ଆଜିର ରାଶିଫଳ 18 ଅକ୍ଟୋବର 2024 ଶୁକ୍ରବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ମଧୁମେହ ରୋଗୀଙ୍କୁ ଆରାମ ମିଳିବ। ପରିବାର ଲୋକଙ୍କ ସାହାଯ୍ୟ ପାଇବ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ। ସମ୍ବନ୍ଧରେ ମିଷ୍ଟତା ବଢ଼ିବ।

ବୃଷ ରାଶି – ଘରେ ବୟସାଧିକ ବ୍ୟକ୍ତିଙ୍କ ସହ ସ୍ବଭାବରେ ନରମ ବନାଇ ରଖନ୍ତୁ। ନୂଆ କାର୍ଯ୍ୟ କରିବା ଲାଗି ଉତ୍ସୁକ ରହିବେ। ବେପାରରେ ଉତ୍ତମ ଲାଭ ଯୋଗ ରହିଛି। ପ୍ରେମୀ ଯୁଗଳ ସାଙ୍ଗ ହୋଇ ଦର୍ଶନୀୟ ସ୍ଥାନକୁ ବୁଲି ଯିବେ।

ମିଥୁନ ରାଶି – ଘରୋଇ ଉଦ୍ୟୋଗ କ୍ଷେତ୍ରରେ କାମ କରୁଥିବା ଲୋକଙ୍କର ଦରମା ବୃଦ୍ଧି ହେବ। ଘରେ କୌଣସି ଉତ୍ସବ ହେବ। ବେପାରରେ ଯଥେଷ୍ଟ ଲାଭ ପାଇବେ। ମହିଳାମାନଙ୍କ ଲାଗି ଦିନଟି ଆନନ୍ଦମୟ ରହିବ।

କର୍କଟ ରାଶି – କଠିନ ପରିସ୍ଥିତିରେ କେହିନାକେହି ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇ ଦେବେ। ମନ୍ଦିରରେ ଦାନ ଦିଅନ୍ତୁ ସମାଜରେ ପ୍ରସିଦ୍ଧି ବଢ଼ିବ। ଛାତ୍ରଛାତ୍ରୀ କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ କରିବେ।

ସିଂହ ରାଶି – ଇଂଜିନିୟର୍ସ କୌଣସି ଲକ୍ଷ୍ୟ ପୂରା କରିବେ। କୃଷିଜୀବୀଙ୍କ ଲାଗି ଦିନଟି ଭଲ ରହିବ। ବନ୍ଧୁ ଠାରୁ କିଛି ଭଲ ପରାମର୍ଶ ପାଇବେ। ପାରିବାରିକ ଜୀବନରେ ଭଲ ପରିଣାମ ଦେଖିବେ। ପ୍ରିୟଜନଙ୍କ ସହ ସମ୍ବନ୍ଧ ମଧୁର ହେବ।

କନ୍ୟା ରାଶି – ପୈତୃକ ସଂପତ୍ତି ଆପଣଙ୍କୁ ହାସଲ ହେବ। ମହିଳାମାନେ କୌଣସି ଧାର୍ମିକ ସତସଙ୍ଗକୁ ଯିବେ। ଚାକିରିରେ ଚାହୁଁଥିବା ସଫଳତା ପାଇବେ। ଶିକ୍ଷାର୍ଥୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

ତୁଳା ରାଶି – ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଆପଣଙ୍କର ସାକ୍ଷାତ କୌଣସି ପୁରୁଣା ବନ୍ଧୁ ସହିତ ହେବ। ନୂଆ ଘର କିଣିବାର ବିଚାର ବଡ଼ମାନଙ୍କ ସହିତ ବସି କରିନେବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ବିଛା ରାଶି – ଅଫିସରେ ନିଜର କାମ ଉପରେ ଧ୍ୟାନ ଦିଅନ୍ତୁ। କ୍ରିକେଟ ଖେଳାଳୀଙ୍କ ଲାଗି ଦିନଟି ଭଲ ରହିବ। ଶୀତବସ୍ତ୍ର ବ୍ୟବସାୟୀଙ୍କର ବିକ୍ରୀ ବଢ଼ିବ ଓ ଭଲ ଲାଭ ହେବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ।

ଧନୁ ରାଶି – ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ଅଫିସ କାମରେ ଆପଣଙ୍କ ମନ ଲାଗିବ। ବ୍ୟବସାୟୀଙ୍କୁ ଲାଭ ମିଳିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।

ମକର ରାଶି – ବିଲଡ଼ର୍ସଙ୍କ ଲାଗି ଦିନଟି ଭଲ ରହିବ। ଜୀବନସାଥୀ ଠାରୁ ଭଲ ଉପହାର ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ପଦ ପ୍ରତିଷ୍ଠା ମିଳିବ। ଜମି କିଣିବା ଯୋଗ ରହିଛି। ଘରକୁ କୁଣିଆ ଆସିବେ।

କୁମ୍ଭ ରାଶି – ଆପଣ ନିଜର ବ୍ୟବହାରକୁ ଭଲ କରନ୍ତୁ। ବ୍ୟବସାୟରେ ଲାଭ ପାଇଁ ସବୁ କାମ ମନପ୍ରାଣ ଢ଼ାଳି କାମ କରିବେ। ମୋଟର ଯାନ କିଣିବା ଲାଗି ଆଗ୍ରହ ବଢ଼ିବ। ପାରିବାରିକ ଜୀବନ ସୁଖମୟ ହେବ।

ମୀନ ରାଶି – ସମାଜରେ ଆପଣଙ୍କ କାମକୁ ନେଇ ସମ୍ମାନିତ ହେବେ। ଜଳସେଚନ ଅଧିକାରୀ ନିଜର କାମକୁ ସଂପୂର୍ଣ୍ଣ କରିବେ। ବେପାରୀବର୍ଗଙ୍କୁ ଧନଲାଭ ହେବ। ପ୍ରିୟଜନ ଠାରୁ ଉପହାର ପାଇବେ।

Leave a Reply

Your email address will not be published. Required fields are marked *