ଆଜିର ରାଶିଫଳ 07 ଅକ୍ଟୋବର 2024 ସୋମବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – ଆପଣଙ୍କୁ ମନ ମୁତାବକ ଫଳ ମିଳିବ। ଅଫିସରେ କୌଣସି କାମର ଦାୟିତ୍ବ ଗ୍ରହଣ କରିବେ। କର୍ମଜୀବୀ ମହିଳାଙ୍କ ଲାଗି ଦିନଟି ଭଲ ରହିବ। ପ୍ରେମୀଯୁଗଳ ବାହାରକୁ ବୁଲି ଯିବାର ଯୋଜନା କରିବେ।

ବୃଷ ରାଶି – କନ୍ୟା ଲାଗି ବର ଖୋଜା କାମ ପୂରା ହେବ। କୋର୍ଟ କଚେରି ମାମଲାରେ ଭଲ ଖବର ପାଇବେ। ଜୀବନସାଥୀର ପୂରା ସହଯୋଗ ମିଳିବ।

ମିଥୁନ ରାଶି – ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ରାଜନୀତିରେ ଥିବା ବ୍ୟକ୍ତି ଦଳର କୌଣସି ଦାୟିତ୍ବ ଗ୍ରହଣ କରିବେ। ଜନତାଙ୍କ ମଧ୍ୟରେ ମାନ ସମ୍ମାନ ବଢ଼ିବ। ବ୍ୟବସାୟରେ ଲାଭ ବୃଦ୍ଧି ପାଇବ।

କର୍କଟ ରାଶି – କଳା ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ। ଧର୍ମକାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ଚାକିରିରେ ପଦୋନ୍ନତିର ଯୋଗ ରହିଛି।

ସିଂହ ରାଶି – ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ଜୀବନସାଥୀର ସହଯୋଗ ପାଇବେ। ଜମି କିଣିବାର ଯୋଗ ରହିଛି। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

କନ୍ୟା ରାଶି – ଘର ଓ ବାହାରେ ପ୍ରତିଟି ଜାଗାରେ ଆପଣଙ୍କର ପ୍ରଶଂସା ହେବ। କାମ ପାଇଁ ଅଫିସରେ ପୁରସ୍କାର ମିଳିପାରେ। ସାମାଜିକ କାର୍ଯ୍ୟ ଲାଗି ଦିନଟି ଉତ୍ତମ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ତୁଳା ରାଶି – ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଘରୋଇ କାର୍ଯ୍ୟରେ ରୁଚି ବଢ଼ିବ। ଜୀବନସାଥୀ ସହିତ ଶ୍ରୀକ୍ଷେତ୍ର ଯିବାର ଯୋଜନା କରିବେ।

ବିଛା ରାଶି – ପାରିବାରିକ କାମ ସଂପୂର୍ଣ୍ଣ କରିବା ଲାଗି ଘର ଲୋକଙ୍କ ସହଯୋଗ ପାଇବେ। ସହପାଠୀ କିଛି ବ୍ୟକ୍ତିଗତ କଥା କହିବେ। ଶିକ୍ଷକଙ୍କ ସହିତ କଠିନ ବିଷୟ ନେଇ ଚର୍ଚ୍ଚା କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ ରାଶି – ଜରୁରୀ କାମ କରିବା ପୂର୍ବରୁ ଘରର ବୟୋଜ୍ୟେଷ୍ଠଙ୍କ ମତ ନିଅନ୍ତୁ। ବ୍ୟବସାୟରେ ଆଗକୁ ବଢ଼ିବା ଲାଗି କାହାରି ସାହାଯ୍ୟ ପାଇବେ। ଆପଣଙ୍କର ଖର୍ଚ୍ଚ ବଢ଼ିପାରେ।

ମକର ରାଶି – ରାଜନୀତିରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ସମାପ୍ତ ହେବ। ବିଦେଶରେ ଉଚ୍ଚଶିକ୍ଷା ପାଇଁ ଅଭିଜ୍ଞ ଲୋକଙ୍କ ମତ ନିଅନ୍ତୁ। ପଇସା ଦିଆନିଆରେ ସାବଧାନତା ଅବଲମ୍ବନ କରନ୍ତୁ।

କୁମ୍ଭ ରାଶି – ଜରୁରୀ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। କଳା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପୂର୍ବରୁ ଦେଇଥିବା ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ।

ମୀନ ରାଶି – କୌଣସି ବଡ଼ ଲୋକଙ୍କ ସହିତ ସାକ୍ଷାତ ହେବ। ଟ୍ରାଭେଲ୍‌ ଏଜେନ୍‌ସି ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଦାମ୍ପତ୍ୟ ଜୀବନରେ ସୁଖ ବଜାୟ ରହିବ।

Leave a Reply

Your email address will not be published. Required fields are marked *