ସବୁ ପଞ୍ଚାୟତକୁ ଯିବ ରିଜେକ୍ସନ ଲିଷ୍ଟ …ଆସନ୍ତା 24ତାରିଖରେ ମିଳିବ ସୁଭଦ୍ରାର ପ୍ରଥମ ପର୍ଯ୍ୟୟର ତୃତୀୟ କିସ୍ତି..

ଆସନ୍ତା ୨୪ରେ ଆସିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଟଙ୍କା କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ । ରାଜ୍ୟ ସରକାରଙ୍କ ଜନାଭିମୁଖୀ ଯୋଜନା ସୁଭଦ୍ରା ଯୋଜନାର ତୃତୀୟ କିସ୍ତି କେବେ ମିଳିବ ସେନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଥିବା ବେଳେ ଏବେ ଚତୁର୍ଥ କିସ୍ତିକୁ ନେଇ ଆଗରୁ ସୂଚନା ଦେଇଛନ୍ତି । ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟରେ ହିତାଧିକାରୀମାନେ ପୂର୍ବରୁ ଦୁଇଟି କିସ୍ତି ପାଇ ସାରିଥିବା ବେଳେ ଆଗକୁ ପରବର୍ତ୍ତୀ କିସ୍ତି ପାଇବେ ।

ନଭେମ୍ବର ୨୪ରେ ତୃତୀୟ କିସ୍ତି ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ନଭେମ୍ବର ୨୪ରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ତୃତୀୟ କିସ୍ତି ଅର୍ଥରାଶି ମିଳିବା ନେଇ ଶ୍ରୀମତୀ ପରିଡ଼ା ସୂଚନା ଦେଇଥିବା ବେଳେ ଡିସେମ୍ବର ମାସରେ ଚତୁର୍ଥ କିସ୍ତି ଅର୍ଥରାଶି ମିଳିବ । ଡିସେମ୍ବର ଶେଷ ସୁଦ୍ଧା ୧ କୋଟିରୁ ଅଧିକ ମହିଳାଙ୍କ ଏହି ଟଙ୍କା ମିଳିବ ।

ଖାରଜ ଆବେଦନର ରିଚେକ ପାଇର୍ ବିଡିଓଙ୍କୁ ନୋଡାଲ ଏଜେନ୍ସି ଦାୟିତ୍ୱ ଦିଆଯିବ । ଅଙ୍ଗନବାଡ଼ି ଦିଦିଙ୍କ ଜରିଆରେ ଖାରଜ ହିତାଧିକାରୀଙ୍କୁ ନୋଟିସ୍ ଦିଆଯିବ । ଜମି ଆଧାରରେ ଖାରଜ ହୋଇଥିଲେ ତହସିଲଦାର, ଆରଆଇ ତାହକୁ ପୁନଃ ଯାଞ୍ଚ କରିବେ ।

ସେହିପରି ସୁଭଦ୍ରା ଯୋଜନାକୁ ନେଇ ଆଜି ଗାଇଡଲାଇନ୍ ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ୩ଟାରେ ବସିବାକୁ ଥିବା ବୈଠକରେ ଖାରଜ ହୋଇଥିବା ୨.୬୭ ଲକ୍ଷ ଆବେଦନ ଉପରେ ଆଲୋଚନା ହୋଇପାରେ ବୋଲି ସେ କହିଛନ୍ତି ।

ଆସନ୍ତା ୨୪ ତାରିଖରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀମାନେ ପାଇବେ। ଏନେଇ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଏହି ପର୍ଯ୍ୟୟରେ ଯିବ ‘ସୁଭଦ୍ରା’ ଟଙ୍କା। ଉପମୁଖ୍ୟମନ୍ତ୍ରୀଙ୍କ ସୂଚନାନୁଯାୟୀ, ସୁନ୍ଦରଗଡ଼ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୩ୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ। ତେବେ ବର୍ତ୍ତମାନ ୨ ଲକ୍ଷ ୬୭ ହଜାର ସୁଭଦ୍ରା ଆବେଦନ ରିଜେକ୍ଟ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ସେ କହିଛନ୍ତି ଯେ, ବିଭିନ୍ନ ତ୍ରୁଟି କାରଣରୁ ଆବେଦନ ପତ୍ର ରିଜେକ୍ଟ ହୋଇଛି। ଏହି ରିଜେକ୍ଟ ତାଲିକା ଜିଲ୍ଲାପାଳଙ୍କ ଜରିଆରେ ବ୍ଲକକୁ ପଠାଯାଇଛି। ଆଧାର କାର୍ଡ, ବ୍ୟାଙ୍କ ତ୍ରୁଟି ସଂଶୋଧନ କଲେ ୩ୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିବ। ଯଦି ଏହି ସଂଶୋଧନ ବିଳମ୍ବ କରାଯାଏ, ତେବେ ୪ର୍ଥ ପର୍ଯ୍ୟାୟରେ ଟଙ୍କା ଦେବୁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଏହି ଯୋଜନାରେ ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ସୁବିଧାରୁ ବଞ୍ଚିତ ହେବେ ନାହିଁ। ଦର୍ଶକ ବନ୍ଧୁ ଆପଣଙ୍କୁ ଯଦି ଆମ ଲେଖା ପସନ୍ଦ ଆସି ଥାଏ ତାହେଲେ ଆଜି ହିଁ ଆମ ପେଜ କୁ ଲାଇକ କରନ୍ତୁ ଧନ୍ୟବାଦ୍ ।

Leave a Reply

Your email address will not be published. Required fields are marked *