ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ଆଶ୍ବସ୍ତିକର ଖବର । ସ୍କୁଲ ଛୁଟିକୁ ନେଇ ସରକାର ନେଇଛନ୍ତି ଏହି ବଡ଼ ନିଷ୍ପତ୍ତି । ତେବେ କେଉଁଠି ଓ କେତେଦିନ ସ୍କୁଲ ବନ୍ଦ ରହିବ, ଆସନ୍ତୁ ଜାଣିବା…ଶୀତ ଋତୁ ଆରମ୍ଭ ହୋଇଥିବାବେଳେ ବାୟୁମଣ୍ଡଳ ଧିରେ ଧୀରେ ବିଶାକ୍ତ ହେବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ବନ୍ଦ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ଅନୁଯାୟୀ, ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । କିନ୍ତୁ ବଡ଼ କଥା ହେଉଛି, ଅନେକାଂଶରେ ଅନଲାଇନ୍ ମାଧ୍ୟମରେ ପଢା ଜାରି ରହିବ ବୋଲି କୁହାଯାଇଛି ।
ଦିଲ୍ଲୀ ଏନସିଆରର ବାୟୁ କ୍ରମାଗତ ଭାବରେ ବିଷାକ୍ତ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ହରିୟାଣାର ଏନସିଆରରେ ପଡୁଥିବା ଜିଲ୍ଲାର ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ୫ ପର୍ଯ୍ୟନ୍ତ ଶ୍ରେଣୀ ବନ୍ଦ ରହିଛି। ଏହି ଅବଧି ମଧ୍ୟରେ ରାଜ୍ୟର ଚାରୋଟି ଜିଲ୍ଲା ଗୁରୁଗ୍ରାମ, ରୋହତକ, ସୋନିପାଟ ଏବଂ ଝାଜ୍ଜର ପ୍ରାଥମିକ ବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଛି ।
ଚଣ୍ଡିଗଡ଼ରେ ପ୍ରଦୂଷଣ ସ୍ତର ଖରାପ ସ୍ଥିତିରେ ରହିଛି। ଯଦିଓ ଗତ ଏକ ସପ୍ତାହ ତୁଳନାରେ, AQI ୩୦୦ ତଳେ ପହଞ୍ଚିଛି ଏବଂ ବାୟୁ ଗୁଣବତ୍ତାରେ ସାମାନ୍ୟ ଉନ୍ନତି ଘଟିଛି, ତଥାପି ଏହା ଖରାପ ଅବସ୍ଥାରେ ରହିଛି । ଚଣ୍ଡିଗଡ଼ର AQI ସକାଳ ୨୮୨ ରେ ପହଞ୍ଚିଛି । ବର୍ତ୍ତମାନ ଚଣ୍ଡିଗଡ଼ରେ ଧୂଆଁରୁ ଯଥେଷ୍ଟ ଆରାମ ମିଳିଛି, କିନ୍ତୁ ପଞ୍ଜାବର ଅନେକ ଅଞ୍ଚଳରେ ଧୂଆଁ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ରବିବାର ଦିନ ପଞ୍ଜାବର ୧୪ ଟି ଜିଲ୍ଲାରେ ଧୂଆଁର ପ୍ରଭାବ ଦେଖିବାକୁ ମିଳିଥିଲା। ଅମୃତସର, ତାରନ ତରନ, କାପୁରଥାଲା, ଜଲନ୍ଦର, ଫାଜିଲ୍କା, ଫରିଦକୋଟ ଏବଂ ମୋଗାରେ ଧୂଆଁ ପାଇଁ ଏକ ସତର୍କ ସୂଚନା ଜାରି କରାଯାଇଥିଲା। ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଏନସିଆରରେ ପଡୁଥିବା ଜିଲ୍ଲାମାନଙ୍କରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକୁ ସାମୟିକ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ ଅଧୀନରେ ଏହି ନିଷ୍ପତ୍ତି ନିଆଯାଇଛି ।
ଏଭଳି ପରିସ୍ଥିତିରେ ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କ ପାଇଁ ଛୁଟି ଘୋଷଣା କରାଯାଇଛି। ଅନ୍ୟ ୧୦ ଟି ସହରରେ ମଧ୍ୟ ସ୍କୁଲ ବନ୍ଦ ହୋଇପାରେ ବୋଲି କୁହାଯାଉଛି। ଏଥିମଧ୍ୟରେ ଫରିଦାବାଦ, ନୁହ, ରେୱାରୀ, ପାନିପାଟ, ପାଲୱାଲ, ଭବାନୀ, ଚାର୍କି ଦାଦ୍ରି, ମହେନ୍ଦ୍ରଗଡ, ଜିନ୍ଦ ଏବଂ କର୍ଣ୍ଣଲ ଅନ୍ତର୍ଭୁକ୍ତ । ଯେଉଁଠାରେ ଛୁଟି ଘୋଷଣା କରାଯାଇପାରେ ।