Cyber ଲୁଟେରାଙ୍କ ଲୁଟର ନୂଆ ତରିକା : ଏବେ ଓଟିପି ନୁହେଁ ଆକାଉଣ୍ଟରୁ ହେଉଛି ଟଙ୍କା କ୍ରେଡିଟ ।

ସାଇବର ଲୁଟେରାଙ୍କ ଲୁଟର ନୂଆ ତରିକା । ଓଟିପି ନୁହେଁ ବରଂ ଆକାଉଣ୍ଟକୁ ଟଙ୍କା କ୍ରେଡିଟ କରାଇ ଲୁଟିନେଲେ ୯ ଲକ୍ଷ ଟଙ୍କା । ସାଇବର୍‌ ଠକ ବ୍ୟକ୍ତିଙ୍କୁ ଡ୍ରଗସ୍ ଚାଲାଣ ମାମଲାରେ ସିବିଆଇର ଗିରଫଦାରୀ ଭୟ ଦେଖାଇ ୯ ଲକ୍ଷ ଟଙ୍କା ଠକି ନେଇଛନ୍ତି ।

ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣକ ଏ ନେଇ କଟକ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି , ମଧୁପାଟଣା ଅଞ୍ଚଳର ବିଶ୍ଵଜିତ ସାହୁଙ୍କ ପାଖକୁ ଗତ ୧୧ ତାରିଖରେ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା ।

ଫୋନ କରିଥିବା ବ୍ୟକ୍ତି ନିଜକୁ କୋରିୟର ସଂସ୍ଥାର କର୍ମଚାରୀ ବୋଲି ପରିଚୟ ଦେଇ ପ୍ରଥମେ କଥା ହୋଇଥିଲେ । ବିଶ୍ଵଜିତଙ୍କ ନାଁ’ରେ ଥିବା ଏକ ପାର୍ସଲ ମୁମ୍ବାଇ ବିମାନ ବନ୍ଦରରେ ସିବିଆଇ ହାତରେ ଧରାପଡ଼ିଛି ।

ଏଥିରେ ୨୦୦ ଗ୍ରାମର ଡ୍ରଗସ୍ ଥିବାର ସମ୍ପୃକ୍ତ ସନ୍ଦିଗ୍ଧ ଜଣକ ବିଶ୍ୱଜିତ୍‌ଙ୍କୁ କହିଥିଲା । ଉକ୍ତ ପାର୍ସଲରେ ଥିବା ନାଁ ଓ ଠିକଣା ସମ୍ପର୍କରେ ସିବିଆଇ ତଥ୍ୟ ନେଇଛି ବୋଲି ବିଶ୍ୱଜିତ୍‌ଙ୍କୁ କହିବା ପରେ ସେ ଭୟଭୀତ ହୋଇଯାଇଥିଲେ। ପରେ ଠକ ଜଣକ ବିଶ୍ଵଜିତ୍‌ଙ୍କ ଆକାଉଣ୍ଟରେ ହଠାତ୍ ୯ ଲକ୍ଷ ଟଙ୍କା ଜମା କରିଦେଲେ । ଟଙ୍କା ଜମା ହେବାପରେ ବିଭିନ୍ନ ଆଳ ଦେଖାଇ ବିଶ୍ୱଜିତଙ୍କୁ ଭୟଭୀତ କଲେ ।

ବିଶ୍ଵଜିତ୍ ସମୁଦାୟ ୯ ଲକ୍ଷ ଟଙ୍କା ପଠାଇଥିଲେ । ଗୋଟିଏ ଆକାଉଣ୍ଟ୍‌ରେ ୫ ଲକ୍ଷ, ଅନ୍ୟ ଦୁଇ ଆକାଉଣ୍ଟ୍‌ରେ ୪ ଲକ୍ଷ ଟଙ୍କା ଅନଲାଇନ୍‌ରେ ଦେଇଥିଲେ । ତେବେ ବିଶ୍ୱଜିତ୍ ଟଙ୍କା ଦେଇସାରିବା ପରେ ଲୁଟେରା ପୁଣି ଡିମାଣ୍ଡ କରିଥିଲେ ଟଙ୍କା ଦେବାକୁ । ମାତ୍ର ସେତେବେଳକୁ ଆକାଉଣ୍ଟ୍‌ ସଫା ହୋଇ ଯାଇଥିଲା। ବିଶ୍ୱଜିତ୍ ଜାଣିବାକୁ ପାଇଥିଲେ ସେ ଠକାମୀର ଶିକାର ହେଉଛନ୍ତି

Leave a Reply

Your email address will not be published. Required fields are marked *