ଆଜିର ରାଶିଫଳ 15 ନଭେମ୍ବର 2024 ଶୁକ୍ରବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସାଙ୍ଗକୁ ଆର୍ଥିକ ସ୍ଥିତି ମଜଭୁତ ରହିବାରୁ ଉତ୍ସାହିତ ହେବେ। ସାଧାରଣ ଘଟଣାକୁ କେନ୍ଦ୍ରକରି ବନ୍ଧୁ, ପରିବାର କ୍ଷେତ୍ରରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ସଭାସମିତି, କଳା-ସାହିତ୍ୟ, ଗବେଷଣା କାର୍ଯ୍ୟରୁ ପ୍ରଶଂସିତ ହେବେ। ଆଶା କରିଥିବା କାମକୁ ହାସଲ କରିବାର ପ୍ରଯତ୍ନ କରିପାରନ୍ତି।

ବୃଷ ରାଶି – ବନ୍ଧୁ ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବାରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ। ରାଜନୀତି ଓ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଜମିଜମା, ଯାନବାହନ, ପ୍ରେସ୍‌, ପବ୍ଲିକେଶନ ସ୍ତରରେ ରହିଥିବା ସମସ୍ୟା ଦୂରୀଭୁତ ହୋଇଯିବ। ପିଲାମାନଙ୍କୁ କେନ୍ଦ୍ରକରି ରହିଥିବା ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ।

ମିଥୁନ ରାଶି – ସାଥୀମେଳରେ ସମୟ କଟାଇବା ସହ ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟହେବେ। ଘରର ବରାଦ ଅନୁଯାୟୀ ଫେରିବା ବାଟରୁ କିଛି ନୂଆ ଜିନିଷ ଘରକୁ ଆଣିପାରନ୍ତି। ପ୍ରଶାସନ, ପ୍ରକାଶନ, ସଂଗଠନ, ରାଜନୀତି, କଳା, ସାହିତ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ। ସଚେତନତା ଅଭାବରୁ ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହେବାର ଆଶଙ୍କା ରହିଛି।

କର୍କଟ ରାଶି – ଗୁରୁକ୍ଷେତ୍ରସ୍ଥ ଶୁକ୍ର ହେତୁ ସାମାଜିକସ୍ତରରେ ନିଜର ଲୋକଙ୍କୁ ମନେଇ କାର୍ଯ୍ୟ ସାଧନ କରିବେ। ଆଜି ବଜାର ସଉଦା କରିବାରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ। ବନ୍ଧୁଙ୍କ ସହ ଆଲୋଚନା ପରିସରରେ ସାଧାରଣ କଥାକୁ କେନ୍ଦ୍ରକରି ଝଡ଼ ଉଠିପାରେ।

ସିଂହ ରାଶି – କର୍ମାଧିପ ଦ୍ୱାଦଶସ୍ଥ ଯୋଗୁ ଅଟକିଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପଦେବାରେ ବିଫଳ ହେବେ। ପାରିବାରିକ ସମସ୍ୟାର ସମାଧାନ ଘଟିବ, ଏ ଦିଗରେ ଜଣେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବାର ସମ୍ଭାବନା ରହିଛି। ଆର୍ଥିକ ଅନଟନଜନିତ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। ବହୁତ ଦିନରୁ ଲାଗିରହିଥିବା ସ୍ବାସ୍ଥ୍ୟସମସ୍ୟା ନେଇ ଚିନ୍ତିତ ରହିପାରନ୍ତି।

କନ୍ୟା ରାଶି – ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ପରିବାରରେ ସମସ୍ୟା ବଢ଼ିପାରେ। ବିଭିନ୍ନ ବାଧାବିଘ୍ନ ଓ ସମସ୍ୟା ଲାଗିରହୁଥିବା କାରଣରୁ ନେଗେଟିଭ୍‌ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିବ। ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ।

ତୁଳା ରାଶି – ଚିତ୍ରା ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ନିର୍ଦ୍ଦିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଭିନ୍ନବାଟରେ ଖର୍ଚ୍ଚ ହୋଇଯିବ। ଆମତ୍ୀୟଙ୍କ ସ୍ବାର୍ଥ ହାସଲ ହୋଇ ନ ପାରିବାରୁ ସେମାନେ ସମାଲୋଚନା କରିପାରନ୍ତି। ବହୁଦିନରୁ ଆଶା କରିଥିବା କାମଟିରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କଷ୍ଟ ହେବ।

ବିଛା ରାଶି – କୌଣସି ନୀଚଜାତିର ବ୍ୟକ୍ତି ସମାଲୋଚନା କରି ପାରନ୍ତି। ସାହିତ୍ୟ, ସାମ୍ବାଦିକତା, ରାଜନୀତି, ପ୍ରକାଶନ, ପ୍ରଶାସନିକ ସ୍ତରରେ ଅଭୀଷ୍ଟ ସିଦ୍ଧି ଘଟିବ। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବେ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି। ନିଜର ଅସାବଧାନତା କାରଣରୁ କୌଣସି ଜିନିଷ ହରାଇ କ୍ଷୋଭ ପ୍ରକାଶ କରିପାରନ୍ତି।

ଧନୁ ରାଶି – ଯୋଜନାବଦ୍ଧ ଭାବେ ବନ୍ଧୁଙ୍କ ସହ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ। ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ଉତ୍ତମ ବୁଝାମଣା କାରଣରୁ ପାରିବାରିକ ପରିସ୍ଥିତି ଠିକ୍‌ ରହିବ। ହୋଟେଲ, ଦୋକାନ, ବ୍ୟବସାୟ, ବାଣିଜ୍ୟ ପ୍ରଭୃତିରୁ ଆଶା କରୁଥିବା ଫଳ ଅବଶ୍ୟ ପାଇବେ।

ମକର ରାଶି ଖର୍ଚ୍ଚ ଆପଣଙ୍କୁ ଚିନ୍ତାରେ ପକାଇପାରେ। ଆପଣଙ୍କ ବ୍ୟକ୍ତିତ୍ବରେ ସକାରାତ୍ମକ ପରିବର୍ତ୍ତନ ଆସିବ। କତୃପକ୍ଷ ଆପଣଙ୍କ କାମରେ ପ୍ରଶଂସା କରିବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

କୁମ୍ଭ ରାଶି – ଘରର ସମସ୍ୟା ଜାଣିବା ପାଇଁ ଘରର ବରିଷ୍ଠଙ୍କ ସହିତ ସମୟ କଟାଇବେ। ବେପାରରେ ଲାଭ ହେବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଛାତ୍ରଛାତ୍ରୀ କଲେଜ ପ୍ରୋଜେକ୍ଟ ପୂରା କରିବାରେ ସଫଳ ହେବେ।

ମୀନ ରାଶି ପୂର୍ବରୁ କରିଥିବା ନିବେଶ ଲାଭପ୍ରଦ ରହିବ। କିଛି ନୂଆ ଓ ସୃଜନାତ୍ମକ କରିବା ପାଇଁ ଦିନଟି ଭଲ। ଆର୍ଥିକ ବିଷୟ ଅଧିକ ଗମ୍ଭୀରତାରେ ନେବେ। ଅଫିସରେ ସହକର୍ମୀଙ୍କର ସାହାଯ୍ୟ ସହଯୋଗ ପାଇବେ।

Leave a Reply

Your email address will not be published. Required fields are marked *