ଆଜିର ରାଶିଫଳ 03 ନଭେମ୍ବର 2024 ରବିବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – ଉନ୍ନତି ମାର୍ଗରେ ଲାଗି ରହିଥିବା ବାଧା ଦୂର ହୋଇଯିବ। ପ୍ରତିଟି କାମରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିବେ। ପେସାଦାର ବ୍ୟବସାୟୀ ବଡ଼ ଅର୍ଡର୍‌ ପାଇବେ। ଅଫିସ୍‌ରେ କିଛି ପରିବର୍ତ୍ତନ‌େର ଆପଣ ଚିନ୍ତିତ ରହିପାରନ୍ତି। ଉପରିସ୍ଥ କର୍ମଚାରୀଙ୍କ ସହିତ କଥାବାର୍ତ୍ତା କରନ୍ତୁ ସହଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ମାନସମ୍ମାନ ପାଇବେ। ଆପଣଙ୍କ ପରାମର୍ଶରେ ଅନ୍ୟମାନଙ୍କର ଲାଭହେବ। ପରିବାରରେ ପ୍ରସନ୍ନ ପରିବେଶ ରହିବ। ଦାମ୍ପତ୍ୟ ଜୀବନରେ ସୁଖୀ ରହିବେ। ଛାତ୍ରଛାତ୍ରୀ କିଛି ନୂଆ ଶିଖିବାକୁ ପ୍ରୟାସ କରିବେ। ସ୍ବାସ୍ଥ୍ୟ ଭଲ ରହିବ।

ବୃଷ ରାଶି – ଆପଣଙ୍କ ଉଦାର ସ୍ବଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଟଙ୍କାପଇସା ସଂପର୍କିତ କୌଣସି ମାମଲା ସମାଧାନ ହୋଇଯିବ। ବ୍ୟବସାୟରେ କୌଣସି ନୂଆ କାମ ଆରମ୍ଭ କରିପାରନ୍ତି। ରାଜ୍ୟ ବାହାରକୁ ଯିବାର ଯୋଗ ରହିଛି। ଚାକିରିରେ ସାମାନ୍ୟ ଅଶାନ୍ତି ସାମନା କରିବେ। ରାଜନେତା ଗୁରୁତ୍ବପୂର୍ଣ୍ଣ ଆଲୋଚନାରେ ଯୋଗ ଦେବାର ସୁଯୋଗ ପାଇବେ। କଳା ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ପ୍ରସିଦ୍ଧି ଅର୍ଜନ କରିବେ। ନାରାଜ ଥିବା ଜୀବନସାଥୀଙ୍କୁ ମନାଇବା ପାଇଁ ସମୟ ଭଲ। ଛାତ୍ରଛାତ୍ରୀ କୌଣସି କାମରେ ଭଲ ଫଳ ପାଇବେ। ନିଜକୁ ସୁସ୍ଥ ରଖିବା ଲାଗି ଯୋଗ କରନ୍ତୁ।

ମିଥୁନ ରାଶି – ସମୟ ଆପଣଙ୍କ ଲାଗି ଅନୁକୂଳ। ଧନ ଓ ମାନସମ୍ମାନରେ ବୃଦ୍ଧି ହେବ। ବ୍ୟବସାୟର ପ୍ରଗତି ପାଇଁ ରାସ୍ତା ଉନ୍ମୁକ୍ତ ହେବ। ଅଫିସରେ କୌଣସି କାମକୁ ନେଇ ବିଚାରବିମର୍ଶ କରିବାକୁ ପଡ଼ିପାରେ। ଜମି ଓ କାନୁନ ବିବାଦର ସମାଧାନ ହେବ। ଖେଳାଳି ପ୍ରଶିକ୍ଷକଙ୍କ ଠାରୁ କିଛି ବିଶେଷ ଶିଖିବେ। ସନ୍ତାନ ସମ୍ବନ୍ଧରେ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ମହିଳାମାନେ ସୌନ୍ଦର୍ଯ୍ୟ ପ୍ରସାଧନ ଉପରେ ଖର୍ଚ୍ଚ କରିବେ। ପ୍ରେମ ଜୀବନ ଭଲ ରହିବ। ବିଦ୍ୟାର୍ଥୀମାନେ ଲେଖାପଢ଼ାରେ ଅମନୋଯୋଗୀ ହୋଇପାରନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ସମ୍ବନ୍ଧରେ ସତର୍କ ରହନ୍ତୁ।

କର୍କଟ ରାଶି – ସମୟ ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ବ୍ୟବସାୟ ବୃଦ୍ଧି ଲାଗି ନୂଆ ସାଥୀ ପାଇବେ। ଅଫିସ୍‌ କାମରେ କର୍ତ୍ତୃପକ୍ଷଙ୍କଠାରୁ ପ୍ରଶଂସା ପାଇବେ। ଯେଉଁ ଲୋକମାନେ ସୂଚନା ପ୍ରସାରଣ କ୍ଷେତ୍ରରେ ଅଛନ୍ତି ସେମାନେ ବଡ଼ ସଂସ୍ଥାରେ କାମ କରିବାର ମଉକା ପାଇବେ। ସମାଜରେ ଆପଣଙ୍କର ମାନ ପ୍ରତିଷ୍ଠା ବଢ଼ିବ। କୋର୍ଟକଚେରିରେ ଲାଗି ରହିଥିବା ମକଦ୍ଦମା ଆପଣଙ୍କ ପକ୍ଷରେ ଆସିବ। ବାପା ମାଆଙ୍କ ସହିତ ଭଲ ସମ୍ବନ୍ଧ ସ୍ଥାପିତ ହେବ। ବନ୍ଧୁ ସହିତ ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପରିଣାମ ପାଇବେ। ସ୍ବାସ୍ଥ୍ୟରେ ସୁଧାର ହେବ।

ସିଂହ ରାଶି – ସ୍ବଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ। ବିଭିନ୍ନ ଲୋକଙ୍କ ସହିତ ମିଶିବାର ଅବସର ପାଇବେ। ଆୟ ଅନୁପାତରେ ଖର୍ଚ୍ଚ କମ୍ କରନ୍ତୁ। ଜମିବାଡ଼ିରେ ନିବେଶ ପାଇଁ ବାପାଙ୍କର ସାହାଯ୍ୟ ପାଇବେ। ଅଫିସରେ ଆପଣଙ୍କ କାମକୁ ନେଇ ଉଚ୍ଚାଧିକାରୀ ପଦୋନ୍ନତି ପାଇଁ ବିଚାର କରିବେ। ମହିଳାଙ୍କର ସାମାଜିକ ଗତିବିଧିରେ ସମ୍ମାନ ବୃଦ୍ଧି ହେବ। ଭାଇଭଉଣୀଙ୍କ ସହିତ ବୁଝାମଣା ଠିକ୍ ରହିବ। ସନ୍ତାନ ବିଷୟରେ ଚିନ୍ତା ଦୂର ହେବ। ବନ୍ଧୁ ସହିତ ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ଆଇନ ବିଦ୍ୟା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ। ପେଟ ବ୍ୟଥା ଅନୁଭବ କରିବେ।

କନ୍ୟା ରାଶି – ବ୍ୟକ୍ତିତ୍ବର ବିକାଶ ହେବ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେନାହିଁ। ଶତ୍ରୁ ଆପଣଙ୍କର କିଛି କ୍ଷତି କରିପାରିବେ ନାହିଁ। ବୁଝିବିଚାରି ପୁଞ୍ଜି ବଜାରରେ ନିବେଶ କରନ୍ତୁ, ଭବିଷ୍ୟତରେ ଯଥେଷ୍ଟ ଲାଭ ପାଇବେ। ଚାକିରି ସଂପର୍କିତ କୌଣସି ଆଶା ପୂରଣ ହେବ। କୃଷିଜୀବୀଙ୍କୁ ଧନଲାଭ ହେବ। ବୟସାଧିକ ବ୍ୟକ୍ତିମାନେ ଆଧ୍ୟାତ୍ମିକ ଆୟୋଜନରେ ସାମିଲ ହେବେ। ପରିବାରରେ ଖୁସିର ପରିବେଶ ରହିବ। ନୂଆ ଘର କିଣିବା ବା ନିର୍ମାଣ ପାଇଁ ଯୋଜନା କରିବେ। ଛାତ୍ରଛାତ୍ରୀ ସାମାନ୍ୟ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ସ୍ବାସ୍ଥ୍ୟ ସମ୍ବନ୍ଧିତ ବିଷୟରେ ସଚେତନ ରହନ୍ତୁ।

ତୁଳା ରାଶି – ଜୀବନରେ ଖୁସି ଆସିବ। ପ୍ରତ୍ୟେକ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। ଆୟ ବଢ଼ିବା ହେତୁ ଆର୍ଥିକ କଷ୍ଟ ଦୂରହେବ। ବ୍ୟବସାୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଅଫିସ୍‌ରେ ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସିହେବେ। ସମାଜରେ ଆପଣଙ୍କ କାମର ଚର୍ଚ୍ଚା‌ ହେବ। ଲେଖକଙ୍କୁ ପୁରସ୍କାର ମିଳିପାରେ। ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ପରିବାରରେ କିଛି ପରିବର୍ତ୍ତନ ଦେଖିବାକୁ ପାଇବେ। ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଆହୁରି ଅଧିକ ପରିଶ୍ରମ କରନ୍ତୁ। ଭ୍ରମଣ ସମୟରେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ବିଛା :ସଫଳତା ଆପଣଙ୍କୁ ଅପେକ୍ଷା କରି ରହିଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶାନ୍ତି ଓ ଧୈର୍ଯ୍ୟ ଧରି କାମ କରନ୍ତୁ। ଅନ୍ୟମାନଙ୍କ ମାମଲାରେ ରାୟ ଦେବାରୁ ନିବୃତ୍ତ ରହନ୍ତୁ। ବ୍ୟବସାୟରେ ବଡ଼ ସକାରାତ୍ମକ ପରିବର୍ତ୍ତନ ଦେଖିବେ। ଗହଣାରେ ନିବେଶ କରନ୍ତୁ, ଲାଭଦାୟକ ରହିବ। ଚାକିରିଜୀବୀଙ୍କର ଦରମା ବୃଦ୍ଧି ହୋଇପାରେ। ନେତାଙ୍କ ଲାଗି ସମୟ ଭଲ। ସମାଜ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ। ବିରୋଧୀ ଆପଣଙ୍କ ପ୍ରଭାବରେ ଦବି ରହିବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ରହିବ। ଶିକ୍ଷାର୍ଥୀ ଲେଖାପଢ଼ା ପ୍ରତି ଆହୁରି ଗମ୍ଭୀର ହେବେ। ଖାଇବାପିଇବା ପ୍ରତି ଧ୍ୟାନ ଦିଅନ୍ତୁ।

ଧନୁ ରାଶି – ଆପଣଙ୍କ ଆଖପାଖରେ ସୁଖଦ ପରିବେଶ ରହିବ। ଅନ୍ୟ ସହିତ ମିଶି କାମ କରିବା ଆପଣଙ୍କ ଲାଗି ଭଲ ରହିବ। ଅର୍ଡର୍‌ ସପ୍ଲାୟର୍‌ଙ୍କ ଲାଗି ସମୟ ଭଲ। ଆୟ ବଢ଼ିବା ହେତୁ ଆର୍ଥିକ ଚିନ୍ତାରୁ ମୁକ୍ତି ପାଇବେ। ଅଫିସ୍‌ରେ ଆପଣଙ୍କର ସମ୍ମାନ ଆହୁରି ବଢ଼ିବ। ଭଲ କଂପାନିରୁ ସାକ୍ଷାତ୍‌କାର ପାଇଁ ଫୋନ୍‌ ଆସିପାରେ। କୃଷି କାର୍ଯ୍ୟରୁ ଲାଭ ପାଇବା ହେତୁ ଆପଣ ଖୁସି ରହିବେ। ବୟସାଧିକ ବ୍ୟକ୍ତିମାନେ କୌଣସି ସମାରୋହକୁ ଯିବାର ଅବସର ପାଇବେ। ପାରିବାରିକ ଜୀବନରେ ସୁଖଶାନ୍ତି ବୃଦ୍ଧି ହେବ। ଶିକ୍ଷାର୍ଥୀଙ୍କ ଲାଗି ସମୟ ଅନୁକୂଳ। ସ୍ବାସ୍ଥ୍ୟ ସମ୍ବନ୍ଧରେ କିଛି ଚିନ୍ତା ରହିବ।

ମକର ରାଶି – ଅନ୍ୟର କଥା ଶୁଣନ୍ତୁ, ହେଲେ ନିଜ ବୁଦ୍ଧି ବିବେକରେ କାମ କରନ୍ତୁ। ବ୍ୟବସାୟରେ ବାଧା ଦୂର ହେବ। ଷ୍ଟକ୍ ମାର୍କେଟ୍ ଆପଣଙ୍କୁ ଲାଭ ଦେଇପାରେ। ଅଫିସରେ ଆପଣଙ୍କର କାମ ବଢ଼ିପାରେ। ଚାକିରି ଖୋଜୁଥିବା ବ୍ୟକ୍ତି ନିଯୁକ୍ତି ପାଇବେ। ରାଜନୀତି ଓ ଜନକଲ୍ୟାଣ କାର୍ଯ୍ୟ କରୁଥିବା ଲୋକଙ୍କ ଲାଗି ସମୟ ଭଲ। ବିରୋଧୀ କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ। ଘରୋଇ ସମସ୍ୟା ସମାଧାନ କରିବାରେ ସଫଳ ହେବେ। ଭାଇଭଉଣୀଙ୍କ ସହିତ କୌଣସି ସ୍ଥାନକୁ ବୁଲିଯିବେ। ଛାତ୍ରଛାତ୍ରୀ ଶିକ୍ଷକଙ୍କ ତରଫରୁ ମାର୍ଗଦର୍ଶନ ପାଇବେ। ସ୍ବାସ୍ଥ୍ୟ ବୃଦ୍ଧି ଲାଗି ଉଚିତ ପଦକ୍ଷେପ ନେବେ।

କୁମ୍ଭ ରାଶି – ନମ୍ର ବ୍ୟବହାର ଆପଣଙ୍କୁ ଲାଭ ଆଣିଦେବ। ସେୟାର୍ ବା ଜମି କିଣିବା ଲାଗି ଚିନ୍ତା କରିବେ। ଅଫିସ୍‌ରେ କର୍ତ୍ତୃପକ୍ଷଙ୍କୁ ଖୁସି ରଖିବା ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଥିବା ଲୋକ ନୂଆ ପ୍ରୋଜେକ୍ଟ୍‌ ପାଇବେ। ସାମାଜିକ କାର୍ଯ୍ୟରେ ଆପଣ ଭାଗୀଦାରି ହେବେ। ଯେଉଁମାନେ ଋଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି ସେମାନଙ୍କର ଆଶା ପୂରଣ ହେବ। ପାରିବାରିକ ପରିବେଶ ଧାର୍ମିକ ଓ ଶାନ୍ତିପୂର୍ଣ୍ଣ ରହିବ। ସନ୍ତାନ ପକ୍ଷରୁ ସୁଖ ପ୍ରାପ୍ତ ହେବ। ଓକିଲାତି କରୁଥିବା ଛାତ୍ରଛାତ୍ରୀଙ୍କ ଲାଗି ସମୟ ବହୁତ ଭଲ। ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ମୀନ ରାଶି – ମନରେ କିଛି ନୂଆ କାର୍ଯ୍ୟ କରିବାର ଇଚ୍ଛା ଉଜ୍ଜୀବିତ ହେବ। କର୍ମ ଦକ୍ଷତାର ଉତ୍ତମ ଫଳ ପାଇବେ। ବ୍ୟବସାୟ କାମରେ ଓଡ଼ିଶା ବାହାରକୁ ଯିବେ। ସଂଚାର ଓ ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନଙ୍କର ପ୍ରଗତି ହେବ। ଚାକିରି ଖୋଜୁଥିବା ଲୋକ ସଫଳତା ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ଲାଭ ପାଇବେ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକ ଶୁଭ ଖବର ପାଇବେ। ଧର୍ମ କାର୍ଯ୍ୟରେ ଖର୍ଚ୍ଚ କରିବେ। କୌଣସି ଶୁଭ ଖବର ମିଳିବା ଯୋଗୁଁ ଘରେ ଉତ୍ସବ ଭଳି ପରିବେଶ ରହିବ। ଉତ୍ତମ ସ୍ବାସ୍ଥ୍ୟ ପାଇଁ ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ।

Leave a Reply

Your email address will not be published. Required fields are marked *