Cyclone Impact : ଓଡ଼ିଶାକୁ ମାଡ଼ି ଆସୁଛି ଆଉ ଏକ ବାତ୍ୟା, ନଭେମ୍ଵରରଏହି ଦିନ ହେବ ବାତ୍ୟା !

ମାଳିକା ବଚନ ସତ ହେବାକୁ ଲାଗିଛି । ଓଡିଶା ଉପରକୁ ଗୋଟିଏ ପରେ ଗୋଟିଏ ବିପଦ ମାଡି ଆସୁଛି । ଭିତରକନିକାରେ ବାତ୍ୟା ଲ୍ୟାଣ୍ଡଫଲ କରି ତାଣ୍ଡବ ରଚିଥିବା ବେଳେ ଅନେକ କ୍ଷୟକ୍ଷତି ଘଟାଇଥିଲା । ତେବେ ଦୁର୍ଦ୍ଦଶା ନଯାଉଣୁ ପୁଣି ଆଉ ଏକ ବାତ୍ୟା ଭୟ ଲୋକଙ୍କୁ ଘାରିଛି । ପାଞ୍ଜିକାରେ ପୁଣି ଥରେ ବାତ୍ୟା ହେବା ନେଇ ଉଲ୍ଲେଖ ରହିଥିବା ବେଳେ ତାକୁ ପୁଣି ଥରେ ଭୟ ଦେଖାଯାଇଛି । ଯଦି ଦେଖିବା ଦାନା ନେଇ ମଧ୍ୟ ପାଞ୍ଜିକାରେ ଉଲ୍ଲେଖ ରହିଥିବା ବେଳେ ଏହା ସତ ହୋଇଥିଲା ।

ସତ ହେଉଛି ମାଳିକା ଲେଖା । ତେବେ ୨୩ ତାରିଖରେ ହେବ ବୋଲି ଲେଖା ହୋଇଥିଲା । ତାହା ସତ ହେଲା, ବାତ୍ୟା ଦାନା ଓଡିଶାରେ ରଚିଲା ତାଣ୍ଡବ । ଭିତରକନିକାର ହବାଳିଖଟିରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ‘ଦାନା’ । ଯାହା ଫଳରେ ବାଲେଶ୍ୱରରେ ଏବେ ବନ୍ୟା ସ୍ଥିତି ଉପୁଜିଛି । ଓଡିଶାବାସୀଙ୍କ ମନରେ ଦୁଃଖ ଭରିଦେଇଛି ବାତ୍ୟା ଦାନା ।

ଏବେ ପୁଣି ଓଡିଶାକୁ ଆସୁଛି ଆଉ ଏକ ବାତ୍ୟା । ତେବେ ଆସନ୍ତା ମାସ ଅର୍ଥାତ ନଭେମ୍ବର ମାସ ୫ ତାରିଖରୁ ୯ ତାରିଖ ପୁଣି ବାତ୍ୟା ହୋଇପାରେ । ପୁଣି ନଭେମ୍ବର ପାଞ୍ଚ ତାରିଖରେ ବାତ୍ୟା ନେଇ ଭୟ ଦେଖାଯାଇଛି । ପାଞ୍ଜିକାରେ ଲେଖାହୋଇଛି ଯେ, ନଭେମ୍ବର ମାସ ୫ ତାରିଖରୁ ୯ ତାରିଖ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ ହେବ ଏବଂ ନଭେମ୍ବର ୧୧ ତାରିଖରୁ ୧୫ତାରିଖ ମଧ୍ୟରେ ସାମୁଦ୍ରିକ ଝଡ ହେବା ସହ ଲଘୁଚାପ ଚାପରେ ପରିଣତ ହୋଇ ବଡ଼ ବଡ଼ ଜୁଆର ତଥା ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନଜୀବନ ପ୍ରଭାବିତ ହେବେ ।

ପ୍ରକାଶଥାଉକି, ପଞ୍ଜିକାରେ ଲେଖା ଥିଲା ଅକ୍ଟୋବର ମାସ ୨୩ ତାରିଖରେ ବାତ୍ୟା ପ୍ରଳୟ ରଚିବ । ତାହା ଏବେ ସତ ହୋଇଛି । ତେବେ ପୁଣି ଏଇ ଖଡ଼ିରତ୍ନ ପଞ୍ଜିକାରେ ନଭେମ୍ବର ମାସ ୯ ତାରିଖରେ ପୁଣି ସାମୁଦ୍ରିକ ହେବ ବୋଲି ଲେଖା ହୋଇଛି, ତାହା ପୁଣି ସତ ହେଲେ ଓଡିଶାରେ ପଡିବ ବଡ଼ ବିପଦ । ଦାନାର କ୍ଷତିକ୍ଷତି ନ ସରୁଣୁ ପୁଣି ଓଡିଶାକୁ ମାଡ଼ିଆସୁଛି ବାତ୍ୟା ।

Leave a Reply

Your email address will not be published. Required fields are marked *