Kartika Masare କଣ ଖାଇବା ଅନୁଚିତ୍, ସମସ୍ତେ ଜାଣିରଖନ୍ତୁ |

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା କାର୍ତ୍ତିକ ମାସରେ କେଉଁ ଖାଦ୍ୟ ଖାଇବା ଉଚିତ ଓ ଅନୁଚିତ ହୋଇଥାଏ । ଏହି ମାସରେ ତୁଳସୀ ପୂଜାର ବିଶେଷ ମହତ୍ଵ ରହିଛି । ହି ମାସରେ ଭଗବାନ ହଋ ଙ୍କୁ ଯେଉଁ ବ୍ୟକ୍ତି ଲକ୍ଷେ ତୁଳସୀ ଅର୍ପଣ କରନ୍ତି ସେମାନେ ମୁକ୍ତା ଦାନ କରିବା ସହ ସମାନ ହୋଇଥାଏ । ଯେଉଁ ତୁଳସୀ ର ମଞ୍ଜରେ କାର୍ତ୍ତିକ ମାସରେ ଶ୍ରୀହରି ଙ୍କୁ ପୂଜା କରାଯାଏ ତେବେ ଅନନ୍ତ କୋଟି ପୂଣ୍ୟ ଲାଭ ପ୍ରାପ୍ତ ହୋଇଥାଏ ।

ଏହି ମାସରେ ଯେଉଁ ବ୍ୟକ୍ତି ମାନେ ଅଁଳା ଗଛ ପୂଜା କରନ୍ତି ଓ ପୂଜକ ମାନଙ୍କୁ ଭୋଜନ ଦାନ କରନ୍ତି ଓ ଅଁଳା ଗଛ ମୂଳରେ ପରିବାର ସହ ଭୋଜନ କରନ୍ତି ତେବେ ଅନନ୍ତ କୋଟି ପୂଣ୍ୟ ପ୍ରାପ୍ତ ହୋଇଥାଏ । କାର୍ତ୍ତ୍ଯିକ ମାସଦରେ ଦେହରେ ତେଲ ଲଗାଇବା ଅନୁଚିତ । ଏହା ଦ୍ଵାରା ଅଖଣ୍ଡ ପୂଣ୍ୟ ଫଳ ପ୍ରାପ୍ତ ହୁଏ । ଏହି ମାସରେ ସାତ୍ଵିକ ଭୋଜନ କରିବା ଉଚିତ ।

ଗାଜର, ମୂଳା, ଶଗା, ପିଆଜ, ରସୁଣ, ହେଙ୍ଗୁ, ବାଇଗଣ, ପାଣି କଖାରୁ, ସଜନା, ପଣସ, ତରଭୁଜ, କଇଁଥ ଓ ଯେଉଁ ଦ୍ରବ୍ଯ କୁ ଦୁଇ ଥର ରୋଷେଇ କରାଯାଏ ତାହାକୁ ବର୍ଜନ କରିବା ଉଚିତ । ଯେମିତିକି ସୁଜି କୁ କାର୍ତ୍ତିକ ମାସରେ ବର୍ଜନ କରିବା ଉଚିତ । ଏହା ସହ କାର୍ତ୍ତିକ ମାସରେ ଆମିଷ, ହରଡ, ମସୁର, ଚଣା, କୋଳଥ, ମଟର ଆଦି କୁ ମଧ୍ୟ ବର୍ଜନ କରିବା ଉଚିତ ।

ସପ୍ତମୀ ତିଥିରେ ଅଁଳା ଓ ରାଶି ଖାଇବା ବାରଣ କରା ଯାଇଛି । ଅଷ୍ଟମୀ ତିଥିରେ ନଡିଆ ଖାଇବା ଅନୁଚିତ । ଏହି ମାସରେ ଖାଦ୍ୟ ଉପରେ ସଂଯମତା ରକ୍ଷା କରିବା ଉଚିତ । ଏହି ମାସରେ ବ୍ରତ କରୁଥିଲେ ବା କରୁଣ ଥିଲେ ଇନ୍ଦ୍ରିୟ ମାନଙ୍କ ଉପରେ ସଂଯମ ରଖିବା ଉଚିତ । ଏହି ମାସରେ କୁକର୍ମ, କ୍ରୋଧ, ଖରାପ କାମ, ଖରାପ ଚିନ୍ତାଧାରା ଅଣାଇବା, ଝଗଡା, ଅନିଷ୍ଟ ହେଲା ଭଳି କାର୍ଯ୍ୟ କରିବା ଅନୁଚିତ ।

Leave a Reply

Your email address will not be published. Required fields are marked *