ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ସୁଭଦ୍ରା ଯୋଜନା ଜନିତ ଏପରି ଏକ ତଥ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ତାହେଲେ କଣ ସେହି ଆଶ୍ଚର୍ଯ୍ୟ କଲା ଭଳି ଖବର ଆସନ୍ତୁ ଆଉ ଡେରି ନକରି ଜାଣିବା। ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଅପଡେଟ୍ । କେବେ ସୁଭଦ୍ରା କିସ୍ତି ମିଳିବ ସେନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।
ତାଙ୍କ କହିବା ଅନୁସାରେ, “୨ ଦିନ ତଳେ ଯାହା ରିଭ୍ୟୁ ନେଇଥିଲି, ପାଖାପାଖି ୯୨ ଲକ୍ଷ ଲୋକ ଆବେଦନ କରିଥିବା ନେଇ ସେତେବେଳେ ଜାଣିବାକୁ ପାଇଥିଲି । ଭାବୁଛୁ ଆଉ ଏକ ସପ୍ତାହ ଭିତରେ 1 କୋଟି ଲୋକ ଆବେଦନ କରିବେ । ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ୨୫ଲକ୍ଷ 11 ହଜାର ଲୋକଙ୍କୁ ଦିଆଯାଇଛି । e kyc ପାଇଁ ଟିକେ ସମୟ ଲାଗୁଛି ବୋଲି କହିଛନ୍ତି ପ୍ରଭାତୀ ପରିଡା ।
ସୁଭଦ୍ରା କୋଟିଏ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ୧ରୁ ସ୍ଲାବ ହୋଇ ପୁଣି ଲୋକଙ୍କୁ ଦିଆଯିବ । ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ କରିବେ । ପ୍ରଥମ ଥରରେ ୨୫ ଲକ୍ଷ 11 ହଜାର ଲୋକଙ୍କ ପାଖରେ ଆମେ ପହଞ୍ଚି ପାରିଛୁ । ଖୁବଶୀଘ୍ର କୋଟିଏ ଲୋକଙ୍କ ପାଖେ ପହଞ୍ଚିବୁ ।
କେହି ବ୍ୟସ୍ତ ବିବ୍ରତ କିମ୍ବା ଧୌର୍ଯ୍ୟ ହରାନ୍ତୁ ନାହିଁ । ଆଜିର ସ୍ଥିତି ମାର୍ଚ୍ଚ ୮ ତାରିଖ ପରେ ଆଉ ରହିବ ନାହିଁ । ପ୍ରଥମ ଥର ତେଣୁ ଟିକେ କଷ୍ଟ ହେଉଥିବ । ପ୍ରଥମ କିସ୍ତି ପାଇବେ ପାଇବା ପରେ ଆଉ ଏଭଳି ସ୍ଥିତି ରହିବ ନାହିଁ ବୋଲି ସେ କହିଛନ୍ତି । ତେଣୁ ମାର୍ଚ୍ଚ ୮ ତାରିଖରେ ସମସ୍ତେ ଏକା ସାଙ୍ଗରେ ୨ୟ କିସ୍ତି ପଇସା ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।