୍ୟତୀତ ଏହି ଓଟିଟି ଆପ୍‌ରେ ଅନେକ କାର୍ଯ୍ୟକ୍ରମକୁ ଲାଇଭ୍ ଦେଖୁପାରିବେ ।

ଅଯୋଧ୍ୟାରୁ ପ୍ରଭୁ ଶ୍ରୀରାମ ଲାଲାଙ୍କ ଆଳତି ଦେଖୁପାରିବେ । ପ୍ରତି ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ କି ବାତ’ ଶୁଣି ପାରିବେ । ‘ପ୍ଲେକ୍ସରେ ୬୫ଟି ଲାଇଭ ଚ୍ୟାନେଲ, ଭିଡିଓ ଅନ୍ ଡିମାଣ୍ଡ ଭଳି ସେବା ବ୍ୟତୀତ ଗେମ୍ ମଧ୍ୟ ଅଛି। ଏହା ବ୍ୟତୀତ ଆପଣ ଏଥରେ ଅକ୍ଲାଇନ୍ ସପିଂ ମଧ୍ୟ କରିପାରିବେ । ଐତିହାସିକ ଘଟଣାବଳୀ ଉପରେ ଇ-ବୁକ୍ ଏହି ଆପ୍‌ରେ ଉପଲବ୍ଧ।

Leave a Reply

Your email address will not be published. Required fields are marked *