ନଭେମ୍ବରରେ କେଉଁ ମାନଙ୍କୁ ମିଳିବ ତୃତୀୟ ପର୍ଯ୍ୟାୟର Subhadra ଟଙ୍କା, କହିଦେଲେ ଉପମୁଖ୍ୟମନ୍ତ୍ରୀ |

ସୁଭଦ୍ରା ଯୋଜନା ନେଇ ବଡ ଅପଡେଟ । କେବେ ଟଙ୍କା ଆସିବ ସେନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଚଳିତ ମାସରେ ହିଁ ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ଟଙ୍କା ଜାରି କରିବେ ରାଜ୍ୟ ସରକାର । ନଭେମ୍ବର ଶେଷ ସପ୍ତାହରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ଆସିବ ବୋଲି ସେ ଘୋଷଣା କହିଛନ୍ତି ।

20 ଅଧିକ ହିତାଧିକାରୀ ଏଥିରେ ଉପକୃତ ହେବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟର ଏହା ଶେଷ କିସ୍ତି ନୁହେଁ ବରଂ ଚତୁର୍ଥ କିସ୍ତି ମଧ୍ୟ ଆସିବ ବୋଲି ସେ କହିଛନ୍ତି । ରିଜେକ୍ଟ ହୋଇଥିବା ଆକାଉଣ୍ଟ ଧାରୀଙ୍କୁ ମଧ୍ୟ ଟଙ୍କା ମିଳିପାରେ ବୋଲି ଶୁକ୍ରବାର ସୂଚନା ଦେଇଥିଲେ ପ୍ରଭାତୀ ପରିଡ଼ା ।

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ସୁଭଦ୍ରାରେ ଯୋଜନାରେ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 67 ହଜାର ଆବେଦନ ଖାରଜ ହୋଇଛି । ତେବେ ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଫର୍ମ ରିଜେକ୍ଟ ହୋଇଥିବା ଆଶାୟୀଙ୍କ ଆଶା ଉଜ୍ଜିବିତ ହୋଇଛି ।

ଦର୍ଶକ ବନ୍ଧୁ ଆହୁରି ଏହି ପରି ସୁଭଦ୍ରା ଯୋଜନା ଜନିତ ଅପଡେଟ ବିଷୟରେ ଜାଣିବା ପାଇଁ ଆଜି ହିଁ ଆମ ପୋଷ୍ଟ ଲାଇକ ଓ ଆମ ପେଜ କୁ ଫଲୋ କରିବାକୁ ଜମାରୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *