କେତେ ସମ୍ପତ୍ତିର ମାଲିକ ଥିଲେ ବାବା ସିଦ୍ଧିକି..କେମିତି ବିତାଉଥିଲେ ଜୀବନ ଶୈଳୀ..

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ହ-ତ୍ୟାକାଣ୍ଡରେ ସମ୍ପୃକ୍ତ ଲୋକଙ୍କ ନାଁ ବଢିବାରେ ଲାଗିଛି । ବର୍ତ୍ତମାନ ସାମ୍ନାକୁ ଆସିଛି ୫ଟି ନାଁ । ସେମାନେ ହେଲେ ଶିବ କୁମାର ଗୌତମ, ମହମ୍ମଦ ଜିଶାନ ଅଖ୍ତର, ଶୁଭମ ଲୋନକର, ଗୁରନେଲ ସିଂହ ଓ ଧର୍ମରାଜ କଶ୍ୟପ । ସମସ୍ତେ ଭିନ୍ନ ଭିନ୍ନ ସହରର । ସେହିପରି ହ-ତ୍ୟା କାଣ୍ଡ ପଛର ୫ଟି କାରଣର ଖୁଲାସା ହେବାରେ ଲାଗିଛି ।

ଅପରାଧରେ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କ ବୟସ ୨୫ ବର୍ଷ ମଧ୍ୟରେ ।ପ୍ରବିଣ ଓ ଶୁଭମ ଦୁଇ ସୁଟରଙ୍କୁ ହ-ତ୍ୟାର ସୁପାରି ଦେଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଉତ୍ତର ପ୍ରଦେଶର ଓ ଅନ୍ୟ ଜଣକ ହେଲା ଶିବକୁମାରା ଶୁଭମ ଏବେ ଫେରାର ଅଛି । ସେହିପରି ଏଥିରେ ସମ୍ପୃକ୍ତ ଗୁରମେଲ ସିଂହର ଘର ହରିଆଣାର ନରଡ । ଗୁରମେଲକୁ ୧୧ ବର୍ଷ ଆଗରୁ ତାର ପରିବାର ତେଯ୍ୟ କରିଦେଇଥିଲା । ଗୁରମେଲର ବାପା ଓ ମାଙ୍କ ମୃତ୍ୟୁ ହୋଇସାରିଛି ।

ଜେଜେ ମା କହିଛନ୍ତି, ତା ସହ ପରିବାରର କୌଣସି ସମ୍ପର୍କ ନାହିଁ ।କ୍ରାଇମବ୍ରାଞ୍ଚ ଦ୍ୱାରା ପ୍ରସ୍ତୁତ ରିମାଣ୍ଡ କପି ମୁତାବକ, ଏହି ଜଘଣ୍ୟ କାଣ୍ଡରେ ସମ୍ପୃକ୍ତ ଅନ୍ୟଦୁଇଜଣ ଶିବ କୁମାର ଗୌତମ ଓ ମହମ୍ମଦ ଜିଶାନ ଅଖତର ଏବେ ଫେରାର ଅଛନ୍ତି । ପୋଲିସ ସେମାନଙ୍କୁ ଧରିବାକୁ ଚେଷ୍ଟା ଚଳାଇଥିବା ବେଳେ ପୋଲିସ କବଜାରେ ଗୁରନଲେ ବଲଜିତ ସିଂହ (୨୩), ଧର୍ମରାଜ କଶ୍ୟପ (୧୯) ଓ ଶୁଭମ ଲୋନକର ।

ଧର୍ମରାଜ ଓ ଶିବ କୁମାର ଉତ୍ତରପ୍ରଦେଶର ବହରାଇଚର ବାସିନ୍ଦା । ୟୁପିରେ ଦୁହିଁଙ୍କ ନାଁରେ କୌଣସି ଅପରାଧିକ ରେକର୍ଡ ନାହିଁ । ତେଣୁ ଉଭୟଙ୍କ ପରିବାର କହୁଛନ୍ତି କି, ସେମାନଙ୍କ ପିଲା ନିର୍ଦ୍ଦୋଷ । ମା କହୁଛନ୍ତି କି, ମୋ ପୁଅ ମୁମ୍ବାଇରେ ଫସିଗଲା ।

Leave a Reply

Your email address will not be published. Required fields are marked *