ଦର୍ଶକ ବନ୍ଧୁ ଏବେ ଏବେ ଆସିଲା ପାଣିପାଗ କେନ୍ଦ୍ର ତରଫରୁ ବହୁତ୍ ବଡ଼ ଅପଡେଟ ଯାହା ବିଷୟରେ ଜାଣିଲେ ଆପଣମାନେ ହୋଇଯିବେ ଆଶ୍ଚର୍ଯ୍ୟ ତାହେଲେ କଣ ରହିଛି ସେହି ଆଶ୍ଚର୍ଯ୍ୟ ଆସନ୍ତୁ ଆଉ ଡେରି ନକରି ଜାଣିବା। ଆସୁଛି ବଡ ବର୍ଷା । ଦୀପାବଳି ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । କିଛି ଜିଲ୍ଲାରେ ହାଲକା ବର୍ଷା ଲାଗି ରହିଥିବା ନେଇ ବୁଧବାର ସୂଚନା ଦେଇଥିଲା ଭାରତୀୟ ପାଣିପାଗ ବିଭାଗ ।
ଆଗାମୀ ୪ ଦିନ ଯାଏଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ନଭେମ୍ବର ୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାନେଇ ପୂର୍ବାନୁମାନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ଅନୁଗୁଳ ଏବଂ ସୋନପୁରରେ ପ୍ରବଳ ବର୍ଷା ହୋଇଛି ।
କିନ୍ତୁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଆଦୌ ବର୍ଷାର ଦେଖାନାହିଁ । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଳା ଯେପରିକି ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ସମେତ କଳାହାଣ୍ଡି, ନବରଙ୍ଗପୁର, କଳାହାଣ୍ଡି ଆଦି ଜିଲ୍ଲାରେ ହାଲକା ବର୍ଷା ହୋଇଛି । କିନ୍ତୁ ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, କଟକ, ଯାଜପୁର, ଜଗତସିଂପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ବର ସମେତ ଆଉ କିଛି ଜିଲ୍ଲାରେ ଆଦୌ ବର୍ଷା ହୋଇନାହିଁ ।