ସାବଧାନ ଅକ୍ଟୋବର 24ରେ ଓଡିଶା ଉପକୂଳ ଛୁଇଁବ ବାତ୍ୟା ଦାନା, ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି |

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ଏପରି ଏକ ଖବର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ବାତ୍ୟାକୁ ନେଇ ସମସ୍ତଙ୍କ ମନରେ ଛନକା ରହିଥିବା ବେଳେ ଆଜି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ତେବେ ଏହାର ପ୍ରଭାବରେ 21 ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।

କ୍ରମଶଃ ଉତ୍ତର-ପଶ୍ଚିମକୁ ଗତିକରି ଏହା ଅବପାତର ରୂପ ନେଇପାରେ । ତେବେ 23 ତାରିଖ ସୁଦ୍ଧା ସମ୍ଭାବ୍ୟ ଲଘୁଚାପ ଅବପାତର ରୂପ ନେବା ନେଇ ଅନୁମାନ କରାଯାଉଛି । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ଏବଂ କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଅବପାତର ରୂପ ନେଲା ପରେ ସ୍ପଷ୍ଟ ହୋଇପାରିବ । ପୂର୍ବାନୁମାନ କରାଯାଇଛି ଯେ, ବାଲେଶ୍ବର ପାଖରେ ଏହି ବାତ୍ୟା ଘଷି ହୋଇଯିବ । ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ପଳାଇବ ବାତ୍ୟା ।

ତେବେ ଯଦି ଦେଖିବା ବାତ୍ୟାର ପ୍ରଭାବ ଉତ୍ତର ଓଡିଶାରେ ପଡିପାରେ । କିନ୍ତୁ ଓଡିଶାରେ ସିଧାସଳଖ ମାଡ ହେବ ନାହିଁ । ଜିଏଫଏସ ମଡେଲ ଏନେଇ ଆକଳନ କରିଛି । ସେହିପରି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ, ଲଘୁଚାପ ସୃଷ୍ଟି ହେବା ପରେ ଏହା ଉତ୍ତର ପଶ୍ଚିମ ଆଡକୁ ମୁହାଁଇବ ।

23 ତାରିଖ ବେଳକୁ ଏହା ବାତ୍ୟାରେ ପରିଣତ ହୋଇ ସମୁଦ୍ରରେ ରହିବ ବୋଲି ଜିଏଫଏସ ମଡେଲ ଆକଳନ କରିଛି । 24 ତାରିଖ ବେଳକୁ ଏହା ଓଡିଶା ଉପକୂଳ ପାଖକୁ ଆସିବ । ବାଲେଶ୍ବର ଦେଇ ଏହା ଅତିକ୍ରମ କରିବ । ତେବେ 22 ତାରିଖ ବେଳକୁ ବାତ୍ୟାର ତୀବ୍ରତାକୁ ଦେଖି ଠିକ ଆକଳନ କରିହେବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *