ଆଜିର ରାଶିଫଳ 31 ଅକ୍ଟୋବର 2024 ଗୁରୁବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ଅନ୍ୟମାନଙ୍କ ସହିତ କଥା ହେବାବେଳେ ଠିକ୍ ଭାଷା ପ୍ରୟୋଗ କରନ୍ତୁ। ଦୀର୍ଘ ଦିନରୁ ଭାବିଥିବା କାମ କାହାରି ସାହାଯ୍ୟରେ ସଂପୂର୍ଣ୍ଣ ହୋଇଯିବ। ‌

ବୃଷ ରାଶି – ଯେଉଁକାମ କରିବାକୁ ଚାହିଁବେ ସହଜରେ ସଂପୂର୍ଣ୍ଣ ହୋଇଯିବ। ସନ୍ଧ୍ୟାରେ ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ବଜାରକୁ ଯିବେ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ଦରମା ବୃଦ୍ଧି ହେବ। ‌
ମିଥୁନ ରାଶି – ଆଗକୁ ବଢ଼ିବା ଲାଗି ଭଲ ଦିନଟିଏ। ବିଲଡ଼ର୍ସଙ୍କୁ ଧନଲାଭ ହେବ, ଠିକା ମିଳିବ। ଛାତ୍ରଛାତ୍ରୀ ପ୍ରୋଜେକ୍ଟ ସଂପୂର୍ଣ୍ଣ କରିବା ପାଇଁ ପୂରା ମନ ଲଗାଇବେ। ପିଲାଙ୍କର ସଫଳତାରେ ଗୌରବାନ୍ବିତ ଅନୁଭବ କରିବେ। ‌

କର୍କଟ ରାଶି – ବ୍ୟବସାୟରେ ଭଲ ଲାଭ ପାଇବେ। ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଲୋକେ ଆପଣଙ୍କ କାମର ପ୍ରଶଂସା କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ସିଂହ ରାଶି – ଜମିରେ ନିବେଶ ଲାଗି ଭଲ ଦିନଟିଏ। ପ୍ରତିଯୋଗୀ ପରୀକ୍ଷାର ପରିଣାମ ଆପଣଙ୍କ ପକ୍ଷରେ ଆସିବ। କୌଣସି କଥାରେ ଜଲଦି ରାଗନ୍ତୁ ନାହିଁ। ଅଚାନକ ଆୟର ନୂଆ ଉତ୍ସ ପାଇବେ।

କନ୍ୟା ରାଶି – ବିରୋଧୀମାନଙ୍କ ପ୍ରତି ସାବଧାନ ରହନ୍ତୁ। ଜୀବନସାଥୀର ଜୀବନରେ ପରିବର୍ତ୍ତନ ଆସିବା ଯୋଗୁଁ ଖୁସିର ପରିବେଶ ସୃଷ୍ଟି ହେବ। ପୁରୁଣା ଜମି ବିକ୍ରୀରେ ଭଲ ଲାଭ ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ତୁଳା ରାଶି – ଅଫିସରେ ଆପଣଙ୍କର ଆତ୍ମବିଶ୍ବାସ ଦେଖି କତୃପକ୍ଷ ଖୁସି ହୋଇଯିବେ। ନୂଆ କାମ ଆରମ୍ଭ କରନ୍ତୁ ଭବିଷ୍ୟତରେ ଯଥେଷ୍ଟ ଲାଭ ପାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ନିବେଶ କରନ୍ତୁ।

ବିଛା ରାଶି – ଅଫିସରେ କାର୍ଯ୍ୟକୁ ନେଇ କାହାରି ଉପରେ ଭରସା କରନ୍ତୁ ନାହିଁ। ନିଜର କାମ ନିଜେ କରନ୍ତୁ। ବନ୍ଧୁ ସହିତ ମନଖୋଲା କଥା ହେଲେ ଆପଣଙ୍କର ସମସ୍ୟାର ସମାଧାନ ବାହାରିବ।

ଧନୁ: ଜମି ବ୍ୟବସାୟୀଙ୍କ ଜମି ଭଲ ଦାମରେ ବିକ୍ରୀ ହେବ। ବାଲ୍ୟବନ୍ଧୁ ସହିତ ମିଶିବା ପାଇଁ ମନ କହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। କୌଣସି ବଡ଼ ଯୋଜନା ଆରମ୍ଭ କରିପାରନ୍ତି।

ମକର ରାଶି – ବକେୟା ଅର୍ଥ ଅଚାନକ ଫେରସ୍ତ ପାଇବେ। କାର୍ଯ୍ୟରେ ପରିବାର ଲୋକଙ୍କର ସହଯୋଗ ପାଇବେ। ଆପଣଙ୍କର କଳା କୌଶଳ ସମସ୍ତଙ୍କୁ ପସନ୍ଦ ଆସିବ। ଜୀବନସାଥୀଙ୍କର ପ୍ରେମ ଓ ସୁଖ ପାଇବେ।

କୁମ୍ଭ ରାଶି – ବେପାର ବଢ଼ାଇବା ଯୋଗୁଁ ଧନଲାଭ ହେବ। କୌଣସ କାମ କରିବା ଲାଗି ତରତର ହୁଅନ୍ତୁ ନାହିଁ। ଘନିଷ୍ଠ ବନ୍ଧୁଙ୍କ ସହ ମିଶିବା ପାଇଁ ତାଙ୍କ ଘରକୁ ଯିବେ। ବିରୋଧୀ ଆପଣଙ୍କ ଠାରୁ ଦୂରତ୍ବ ବନାଇ ରହିବେ।

ମୀନ ରାଶି – ଆପଣଙ୍କ ସମ୍ମୁଖକୁ ଆସୁଥିବା ସବୁ ଆହ୍ବାନର ଦୃଢ଼ଭାବେ ମୁକାବିଲା କରିବେ। ନବ ବିବାହିତ ଦମ୍ପତ୍ତିଙ୍କର ସମ୍ବନ୍ଧ ଆହୁରି ମଜଭୁତ ହେବ। ଅଫିସରେ କୌଣସି ବଡ଼ କାମର ଦାୟିତ୍ବ ଆପଣଙ୍କୁ ଦିଆଯିବ।

Leave a Reply

Your email address will not be published. Required fields are marked *