ଭଗବାନ ସବୁଯୁଗରେ ଭକ୍ତର ଅଧୀନ।ମନରେ ଶ୍ରଧା,ଭକ୍ତି ଥିଲେ ଭକ୍ତ ଭଗବାନଙ୍କର ହୋଇପାରେ।ଭଗବାନ ଭକ୍ତର ଅଧିନ ହୋଇଯାଆନ୍ତି। ତାଙ୍କ ଚିରାଚରିତ ପକୃତିକୁ ମଧ୍ଯ ଭକ୍ତ ପାଇଁ ବଦଳାଇ ଦିଅନ୍ତି। ଭଗବାନ ଭକ୍ତକୁ କଥା ଦେଇ କେବେ ନୀରାଶା କରନ୍ତି ନାହିଁ।ତାଙ୍କ ପାଖରେ ବଡ, ସାନ ,କୌଣସି ଜାତି କି ସମ୍ପ୍ରଦାୟ ପ୍ରତି ଭେଦଭାବ ନଥାଏ।ପୃଥିବୀର ଜୀବଜଗତ ତାଙ୍କର ସୃଷ୍ଟି।ସେ ସମସ୍ତଙ୍କ ପାଇଁ ସମାନ ଭାବନା ରଖନ୍ତି। ହିନ୍ଦୁ କି ମୁସଲମାନ ମଧ୍ଯରେ ସେ କିଛି ପାର୍ଥକ୍ଯ କରନ୍ତି। ସେତେବେଳ ଭାରତରେ ମୋଗଲ ଶାସକ ମାନଙ୍କର ଶାସନ ଚାଲିଥିଲା।ଲାଲବେଗନାମକ ଜଣେ ବ୍ଯକ୍ତି ମୋଗଲ ନବାବଙ୍କର ଏକ ଉଚ୍ଚକୋଟୀର ଯୋଦ୍ଧା ଥିଲେ ।
କଳିଙ୍ଗ ଯିଏକି ଏବେର ଓଡିଶାରେ ଲାଲବେଗ ରହୁଥିଲେ ।ସେ ଯେତେବେଳେ ବାହାରକୁ ବାହାରୁ ଥିଲେ ଲୋକମାନେ ତାଙ୍କୁ ଡରି ଲୁଚି ଯାଉଥିଲେ।କାହିଁକି ନା ସେ ଲୋକଙ୍କ ଉପରେ ଅକଥନୀୟ ଅତ୍ଯାଚାର କରୁଥିଲେ।ଏକଦା ଜଣେ ବିଧବା ବ୍ରାହ୍ମଣୀ ସ୍ତ୍ରୀ ନଦୀରେ ସ୍ନାନସାରି ଫେରିବା ବେଳେ ତାଙ୍କ ନଜର ତା’ଉପରେ ପଡିଲା।ଲାଲବେଗ ବିଧବା ବ୍ରାହ୍ମଣ ସ୍ତ୍ରୀକୁ ବିବାହ କରିବାକୁ କହିଲେ।ସେ ସେଥିରେ ରାଜି ନ ହେବାରୁ ତାଙ୍କୁ ବଳପୂର୍ବକ ବିବାହ କଲେ।ଲାଲବେଗଙ୍କୁ ବିବାହ କରିବା ପରେ ମଧ୍ଯ ତାଙ୍କ ସ୍ତ୍ରୀ ହିନ୍ଦୁଧର୍ମର ଆରାଧ୍ଯ ଜଗନ୍ନାଥଙ୍କୁ ଭୂଲିପାରୁ ନଥିଲେ ।
ଶରୀରବେଶ,ଭୂଷା ,ରଙ୍ଗ,ଢଙ୍ଗ ,ଆଚାର,ବ୍ଯବହାରରୁ ,ଖାଦ୍ଯପେୟରୁ କୌଣସି ବ୍ଯକ୍ତିର ଜାତି ,ଧର୍ମ କି ସମ୍ପ୍ରଦାୟର ବିଭାଗୀକରଣ କରିହୁଏନି।ଏସବୁ କେବଳ ମଣିଷକୁ ବିଭାଜନ କରେ।ମଣିଷ ମନରେ କଳୁଷତା, ଅହଂଭାବ ଭରିଦେଇଥାଏ ।ମୋ ଧର୍ମ ,ମୋ ଜାତି କେବଳ ବଡ ଏହି ଚିନ୍ତାଧାରା ହିଁ ମଣିଷକୁ ଅହଂଭାବରେ ପୂର୍ଣ୍ଣ କରିଥାଏ।
ଲାଲବେଗଙ୍କର ସ୍ତ୍ରୀ ବିବାହ ପରେ ମୁସଲମାନ ହୋଇଯାଇଥିଲେ।ମୁସଲମାନ ଧର୍ମକୁ ନିଜର ବୋଲି ମାନିଥିଲେବି ଜଗନ୍ନାଥଙ୍କ ପ୍ରତି ତାଙ୍କର ଆସ୍ଥା କମି ନଥିଲା।ସେ ଅନ୍ତରରେ ଜଗନ୍ନାଙ୍କୁ ସ୍ମରଣ କରୁଥିଲେ।ସମୟ କ୍ରମେ ତାଙ୍କର ପୁତ୍ର ସନ୍ତାନଟିଏ ହେଲା।ଲାଲବେଗ ଏବଂ ତାଙ୍କ ପତ୍ନୀ ସେ ପୁତ୍ରର ନାମ ସାଲବେଗ ରଖିଲେ ।ସାଲବେଗ ପିତାଙ୍କ ପରି ମଧ୍ଯ ମହାନ ଯୋଦ୍ଧା ଥିଲେ।ଯୁବ ଅବସ୍ଥାରେ ଏକଦା ଯୁଦ୍ଧରେ ସେ ଆହତ ହୋଇପଡିଲେ।