ଆଜିର ରାଶିଫଳ 01 ଡିସେମ୍ବର 2024 ରବିବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – ବିଚାରରେ ସକାରାତ୍ମକତା ବଜାୟ ରଖନ୍ତୁ, ପରିଶ୍ରମ ଫଳ ଦି’ଗୁଣା ପାଇବେ। ଭାଗୀଦାର ସହିତ ବିବାଦ କରନ୍ତୁ ନାହିଁ। ନିବେଶ କରିବା ପୂର୍ବରୁ ବଡ଼ଙ୍କର ମତ ନିଅନ୍ତୁ। ଚାକିରି ଚେଷ୍ଟାରେ ଲାଗି ରହିଥିବା ବ୍ୟକ୍ତିମାନେ ସଫଳତା ପାଇବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଲେଖକ ଓ କଳାକାରଙ୍କ ଲାଗି ସମୟ ବହୁତ ଭଲ। କୋର୍ଟରେ ଥିବା ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ପାରିବାରିକ ପରିବେଶ ସକାରାତ୍ମକ ରହିବ। ବନ୍ଧୁ ସହିତ ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଛାତ୍ରଛାତ୍ରୀ ସିନିୟର୍‌ଙ୍କ ଠାରୁ କିଛି ନୂଆ ଶିଖିବେ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିପାରନ୍ତି।

ବୃଷ ରାଶି – ନୂଆ କୌଶଳରେ ସମସ୍ୟାର ସମାଧାନ କରିନେବେ। ଭାଗୀଦାରି ଆପଣଙ୍କ ବିଚାରକୁ ସମ୍ମାନ ଦେବେ। ପୁଞ୍ଜି ବଜାରରେ ନିବେଶ ଲାଗି ଆଗେଇ ଆସନ୍ତୁ, ଭବିଷ୍ୟତରେ ଲାଭ ପାଇବେ। ସରକାରୀ ଚାକିରିରେ ପଦୋନ୍ନତି ମିଳିପାରେ। ବୟସାଧିକ ବ୍ୟକ୍ତିମାନେ ଧାର୍ମିକ କାର୍ଯ୍ୟରେ ଧନ ଖର୍ଚ୍ଚ କରିବେ। ଘରେ ସୁଖସମୃଦ୍ଧି ବୃଦ୍ଧି ହେବ। ଜୀବନସାଥୀର ମତ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ। ଧ୍ୟାନ ଓ ଯୋଗ ମାଧ୍ୟମରେ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷାଲାଭ କରିବେ। ଦୁଇଚକିଆ ଯାନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ମିଥୁନ ରାଶି – ନିଜର ମହତ୍ତ୍ବକୁ ଜାଣି ବ୍ୟବହାରରେ ସକାରାତ୍ମକତା ବଜାୟ ରଖନ୍ତୁ। ଜମି କାରବାରରେ ଧନ ନିବେଶ କରନ୍ତୁ ଲାଭ ହେବ। ଚାକିରିରେ ସକାରାତ୍ମକ ପରିବର୍ତ୍ତନ ହୋଇପାରେ। ଚାକିରି ଖୋଜୁଥିବା ବ୍ୟକ୍ତି ଭଲ ଖବର ପାଇବେ। କଳା ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଆଗକୁ ବଢ଼ିବେ। କୌଣସି ପ୍ରକାର ଫାଲତୁ ଖର୍ଚ୍ଚ କରନ୍ତୁ ନାହିଁ। ପାରିବାରିକ ପରିବେଶ ଆନନ୍ଦମୟ ରହିବ। ବଡ଼ମାନଙ୍କ ସହ ବସି ନୂଆ ଘର କିଣିବାର ବିଚାର କରିବେ। ଛାତ୍ରଛାତ୍ରୀ ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇବାର ଯୋଗ ରହିଛି। ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

କର୍କଟ ରାଶି – ମାନସିକ ଶାନ୍ତି ପାଇବେ। ପୂର୍ବରୁ କରିଆସୁଥିବା ପରିଶ୍ରମର ଫଳଲାଭ ହେବ। କୌଣସି କାମରେ ପୁଞ୍ଜି ଲଗାଇବା ପୂର୍ବରୁ ଭଲଭାବେ ପରୀକ୍ଷା ନିରୀକ୍ଷା କରିନିଅନ୍ତୁ। ଚାକିରିରେ ପଦୋନ୍ନତି ଓ ବଦଳି ଯୋଗ ରହିଛି। ଚାକିରି ଖୋଜୁଥିବା ବ୍ୟକ୍ତିମାନଙ୍କ ଲାଗି କୌଣସି ବଡ଼ କଂପାନିରେ ଚାକିରି ସୁଯୋଗ ଆସିବ। ବୟସାଧିକ ବ୍ୟକ୍ତିମାନେ ଆଧ୍ୟାତ୍ମିକ ଚର୍ଚ୍ଚାରେ ଅଂଶଗ୍ରହଣ କରିବେ। ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହେବ। ସନ୍ତାନ ପକ୍ଷରୁ ଭଲ ଖବର ପାଇବେ। ଛାତ୍ରଛାତ୍ରୀ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ସ୍ବାସ୍ଥ୍ୟରେ ସୁଧାର ହେବ।

ସିଂହ ରାଶି – ଆପଣଙ୍କ ବ୍ୟବହାର ମଧୁର ରହିବ। କିଛି ନା କିଛି ନୂଆ କରିବା ପାଇଁ ଚେଷ୍ଟା କରନ୍ତୁ। ଟଙ୍କାପଇସା ମାମଲାରେ ଚିନ୍ତା ସମାପ୍ତ ହେବ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। ବିଦେଶ ଯିବାର ଯୋଗ ରହିଛି। ଅଫିସ୍‌ରେ ଆପଣଙ୍କର ସ୍ଥିତି ମଜଭୁତ ହେବ। ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧି ବଢ଼ିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ବିବାହଯୋଗ୍ୟ କନ୍ୟାଙ୍କ ଲାଗି ସୁନ୍ଦର ପ୍ରସ୍ତାବ ଆସିବ। ନୂଆ ଗାଡ଼ି କିଣିବା ଲାଗି ମନରେ ଆଗ୍ରହ ବଢ଼ିବ। ଛାତ୍ରଛାତ୍ରୀ ହସଖୁସି ଓ ମଉଜମସ୍ତିରେ ସମୟ ଅତିବାହିତ କରିବେ। ମାନିସିକ ରୂପେ ସୁସ୍ଥ ରହିବେ। ଦ୍ରୁତଗତିରେ ବାଇକ୍‌ ଚଳାନ୍ତୁ ନାହିଁ।

କନ୍ୟା ରାଶି – ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ଅନ୍ୟମାନଙ୍କର ଭରସା ଜିତିବାରେ ସଫଳ ହେବେ। ବେପାର ଉଦ୍ୟୋଗରେ ଆଶାଜନକ ପରିଣାମ ପାଇବା ପାଇଁ ଏକାଗ୍ରଚିତ୍ତରେ କାମ କରନ୍ତୁ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ଶିକ୍ଷାକ୍ଷେତ୍ରରେ ସଫଳତା ହାସଲ କରିବେ। ଚାକିରି ଖୋଜୁଥିବା ବ୍ୟକ୍ତି ଚାକିରି ପାଇଯିବେ। ନୂଆ ଘର କିଣି ପାରନ୍ତି। ଶତ୍ରୁ ଆପଣଙ୍କୁ ପରାସ୍ତ କରିବାକୁ ପ୍ରୟାସ କରିବେ ହେଲେ କିଛି କରିପାରିବେ ନାହିଁ। ବୈବାହିକ ଜୀବନରେ ବିବାଦ ସମାପ୍ତ ହେବ। ସନ୍ତାନର ଉନ୍ନତିରେ ମନ ପ୍ରସନ୍ନ ରହିବ। ଛାତ୍ରଛାତ୍ରୀ ଏକାନ୍ତ ଜାଗାରେ ଅଧ୍ୟୟନ କରନ୍ତୁ ମନ ଲାଗିବ। ସ୍ବାସ୍ଥ୍ୟ ନିମନ୍ତେ ସମୟ ଭଲ।

ତୁଳା ରାଶି – ସକାରାତ୍ମକ ବିଚାର ରଖନ୍ତୁ। କ୍ୟାରିୟର୍‌ ଗଢ଼ିବା ଲାଗି ଭଲ ପ୍ରସ୍ତାବ ପାଇବେ। କାରବାର ବୃଦ୍ଧି ପାଇଁ ଉପାୟ ଫଳପ୍ରଦ ହେବ। ଅଫିସ୍‌ରେ କାମର ବୋଝ ବଢ଼ିପାରେ। ଉଚ୍ଚାଧିକାରୀଙ୍କର ସହଯୋଗ ପାଇବେ। ଚାକିରି ଖୋଜୁଥିବା ବ୍ୟକ୍ତିବିଶେଷଙ୍କ ଲାଗି ଭଲ ଉଦ୍ୟୋଗରୁ ଚାକିରି ଡାକରା ଆସିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ଦୂରସ୍ଥାନକୁ ଯାଇପାରନ୍ତି। କ୍ରିକେଟ ଖେଳାଳି ପ୍ରୋତ୍ସାହନ ପାଇବେ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ। ଯେଉଁମାନଙ୍କର ବିବାହ ଲାଗିଛି ସେମାନଙ୍କର ଫାଇନାଲ୍‌ ହୋଇଯିବ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ସ୍ବାସ୍ଥ୍ୟରେ ସୁଧାର ଆସିବ।

ବିଛା ରାଶି – ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ବ୍ୟବସାୟରେ କରି ଆସୁଥିବା ପ୍ରୟାସର ପ୍ରଭାବଶାଳୀ ପରିଣାମ ଦେଖିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଅଫିସ୍‌ରେ ମନପ୍ରାଣ ଢାଳି କାମ କରନ୍ତୁ। କୌଣସି ପ୍ରକାର ବିବାଦଠାରୁ ଦୂରେଇ ରହନ୍ତୁ। ଆପଣ ଆଶା କରିଥିବା ଜାଗାରେ ଚାକିରି ପାଇବେ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ବିରୋଧୀମାନେ କ୍ଷତି କରିବାକୁ ଚେଷ୍ଟା କରିବେ। ହେଲେ କିଛି କରିପାରିବେ ନାହିଁ। ପାରିବାରିକ ଜୀବନ ସୁଖମୟ ରହିବ। ଛାତ୍ରଛାତ୍ରୀ ସାମାନ୍ୟ ପରିଶ୍ରମରେ ଯଥେଷ୍ଟ ସୁଫଳ ପାଇବେ। ଖାଇବା ପିଇବା ଓ ମାନସିକ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ।

ଧନୁ ରାଶି – ମନୋବଳ ଦୃଢ଼ ରହିବ। ବ୍ୟବସାୟ ପାଇଁ ଯେଉଁ ସୁଯୋଗ ପାଇବେ ତାହା ଭବିଷ୍ୟତରେ ଲାଭ ଦେବ। ଅଫିସ୍‌ରେ ଆପଣଙ୍କର ସମ୍ମାନ ଆହୁରି ବଢ଼ିବ। ଚାକିରି ଖୋଜୁଥିବା ବ୍ୟକ୍ତି ଶୁଭ ଖବର ପାଇବେ। କୃଷିକର୍ମରୁ ଲାଭ ମିଳିବ। ଆୟବ୍ୟୟରେ ସମନ୍ବୟ ରହିବ। କୋର୍ଟକଚେରି ମାମଲାରେ ସଫଳତା ପାଇବେ। ବନ୍ଧୁ ସହିତ ଭଲ ଜାଗାକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ବିବାହିତ ଲୋକ ମନ୍ଦିର ଯାଇ ଠାକୁର ଦର୍ଶନ କରନ୍ତୁ ଶୁଭଫଳ ପାଇବେ। ଛାତ୍ରଛାତ୍ରୀ ଆଗକୁ ପାଠପଢ଼ା ପାଇଁ ଧନ ସଂଚୟ କରିବେ। ସ୍ବାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିବ।

ମକର ରାଶି – ଅନ୍ୟମାନଙ୍କର କଥା ଶୁଣନ୍ତୁ ହେଲେ ନିଜ ବୁଦ୍ଧି ବିବେକରେ କାମ କରନ୍ତୁ। ସବୁପ୍ରକାର ବ୍ୟବସାୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ଅଫିସ୍‌ରେ କାମର ବୋଝ ଅଧିକ ରହିବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରି ପାରିବେନାହିଁ। କୋର୍ଟକଚେରିର ଫଇସଲା ଆପଣଙ୍କ ସପକ୍ଷରେ ଯିବ। ପରିବାରରେ ସମସ୍ତଙ୍କର ବ୍ୟବହାର ସକାରାତ୍ମକ ରହିବ। ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳତା ପାଇବାର ସମ୍ଭାବନା। ସ୍ବାସ୍ଥ୍ୟ ଓ ଶକ୍ତି ବୃଦ୍ଧି ଲାଗି ଉଚିତ ପଦ‌କ୍ଷେପ ନେବେ। ଅନ୍ୟମନସ୍କ ହୋଇ ବାଇକ୍‌ ଚଳାନ୍ତୁ ନାହିଁ।

କୁମ୍ଭ ରାଶି – ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। ନୂଆ ଲୋକଙ୍କ ସହିତ ସଂପର୍କ ହେବ। ବେପାରରେ ନିଶ୍ଚିତ ରୂପେ ଲାଭ ହେବ। ସେୟାର୍‌ ବା ଜମି କିଣିବା ଲାଗି ଚିନ୍ତା କରିପାରନ୍ତି। ଅଫିସରେ ଉଚ୍ଚାଧିକାରୀଙ୍କୁ ଖୁସି ରଖିବା ଲାଗି ଅଧିକ ପରିଶ୍ରମ କରିବେ। ସାମାଜିକ କ୍ଷେତ୍ରରେ କାମ କରୁଥିବା ଲୋକ ସମ୍ମାନିତ ହେବେ। ଖେଳ କ୍ଷେତ୍ରରେ ଥିବା ବ୍ୟକ୍ତି ଭବିଷ୍ୟତ ସୁଧାରିବାର ଅବସର ପାଇବେ। ପରିବାରରେ ଖୁସିର ପରିବେଶ ରହିବ। ପ୍ରିୟଜନ ସହିତ ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ। ସ୍ବାସ୍ଥ୍ୟ ଭଲ ରହିବ।

ମୀନ ରାଶି – ନୂଆ କାର୍ଯ୍ୟ କରିବାର ଇଚ୍ଛା ଉଜ୍ଜୀବୀତ ହେବ। ଠିକ୍ ସମୟରେ ଉଚିତ ନିର୍ଣ୍ଣୟ ନେବେ। ବେପାର କ୍ଷେତ୍ରରେ ଯଥେଷ୍ଟ ଲାଭ ପାଇବେ। ଅଫିସ୍‌ରେ ଆପଣଙ୍କର ପ୍ରାର୍ଥନାକୁ ଉଚ୍ଚାଧିକାରୀ ଗୁରୁତ୍ବର ସହିତ ବିଚାର କରିବେ। ବିନା ସ୍ବାର୍ଥରେ ଅନ୍ୟକୁ ସାହାଯ୍ୟ କରି ଖୁସି ଅନୁଭବ କରିବେ। ଅଭିନୟ କ୍ଷେତ୍ରରେ ରୁଚି ରଖିଥିବା ଲୋକ ନୂଆ ଅବସର ପାଇବେ। ପାରିବାରିକ ସମସ୍ୟାରେ ସକାରାତ୍ମକ ପରାମର୍ଶ ଦେବେ। ଅବିବାହିତ ଲୋକଙ୍କ ଲାଗି ସମୟ ଶୁଭ। ମନ ଚାହୁଥିବା ବିବାହ ପ୍ରସ୍ତାବ ଆସିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଏକାଗ୍ରତା ରଖନ୍ତୁ। ଉତ୍ତମ ସ୍ବାସ୍ଥ୍ୟ ପାଇଁ ଖାଦ୍ୟପେୟ ପ୍ରତି ସଜାଗ ରହନ୍ତୁ।

Leave a Reply

Your email address will not be published. Required fields are marked *