ଆଜିଠାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨ ଦିନିଆ କେନ୍ଦୁଝର ଗସ୍ତକୁ ଯିବେ । ଏହା ପୂର୍ବରୁ ସେ ତାଙ୍କ ପତ୍ନୀଙ୍କ ସହ ୟୁନିଟ୍ ୧ ମାର୍କେଟ ଆସିଥିଲେ । ସେଠାରେ ଫୁଟପାଥରୁ ଦୀପ ସହ ଅନ୍ୟାନ୍ୟ ସାମଗ୍ରୀ କିଣିଥିଲେ ମୁଖ୍ୟମନ୍ତ୍ରୀ । ପତ୍ନୀଙ୍କ ସହ ଦୀପ କିଣିବା ସହ ବିଭିନ୍ନ ଦୀପ ଦୋକାନ ମଧ୍ୟ ବୁଲିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କୁ ୟୁନିଟ୍ ୧ ମାର୍କେଟରେ ଦେଖି ବ୍ୟବସାୟୀ ଖୁସି ବ୍ୟକ୍ତ କରିଥିଲେ ।
ସେ ବିଭିନ୍ନ ବ୍ୟବସାୟୀଙ୍କ ସହ ବି କଥାବାର୍ତ୍ତା କରିଥିଲେ । ସାଧାରଣ ଲୋକ ଏବଂ ସରକାରଙ୍କ ମଧ୍ୟରେ ଦୂରତାକୁ ଦୂର କରିବା ପାଇଁ ମୋହନ ସରକାରଙ୍କ ଏହା ଏକ ନିଆରା ପ୍ରୟାସ । ତେବେ ମୁଖ୍ୟମନ୍ତ୍ରୀଙ୍କୁ ୟୁନିଟ୍ ୧ ମାର୍କେଟରେ ଦେଖି ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସେ ବିଭିନ୍ନ ବ୍ୟବସାୟୀଙ୍କ ସହ ବି କଥାବାର୍ତ୍ତା କରିଥିଲେ ।
ସାଧାରଣ ଲୋକ ଏବଂ ସରକାରଙ୍କ ମଧ୍ୟରେ ଦୂରତାକୁ ଦୂର କରିବା ପାଇଁ ମୋହନ ସରକାରଙ୍କ ଏହା ଏକ ନିଆରା ପ୍ରୟାସ । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ମୋହନ ମାଝୀ ଫୁଟପାଥରୁ ଦୀପ କିଣୁଥିଲେ । ପୁରୁଣା ଦିନର ସ୍ମୃତିକୁ ମନେ ପକାଇ ଆଜି ପୁଣି ଥରେ ସେହି ଦୋକାନରୁ ପତ୍ନୀଙ୍କ ସହ ଦୀପ କିଣିଥିଲେ । ତାଙ୍କର ଏଭଳି ବ୍ୟବହାର ଏହା ବାର୍ତ୍ତା ଦେଉଛି କି ଲୋକଙ୍କ ସରକାର ଲୋକଙ୍କ ପାଖରେ ପହଂଚିଛି ।