Shimilipal ପାଳରେ ଜୀବନ ନେଲଣି ବାଘୁଣୀ, ଦେଖନ୍ତୁ କ’ଣ ରହିଛି ସମ୍ପୂର୍ଣ ଖବର |

କିଛି ଦିନ ପୂର୍ବେ ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟ ଆସିଥିଲା ବାଘୁଣୀ ‘ଯମୁନା’ । ଶିମିଳିପାଳ ଅଞ୍ଚଳରେ ଥିବା କୋର ଅଞ୍ଚଳରେ ଥିବା ଏନକ୍ଲୋଜରରେ ତାକୁ ଛଡ଼ାଯାଇଥିଲା । ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ଲକ୍ଷରେ ବାଘୁଣୀକୁ ମହାରାଷ୍ଟ୍ରରୁ ଅଣାଯାଇଛି । ବାଘୁଣୀର ବୟସ ୨ ବର୍ଷ ୫ ମାସ ହୋଇଥିବା ଜଣାପଡ଼ିଛି ।

ଶିମିଳିପାଳ ଅଭୟାରଣ୍ୟରେ ‘ଯମୁନା’ ପ୍ରଥମ କରି ବାରହା ଶିକାର କରିଥିବା ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ବାଘୁଣୀର ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଶିମିଳିପାଳ ଆରସିସିଏଫ୍ ସୂଚନା ଦେଇଛନ୍ତି । ବାଘୁଣୀକୁ ଆଣିବା ପାଇଁ ଶିମିଳିପାଳ ଅଭୟାରଣ୍ୟର ଏକ ସ୍ୱତନ୍ତ୍ର ଦଳ କିଛି ଦିନ ପୂର୍ବରୁ ମହାରାଷ୍ଟ୍ର ଯାଇଥିଲେ ।

ପିସିସିଏଫ ସୁଶାନ୍ତ ନନ୍ଦଙ୍କ ସମେତ ଏହି ଟିମ ଶନିବାର ମହାରାଷ୍ଟ୍ର ଜଙ୍ଗଲରୁ ବାଘୁଣୀକୁ ଚୟନ କରି ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ଏଥିସହିତ ଆଇନ ଅନୁସାରେ ସମସ୍ତ କାର୍ଯ୍ୟ କରାଯାଇଥିଲା। ସମସ୍ତ ପ୍ରକ୍ରିୟା କରି ଗୋଟିଏ ବାଘୁଣୀକୁ ଯନ୍ତା ଗାଡ଼ିରେ ସ୍ଥଳ ପଥ ଦେଇ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା ।

ଆହୁରି ଏହି ପରି ପୋଷ୍ଟ ପାଇଁ ଲାଇକ କରନ୍ତୁ ଆମ ପେଜ କୁ ଶେଷ ପର୍ଯ୍ୟନ୍ତ ପଢ଼ି ଥିବାରୁ ଆପଣଙ୍କୁ ବହୁତ୍ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *