ମେଷ ରାଶି – ଧର୍ମକାର୍ଯ୍ୟ ଆଡ଼କୁ ମନ ଢ଼ଳିବ। କାହାରି ଠାରୁ ଧାର ନେଇ ଥିଲେ ପରିଶୋଧ କରି ଦିଅନ୍ତୁ। ବୈବାହିକ ଜୀବନରେ ସୁଖ ଓ ସନ୍ତୋଷ ବୃଦ୍ଧି ହେବ। ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ।
ବୃଷ ରାଶି – ସାମାଜିକ କ୍ଷେତ୍ରରେ କାମ କରୁଥିବା ଲୋକ ସମ୍ମାନିତ ହେବେ। ବସ୍ତ୍ର ବ୍ୟବସାୟୀଙ୍କ କାମରେ ଅନୁକୂଳତା ରହିବ। ପ୍ରେମୀ ଯୁଗଳ ନିଜର ଭ୍ରାନ୍ତ ଧାରଣା ଦୂର କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।
ମିଥୁନ ରାଶି – ବ୍ୟବସାୟୀଙ୍କ ଲାଗି ଦିନଟି ଫଳପ୍ରଦ। ପରିବାର ଲୋକଙ୍କ ସହିତ ମେଳ ବଜାୟ ରଖନ୍ତୁ। ପାଠପଢ଼ାରେ ନିଜର ଦାୟିତ୍ବକୁ ଭଲଭାବେ ବୁଝିବେ। ସ୍ବାସ୍ଥ୍ୟ ପ୍ରତି ସଚେତ ଓ ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
କର୍କଟ ରାଶି – କୌଣସି କାମ କରିବା ପାଇଁ ଉତ୍ସୁକତା ବଢ଼ିବ। ଅଫିସରେ କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ। ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ। ପ୍ରିୟବନ୍ଧୁ ସହ କଥା ହୋଇ ଭଲ ଲାଗିବ।
ସିଂହ ରାଶି – ଅଫିସ କାମରେ ବ୍ୟସ୍ତ ରହିବେ। ଭ୍ରମଣର ବିଚାର ଆପଣଙ୍କୁ ଅସ୍ଥିର କରିପାରେ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। କୌଣସି ବଡ଼ ଯୋଜନା ଆରମ୍ଭ କରିପାରନ୍ତି। ସୁଷମ ଖାଦ୍ୟ ଭୋଜନ କରନ୍ତୁ।
କନ୍ୟା ରାଶି – ଜୀବନକୁ ଭଲ ଢ଼ଙ୍ଗରେ ଜିଇଁବାର ପ୍ରୟାସ କରିବେ। ଆପଣଙ୍କର ସମସ୍ତ ଚେଷ୍ଟା ସଫଳ ହେବ। ଭାଗ୍ୟର ଦ୍ବାର ଖୋଲିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ନମ୍ବର ପାଇବେ। ପ୍ରେମ ସମ୍ବନ୍ଧରେ ନୂତନତ୍ବ ଆସିବ।
ତୁଳା ରାଶି – ଆପଣ ସଂପୂର୍ଣ୍ଣରୂପେ ସୁସ୍ଥ ରହିବେ। ରାଜନୀତିଜ୍ଞ ସମାରୋହ ପାଇଁ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ଶିକ୍ଷକ ଛାତ୍ରଛାତ୍ରୀଙ୍କର ସନ୍ଦେହ ଦୂର କରିବେ। ପ୍ରେମ ଜୀବନ ଭଲ ହେବ।
ବିଛା ରାଶି – ଅଫିସରେ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ଆପଣଙ୍କର ସୋସିଆଲ ମିଡ଼ିଆରେ ବନ୍ଧୁ ସଂଖ୍ୟା ବଢ଼ିବେ। ଆଇନି ଛାତ୍ରଛାତ୍ରୀଙ୍କର ନୂଆ ପାଠ୍ୟକ୍ରମରେ ଯଥେଷ୍ଟ ଉତ୍ସାହ ଆସିବ।
ଧନୁ ରାଶି – ଆପଣଙ୍କର କୌଣସି କାମରେ ପ୍ରଶଂସା ହେବ। କଠିନ କାମରେ ଆପଣ ହାର ମାନିବେନି। ପ୍ରତିଯୋଗିତମୂଳକ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ନୂତନତ୍ବ ଆସିବ।
ମକର ରାଶି – ଅଧ୍ୟାପକଙ୍କ ଲାଗି ଦିନଟି ଲାଭଦାୟକ ରହିବ। ବ୍ୟବସାୟ ଡ଼ିଲରେ ସ୍ବାକ୍ଷର କରିବେ। ପାଖ ଲୋକଙ୍କ ସାହାଯ୍ୟ ପାଇବେ। ବାପା ମାଆ ପିଲାମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ ଚିନ୍ତା କରିବେ। ଘରକୁ କୁଣିଆ ଆସିବେ।
କୁମ୍ଭ ରାଶି – କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବାର ଯୋଜନା ସଫଳ ହେବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। କୌଣସି ଖୁସି ଖବର ପାଇବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ଆସିବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଶୁଭ।
ମୀନ ରାଶି – କାରବାରରେ ଭାବିଚିନ୍ତି ଆଗକୁ ବଢ଼ିବା ଆପଣଙ୍କ ଲାଗି ଉଚିତ ରହିବ। ଆୟ ବ୍ୟୟର ସମନ୍ବୟ ରହିବ। ଭାବିଥିବା କାମରେ ସଫଳତା ପାଇବେ। କତୃପକ୍ଷ ଆପଣଙ୍କୁ କୌଣସି ଉପହାର ଦେଇପାରନ୍ତି।