ରାମାୟଣର ରୋଚକ କଥା : ପ୍ରଭୁ ଶ୍ରୀରାମ ପୃଥିବୀ ପୃଷ୍ଠରେ ତିଆରି କରିଥିଲେ ଏହି ୭ଟି ଜିନିଷ, ସେଥିରୁ କିଛିଟା ଆଜି ମଧ୍ୟ ଅଛି ଏହି ଠାରେ |

ଆଦିବାସୀ ମାନଙ୍କ ୪ଟି ପ୍ରମୁଖ ଦେବତା ହେଲେ ଶିବ, ଭୈରବ, ରାମ, ଏବଂ ତାଙ୍କର କୁଳ ଦେବତା | ପ୍ରଭୁ ଶ୍ରୀରାମ ନିଜ ବନବାସ ର ୧୪ ବର୍ଷ ମଧ୍ୟରେ ୧୨ ବର୍ଷ ଆଦିବାସୀ ଓ ସନ୍ୟାସୀ ମାନଙ୍କ ସହିତ ଅତିବାହିତ କରିଛନ୍ତି | ଏହି ୧୨ ବର୍ଷ ସେ ଆଦିବାସୀ ମାନଙ୍କୁ ଶିକ୍ଷା ଦେବା ଓ କୁଶଳ କରିବାରେ ବିତାଇଛନ୍ତି | ପ୍ରଭୁ ଶ୍ରୀରାମ ନିଜ ଲଙ୍କା ଯାତ୍ରା ସମୟ ରେ ଯେଉଁସବୁ ସ୍ଥାନ ଦେଇ ଆଗକୁ ଯାଇଛନ୍ତି ସେହି ସ୍ଥାନରେ ମନ୍ଦିର, କୁଣ୍ଡ କିମ୍ବା ରାମାଳୟ ର ପ୍ରମାଣ ଆଜି ମଧ୍ୟ ରହିଛି ଯେଉଁ କିଛିଟା ମଧ୍ୟରୁ ଆଜି ମଧ୍ୟ ପୃଥିବୀ ପୃଷ୍ଠରେ ବିରାଜମାନ କରୁଛି ସେହିସବୁ ଜିନିଷ |

* ପ୍ରଭୁ ଶ୍ରୀରାମ ଯେତେବେଳେ ଗଙ୍ଗାନଦୀ ପାର ହୋଇ ଚିତ୍ରକୂଟ ରେ ପହଁଚିଲେ ସେଠାରେ ଗଙ୍ଗା ଯମୁନା ଙ୍କ ସଙ୍ଗମ ରେ ରୁଷି ଭରଦ୍ୱାଜଙ୍କ ଆଶ୍ରମ ରହିଥିଲା, ମହର୍ଷି ସେହିଠାରେ ଗୋଟିଏ ପାହାଡ଼ ଉପରେ ଶ୍ରୀରାମ ଙ୍କୁ କୁଟୀର କରିବାର ପରାମର୍ଶ ଦେଲେ ଏହଂ ପ୍ରଭୁ ଶ୍ରୀରାମ ସେଠାରେ ଗୋଟିଏ ପର୍ଣ୍ଣ କୁଟୀର ନିର୍ମାଣ କରି ରହିବାକୁ ଲାଗିଲେ |

ଏହାପରେ ସେ ଯେଉଁଠାକୁ ଗଲେ ସେଠାରେ ପର୍ଣ୍ଣ କୁଟୀର ନିର୍ମାଣ କରିଥିଲେ ଏବଂ ଯେଉଁ ଆଦିବାସୀ ଙ୍କ ଗହଣ ରେ ରହୁଥିଲେ ତାଙ୍କୁ ମଧ୍ୟ ସେହି ଶିକ୍ଷା ଦେଉଥିଲେ |

* ବସ୍ତ୍ର : କୁହାଯାଏ ଯେ ପ୍ରଭୁ ଶ୍ରୀରାମ, ସାନଭାଇ ଲକ୍ଷ୍ମଣ ଓ ମା ସୀତା ନିଜ ଦ୍ୱାରା ପ୍ରସ୍ତୁତ ହୋଇଥିବା ବସ୍ତ୍ର ଓ ଖଡୁ ଧାରଣ କରୁଥିଲେ | ମାତା ସୀତାଙ୍କ ନିକଟରେ ର ଦିବ୍ୟ ବସ୍ତ୍ର ରହିଥିଲା, ଏହି ବସ୍ତ୍ର ମାତା ଅନୁସୟା ମା ସୀତା ଙ୍କୁ ଦେଇଥିଲେ |

* ମହାକାବ୍ୟ ରାମାୟଣ ଅନୁସାରେ ଭଗବାନ ଶ୍ରୀରାମ ଲଙ୍କା ଉପରେ ଆକ୍ରମଣ କରିବା ପୂର୍ବରୁ ରାମେଶ୍ୱରମ ରେ ଭଗବାନ ଶିବ ଙ୍କୁ ଆରାଧନା କରି ଶିବ ଲିଙ୍ଗ ତିଆରି କରିଥିଲେ, ଯାହା ଆଜିବି ପୃଥିବୀ ପୃଷ୍ଠରେ ବିରାଜମାନ |

* ପ୍ରଭୁ ଶ୍ରୀରାମ ଜଙ୍ଗଲ ରେ ବର୍ଷାଜଳ କୁ ସଂଗୃହିତ କରି ରଖିବା ପାଇଁ କିଛିଟା କୁଣ୍ଡର ନିର୍ମାଣ କରିଥିଲେ, ଏବଂ ସେହି କୁଣ୍ଡର ନାମ ସୀତା କୁଣ୍ଡ ରଖିଥିଲେ ଯାହା ଆଜି ମଧ୍ୟ ବିରାଜମାନ ରହିଛି ଏହି ପୃଥିବୀ ପୃଷ୍ଠରେ |

* ମାନ୍ୟତା ରହିଛି ଯେ ପ୍ରଭୁ ଶ୍ରୀରାମ ଚିତ୍ରକୂଟ ପର୍ବତ ଉପରେ ଆଶ୍ରୟ ନେବା ସମୟରେ ଗୁମ୍ଫା ନିର୍ମାଣ କରିଥିଲେ , ଏବଂ ଏହି ସ୍ଥାନରେ ସେ ନିଜକୁ ବର୍ଷା ଓ ଜୀବଜନ୍ତୁ ଙ୍କ ନିକଟରୁ ରକ୍ଷା କରିବା ପାଇଁ ଆଶ୍ରୟ ନେଉଥିଲେ |

* ଲଙ୍କା ଯିବା ପାଇଁ ସେତୁ ବନ୍ଧ ନିର୍ମାଣ କରିବା ନିହାତି ଜରୁରୀ ଥିଲା ଏବଂ ପ୍ରଭୁ ଶ୍ରୀରାମ ବାନର ସେନା ଏବଂ ନଳ ଓ ନୀଳ ଙ୍କ ସହିତ ମିଶି ନିର୍ମାଣ କରିଥିଲେ ଏବଂ ଏହି ସେତୁ ବନ୍ଧର ନାମ ନଳ ସେତୁ ରଖିଥିଲେ ଆଜି ତାହା ରାମ ସେତୁ ଭାବରେ ପରିଚିତ |

* ମାନ୍ୟତା ରହିଛି ଯେ ପ୍ରଭୁ ଶ୍ରୀରାମ ବନବାସୀ ଓ ଆଦିବାସୀ ଙ୍କୁ ଶତ୍ରୁ ନିକଟରୁ ରକ୍ଷା ପାଇବା ପାଇଁ ଧନୁ ତୀର ତିଆରି କରିବା ଶିଖାଇ ଥିଲେ ଏବଂ ନିଜକୁ କିପରି ରକ୍ଷା କରିବେ ସେହି ବିଦ୍ୟା ମଧ୍ୟ ଦେଇଥିଲେ |

Leave a Reply

Your email address will not be published. Required fields are marked *