କଡ଼ ଲଉଟାଉଛି ନଭେମ୍ବରର ପାଣିପାଗ, ଘୂର୍ଣ୍ଣିଝଡ ମାଡ ହେବା ପରେ ବାଘ ଭଳି ମାଡି ଆସିବ ଶୀତ |

ଦର୍ଶକ ବନ୍ଧୁ ଏବେ ଏବେ ଆସିଲା ପାଣିପାଗ କେନ୍ଦ୍ର ତରଫରୁ ବହୁତ୍ ବଡ଼ ଅପଡେଟ ଯାହା ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ତାହେଲେ କଣ ରହିଛି ସେହି ଆଶ୍ଚର୍ଯ୍ୟ କଲା ଭଳି ଅପଡେଟ ଆଉ ଡେରି ନକରି ଆସନ୍ତୁ ଜାଣିବା। ବାତ୍ୟା ‘ଦାନା’ ପାଇଁ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ଦେଖିବାକୁ ମିଳିଥିବା ବେଳେ ଏହା ମଧ୍ୟରେ ପାଗରେ ପରିବର୍ତ୍ତନ ହେବାକୁ ଯାଉଛନ୍ତି ।

ଖୁବଶୀଘ୍ର ରାଜ୍ୟବାସୀ ଶୀତକୁ ସାମ୍ନା କରିବେ । ଆସନ୍ତା ସପ୍ତାହରୁ ରାଜ୍ୟରେ ଶୀତ ଅନୁଭୂତ ହେବ । ଏବେ ରାଜ୍ୟରେ ଧୀରେଧୀରେ ଥଣ୍ଡା ଆରମ୍ଭ ହୋଇଥିବା ବେଳେ କିଛିଦିନ ପରେ ଶୀତ ଅନୁଭୂତ ହେବ । ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିଥିବା ଆଗକୁ ତାହା ବଦଳିବ ବୋଲି କୁହାଯାଇଛି ।

ତେବେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବ ନାହିଁ ବୋଲି କୁହାଯାଇଛି । ପାଗ ଶୁଖିଲା ରହିବା ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ଅଧିକ ରହିଥିବାରୁ ଶୀତ ଅନୁଭୂତ ହେଉ ନଥିବା କୁହାଯାଇଛି ।

ଦିନ ସମୟରେ ତାପମାତ୍ରା ସ୍ୱାଭାବିକ ଠାରୁ ସାମାନ୍ୟ ଉପରେ ରହୁଥିବା ଦେଖାଯାଉଛି ଓ ତାପମାତ୍ରା ମଧ୍ୟ ହ୍ରାସ ପାଉ ନାହିଁ । ତେବେ ଆସନ୍ତାସପ୍ତାହ ଆଡ଼କୁ ରାଜ୍ୟରେ ଶୀତ ଦେଖିବାକୁ ମିଳିବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Leave a Reply

Your email address will not be published. Required fields are marked *